Advertisment

ରାନୁଙ୍କୁ ୫୫ଲକ୍ଷର ଫ୍ଲାଟ୍‌ ଦେଲେ ସଲମାନ୍‌! 'ଦବଙ୍ଗ-୩'ରେ ଗାଇପାରନ୍ତି ଗୀତ

ମୁମ୍ବାଇ: କୁହାଯାଏ, ଭଗବାନ୍‌ ଜବ୍‌ ଦେତା ହୈ ତୋ ଛପ୍ପର୍‌ ଫାଡ୍‌କେ ଦେତା ହୈ। ସେମିତି କିଛି ଘଟିଛି ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଳଙ୍କ କ୍ଷେତ୍ରରେ। ସୋଶାଲ୍ ମିଡିଆରେ ତାଙ୍କର ଗୀତ ଭାଇରାଲ୍ ହେବା ପରଠୁ ସେ ପାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତା। ପ୍ରଥମେ ହିମେଶ ରେଶମିଆଁଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଏବଂ ହିର୍‌’ରେ ଗୀତ ଗାଇବାର ସୁଯୋଗ ପାଇଥିଲେ ରାନୁ। ଏଥିପାଇଁ ହିମେଶ ତାଙ୍କୁ ୭ ଲକ୍ଷ ଟଙ୍କା ପାରିଶ୍ରମିକ ଦେଇଥିବା […]

ଅଦ୍ୟତନ ହୋଇଛି
ରାନୁଙ୍କୁ ୫୫ଲକ୍ଷର ଫ୍ଲାଟ୍‌ ଦେଲେ ସଲମାନ୍‌! 'ଦବଙ୍ଗ-୩'ରେ ଗାଇପାରନ୍ତି ଗୀତ

sss

Advertisment

ମୁମ୍ବାଇ: କୁହାଯାଏ, ଭଗବାନ୍‌ ଜବ୍‌ ଦେତା ହୈ ତୋ ଛପ୍ପର୍‌ ଫାଡ୍‌କେ ଦେତା ହୈ। ସେମିତି କିଛି ଘଟିଛି ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଳଙ୍କ କ୍ଷେତ୍ରରେ। ସୋଶାଲ୍ ମିଡିଆରେ ତାଙ୍କର ଗୀତ ଭାଇରାଲ୍ ହେବା ପରଠୁ ସେ ପାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତା।

Advertisment

ପ୍ରଥମେ ହିମେଶ ରେଶମିଆଁଙ୍କ ଆଗାମୀ ଫିଲ୍ମ ହାପି ହାର୍ଡି ଏବଂ ହିର୍‌ରେ ଗୀତ ଗାଇବାର ସୁଯୋଗ ପାଇଥିଲେ ରାନୁ। ଏଥିପାଇଁ ହିମେଶ ତାଙ୍କୁ ୭ ଲକ୍ଷ ଟଙ୍କା ପାରିଶ୍ରମିକ ଦେଇଥିବା ଶୁଣିବାକୁ ମିଳିଛି। ଆଉ ଏବେ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ଦବଙ୍ଗ-୩ରେ ରାନୁଙ୍କୁ ଗୀତ ଗାଇବାର ଅଫର୍‌ ମିଳିଥିବା ନେଇ ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ, ରାନୁଙ୍କର ଘର ନାହିଁ ଶୁଣି ସଲମାନ୍‌ ମୁମ୍ବାଇରେ ତାଙ୍କୁ ୫୫ ଲକ୍ଷ ଟଙ୍କାର ଗୋଟେ ଫ୍ଲାଟ୍‌ ଉପହାର ଦେଇଛନ୍ତି ବୋଲି ଗତକାଲିଠାରୁ ସୋଶାଲ୍ ମିଡିଆରେ ଜୋର ଚର୍ଚ୍ଚା ଚାଲିଛି। ସେହିଭଳି ଅକ୍ଷୟ କୁମାର ମଧ୍ୟ ରାନୁଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

publive-imageପଶ୍ଚିମବଙ୍ଗ ରାନାଘାଟ ରେଳ ଷ୍ଟେସନ୍‌ରେ ଲତା ମଙ୍ଗେସକରଙ୍କ ଗୀତ ଏକ ପ୍ୟାର୍‌ କା ନଗ୍‌ମାଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ। ପ୍ରତ୍ୟେକ ଦିନ ସେ ଟ୍ରେନ୍‌ରେ ଗୀତ ଗାଇ ଭିକ ମାଗୁଥିଲେ। ସମସ୍ତେ ତାଙ୍କ ଗୀତ ଶୁଣି ଖୁସି ହେଉଥିଲେ, କିନ୍ତୁ କେହି ତାଙ୍କୁ ଏତେ ଗୁରୁତ୍ୱ ଦେଇ ନଥିଲେ। ଦିନେ ସେ ଟ୍ରେନ୍‌ରେ ଗୀତ ଗାଉଥିବା ସମୟରେ ଜଣେ ୨୬ ବର୍ଷୀୟ ଯୁବକ ଅତୀନ୍ଦ୍ର ଚକ୍ରବର୍ତ୍ତୀଙ୍କ ନଜରକୁ ଆସିଥିଲେ। ଯୁବକ ଜଣଙ୍କ ହେଉଛନ୍ତି ଜଣେ ଇଞ୍ଜିନିୟର। ରାନୁ ଏକ କୋଣରେ ବସି ମହମ୍ମଦ୍ ରଫିଙ୍କର ଏକ ଗୀତ ଗାଉଥିଲେ। ରାନୁଙ୍କର ମଧୁର କଣ୍ଠ ଅତୀନ୍ଦ୍ରଙ୍କୁ ଖୁବ୍‌ ଭଲ ଲାଗିଥିଲା। ଏହାପରେ ଅତୀନ୍ଦ୍ର ତାଙ୍କୁ ଲତା ମଙ୍ଗେଶକରଙ୍କ ଏକ ପ୍ୟାର୍‌ କା ନଗ୍‌ମା ହେଗୀତ ଗାଇବାକୁ କହିଥିଲେ। ରାନୁ ଗୀତ ଗାଉଥିବା ବେଳେ ଅତୀନ୍ଦ୍ର ଏହାର ଭିଡିଓ ରେକର୍ଡ କରିଥିଲେ। ପରେ ସେ ଏହି ଭିଡିଓକୁ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଶେଆର୍‌ କରିଥିଲେ। ବାସ୍‌, ତାପରେ ଆଉ କ? ରାତାରାତି ଭିଡିଓଟି ଭାଇରାଲ୍‌ ହୋଇଯାଇଥିଲା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲେବ୍ରିଟିଙ୍କ ପର୍ଯ୍ୟନ୍ତ- ସମସ୍ତେ ତାଙ୍କ ଗୀତ ପସନ୍ଦ କରିବା ସହିତ ଭିଡିଓଟିକୁ ଶେଆର୍ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe