/odisha-reporter/media/post_attachments/uploads/2015/09/12.jpg)
film
କଟକ: ନୂଆ ଓଡ଼ିଆ ଫିଲ୍ମ ‘ଜବରଦସ୍ତ ପ୍ରେମିକ’ର ଶୁଭ ମହୁରତ କଟକ ସିଡିଏ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଲିଉଡର ରୋମାଣ୍ଟିକ ହିରୋ ବାବୁସାନ୍ ଓ ଅଭିନେତ୍ରୀ ଝିଲିକ୍ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମଟିରେ ଫୁଲ କମେଡି, ଇମୋସନ୍ ଓ ଆକସନ୍ ରହିଛି। ସାଉଥ୍ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ରାଜୁ ସରାଭାୟା ପ୍ରଥମଥର ପାଇଁ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି।
Advertisment
ଏହି ଫିଲ୍ମରେ ଅପରାଜିତା, ଉତ୍ତମ ମହାନ୍ତି, ଅଶ୍ରୁମୋଚନ ଓ ବିଦୁସ୍ମିତା ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଫିଲ୍ମର ସମସ୍ତ ସୁଟିଂ କଟକ ଓ ଭୁବନେଶ୍ୱରରେ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
