babu
ଭୁବନେଶ୍ୱର: ଠାଣି ଯେମିତ ଚାହାଣୀ ବି ସେମିତି । ସେକ୍ସି ଲୁକ୍ ସାଙ୍ଗକୁ ମସ୍ତିଭରା ଏକ୍ସପ୍ରେସନ୍। ତା’ସାଙ୍ଗକୁ ଚୁଲବୁଲି ଢଙ୍ଗରେ ଅଣ୍ଟା ହଲାର ଝଲକ । ପୂରା ମଲାଇକା ଆରୋରାଙ୍କ ଠାଣିରେ ଠୁମ୍କା। ଏମିତି କିଛି ରଙ୍ଗିଲା ଆଇଟମ୍କୁ ନେଇ ପରଦାକୁ ଆସୁଛନ୍ତି ଓଲିଉଡ୍ ଚକୋଲେଟ୍ ବୟ ବାବୁସାନ।
[vc_video link="" align="center"]
ନୂଆ ଅବତାରରେ ଅପ୍ କମିଂ ମୁଭି ସିଷ୍ଟର ଶ୍ରୀଦେବୀରେ ଆଇଟର୍ମ ଗର୍ଲ ହୋଇ ସେ ଜବରଦସ୍ତ ଠୁମ୍କା ଲଗାଇଛନ୍ତି । ତରଙ୍ଗସିନେ ପ୍ରଡକ୍ସରନର ଏହି ସିନେମାରେ ନିଆରା ଢଙ୍ଗରେ ଆସିଛନ୍ତି ବାବୁସାନ୍। ଫିଲ୍ମଟି ରଜ ବଜାରରେ ରିଲିଜ୍ ହେବାକୁ ଥିବା ବେଳେ ତା ପୂର୍ବରୁ ଏହି ଆଇଟମ ନମ୍ବରଟି ୟୁ-ଟ୍ୟୁବ୍ରେ ହଙ୍ଗାମା କରିଛି। ସିଷ୍ଟର ଶ୍ରୀଦେବୀର ଚୁନି ତଳେ ବ୍ଲାକ୍ ମନି ଆଇଟମ୍ ସଂଗରେ ବାବୁସାନ ଦମଦାର୍ ଡ୍ୟାନସ କରିଛନ୍ତି ।
କୋରିଓଗ୍ରାଫର ବି ପ୍ରତିଟି ଷ୍ଟେପ୍ସକୁ ବାବୁସାନଙ୍କ ଦ୍ୱାରା ଫୁଟାଇବାକୁ ଚେଷ୍ଟା କରିଛନ୍ତି। ବାବୁସାନଙ୍କ ସହ ପାଦରେ ପାଦ ମିଶାଇଛନ୍ତି କମେଡିଆନ୍ ସଲିଲ୍ । ରସିକିଆ ରୋମିଓ ସାଜିଥିବା ସଲିଲ୍ ଶ୍ରୀଦେବୀଙ୍କ ପ୍ରେମରେ ପୂରା ମତୁଆଲା ହୋଇଛନ୍ତି। ଏହି ଆଇଟମ ନମ୍ବର ଡ୍ୟାନ୍ସଟି ମେ ୩୧ ତାରିଖରେ ୟୁ-ଟ୍ୟୁବ୍ରେ ଅପଲୋଡ ହୋଇଥିଲା। ତେବେ ଅପଲୋଡ୍ ହେବାର ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୦ ହଜାର ୧୮୭ ଜଣ ଦର୍ଶକ ଦେଖିସାରିଲେଣି। ଦର୍ଶକଙ୍କ ହୃଦୟରେ ରାଜ୍ କରୁଛି ଏହି ଗୀତ। ଚୁନି ତଳେ ବ୍ଲାକ୍ ମନି ଗୀତର କୋରିଓଗ୍ରାଫି କରିଛନ୍ତି ମାଷ୍ଟର ରାଜୁ । ଗୀତଟିକୁ ଅଲିଉଡର ପ୍ରସିଦ୍ଧ ଗାୟିକା ସଞ୍ଜୁ ମହାନ୍ତି ଗାଇଛନ୍ତି। ନିର୍ମଳ ନାୟକଙ୍କ ଏହି ଗୀତଟିକୁ ଓଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କମ୍ପୋଜ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
