Advertisment

ଇଶିତାଙ୍କ ମଥାରେ ‘ସାରେଗାମାପା’ର ତାଜ୍‌

ମୁମ୍ବାଇ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସାରେଗାମାପାର ଗ୍ରାଣ୍ଡ୍‌ ଫିନାଲେ ରବିବାର ସରିଯାଇଛି। ଗ୍ରାଣ୍ଡ୍‌ ଫିନାଲେରେ ଶେଷ ୬ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ବାଜି ମାରି ନେଇଛନ୍ତି ଜବଲପୁରର ଇଶିତା ବିଶ୍ୱକର୍ମା। ସେ ଶୋ’ର ବିଜେତା ସାଜି ଟ୍ରଫି ହାତେଇଛନ୍ତି। ଏହାସହ ତାଙ୍କୁ ମିଳିଛି ୫ ଲକ୍ଷ ଟଙ୍କା ଓ ଏକ ହୁଣ୍ଡାଇ କାର । ଶୋ’ରେ ସବୁଠୁ ଛୋଟ ପ୍ରତିଯୋଗୀ ହୋଇ ବି ଦର୍ଶକଙ୍କ ଖୁବ୍‌ ଭଲ […]

ଇଶିତାଙ୍କ ମଥାରେ ‘ସାରେଗାମାପା’ର ତାଜ୍‌

ishita

Advertisment

ମୁମ୍ବାଇ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସାରେଗାମାପାର ଗ୍ରାଣ୍ଡ୍‌ ଫିନାଲେ ରବିବାର ସରିଯାଇଛି। ଗ୍ରାଣ୍ଡ୍‌ ଫିନାଲେରେ ଶେଷ ୬ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ବାଜି ମାରି ନେଇଛନ୍ତି ଜବଲପୁରର ଇଶିତା ବିଶ୍ୱକର୍ମା। ସେ ଶୋ’ର ବିଜେତା ସାଜି ଟ୍ରଫି ହାତେଇଛନ୍ତି। ଏହାସହ ତାଙ୍କୁ ମିଳିଛି ୫ ଲକ୍ଷ ଟଙ୍କା ଓ ଏକ ହୁଣ୍ଡାଇ କାର । ଶୋ’ରେ ସବୁଠୁ ଛୋଟ ପ୍ରତିଯୋଗୀ ହୋଇ ବି ଦର୍ଶକଙ୍କ ଖୁବ୍‌ ଭଲ ପାଇବା ପାଇଥିଲେ ଇଶିତା। ସେ ସାରେଗାମାପା ପୂର୍ବରୁ ଅନେକ ରିଆଲିଟି ଶୋ’ରେ ଅଂଶ ଗ୍ରହଣ କରିସାରିଛନ୍ତି। ସେ କେବଳ ସଙ୍ଗୀତ କ୍ଷେତ୍ରରେ ନୁହେଁ ଜବଲପୁରରେ ବାଲ୍ୟ ବିବାହ ବିପକ୍ଷରେ ମହିଳାଙ୍କୁ ସଶକ୍ତ କରିବାକୁ ସଂଘର୍ଷ ଚଳାଇଛନ୍ତି।

Advertisment

winnerଫାଇନାଲ୍‌ରେ ପହଞ୍ଚିଥିବା ସେହି ୬ ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ ଅସଲମ୍‌ ମାଜୀଦ, ଐଶ୍ୱର୍ଯ୍ୟା ପଣ୍ଡିତ, ସାହିଲ୍‌ ସୋଲଙ୍କି, ସୋନୁ ଗିଲ୍‌, ତନ୍ମୟ ଚତୁର୍ବେଦୀ, ଓ ଇଶିତା ବିଶ୍ୱକର୍ମା। ତନ୍ମୟ ଚତୁର୍ବେଦୀ ପ୍ରଥମ ରନର୍ସ ଅପ୍‌ ହୋଇଥିବା ବେଳେ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି ସୋନୁ ।

ଗ୍ରାଣ୍ଡଫିନାଲେରେ ଫିଲ୍ମ ମଣିକର୍ଣ୍ଣିକାର ଷ୍ଟାର କଙ୍ଗନା ରଣାୱତ ଓ ଅଙ୍କିତା ଲୋଖଣ୍ଡେ ଅତିଥି ଭାବେ ପହଞ୍ଚିଥିଲେ। ଅଙ୍କିତା ମଞ୍ଚ ଉପରେ ଝଲକାରୀ ବାଈ ବେଶରେ ନିଜର ପର୍‌ଫର୍ମାନ୍ସ ଦେଇଥିଲେ। ସେ ସମୟରେ ଜୋରୁକା ଗୁଲାମ ନାଁରେ ପରିଚିତ ସୋନୁ ଗିଲ୍‌ ନିଜ ପତ୍ନୀଙ୍କୁ ସାରେଗାମାପା ମଞ୍ଚରେ ଆଉଥରେ ବିବାହ କରିଥିଲେ। ସେ ନିଜ ଫାଇନାଲ୍‌ ପରଫର୍ମାନ୍ସ ନିଜ ପତ୍ନୀଙ୍କୁ ଡେଡିକେଟ୍‌ କରିଛନ୍ତି।

Advertisment

finalistକଣ୍ଠଶିଳ୍ପୀ ସୁନିଧୀ ଚୌହାନ୍ ଓ ଜେଭେଦ୍‌ ଅଲ୍ଲୀ ଟ୍ରପିସହ ଏଣ୍ଟ୍ରି କରିଥିଲେ। ସୁନିଧି କଣ୍ଠଶିଳ୍ପୀ ସାହିଲ୍‌ ସୋଲଙ୍କେଙ୍କ ସହ ପରଫର୍ମାନ୍ସ ଦେଇଥିଲେ। ଶୋ’କୁ ଆଦିତ୍ୟ ନାରାୟଣ ହୋଷ୍ଟ କରୁଥିବାବେଳେ ବିଚାରପତି ଆସନରେ ଶେଖର ରାଭଜିୟାନୀ, ରିଚା ଶର୍ମା ଓ ୱାଜିଦ୍‌ ଖାନ୍‌ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe