aamir
ମୁମ୍ବାଇ: ଚୀନର ଆକ୍ସନ ଷ୍ଟାର ଜ୍ୟାକି ଚାନଙ୍କ ସହିତ ଫିଲ୍ମ କରିବେନି ସୁପରଷ୍ଟାର ଆମୀର ଖାନ। ନିଜେ ଆମୀର ଏହା ସ୍ପଷ୍ଟ କରିଛନ୍ତି। ଆମୀର କହିଛନ୍ତି ଯେ ’ଦଙ୍ଗଲ’ର ସୁଟିଂରେ ସେ ବ୍ୟସ୍ତ ରହିବେ। ତେଣୁ ଜ୍ୟାକି ଚାନଙ୍କ ସହିତ ଫିଲ୍ମ କରିପାରିବେ ନାହିଁ।
ଏହା ପୂର୍ବରୁ ଚର୍ଚ୍ଚା ଚାଲିଥିଲା ଯେ ଆମୀର ଏକ ଭାରତୀୟ-ଚୀନୀ ଫିଲ୍ମରେ ଜ୍ୟାକି ଚାନଙ୍କ ସହିତ କାମ କରିବେ। ଏହି ଫିଲ୍ମର ନାମ ’କୁଙ୍ଗ ଫୁ ଯୋଗା‘ ରଖାଯାଇଛି। ଆମୀର ଏକ ସାକ୍ଷାତକାରରେ କହିଛନ୍ତି, ଜ୍ୟାକି ଚାନ୍ ଏହି ଫିଲ୍ମଟିକୁ ନିର୍ଦ୍ଦେଶକ ଷ୍ଟେନଲେ ଟୋଙ୍ଗଙ୍କ ସହିତ ମିଶି କରିବେ। ସେମାନେ ଏହି ଫିଲ୍ମର ସୁଟିଂ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଆରମ୍ଭ କରିବେ। ଆଉ ସେତେବେଳେ ଆମୀର ’ଦଙ୍ଗଲ’ର ସୁଟିଂରେ ବ୍ୟସ୍ତ ଥିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/aamir292015.jpg)