Advertisment

ଯେବେ ପ୍ରେମିକା ପାଇଁ ମା'ଙ୍କୁ ଘରୁ ବାହାର କରିଦେଇଥିଲେ ଜ୍ୟାକି

ମୁମ୍ବାଇ: ନିଜର ଦମ୍‌ଦାର୍‌ ଅଭିନୟ ଓ ନିଆରା ଷ୍ଟାଇଲ୍‌ ପାଇଁ ବଲିଉଡ୍‌ରେ ବେଶ୍ ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ୍। ନିଜ ଫିଲ୍ମି କ୍ୟାରିୟରରେ ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ବି ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ନିକଟରେ ସେ କମେଡ଼ି ଶୋ’ ‘ଦ କପିଲ ଶର୍ମା ଶୋ’ କୁ ଯାଇଥିଲେ। ଆଉ ସେଠାରେ ଖୁବ୍‌ ମଜା କରିବା ସହ ନିଜ ଜୀବନର ଏକ ଘଟଣା ବିଷୟରେ ବଖାଣିଥିଲେ। ସେ ଶୋ’ରେ […]

ଅଦ୍ୟତନ ହୋଇଛି
ଯେବେ ପ୍ରେମିକା ପାଇଁ ମା'ଙ୍କୁ ଘରୁ ବାହାର କରିଦେଇଥିଲେ ଜ୍ୟାକି

jackie

Advertisment

ମୁମ୍ବାଇ: ନିଜର ଦମ୍‌ଦାର୍‌ ଅଭିନୟ ଓ ନିଆରା ଷ୍ଟାଇଲ୍‌ ପାଇଁ ବଲିଉଡ୍‌ରେ ବେଶ୍ ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ୍। ନିଜ ଫିଲ୍ମି କ୍ୟାରିୟରରେ ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ବି ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ନିକଟରେ ସେ କମେଡ଼ି ଶୋ’ ‘ଦ କପିଲ ଶର୍ମା ଶୋ’ କୁ ଯାଇଥିଲେ। ଆଉ ସେଠାରେ ଖୁବ୍‌ ମଜା କରିବା ସହ ନିଜ ଜୀବନର ଏକ ଘଟଣା ବିଷୟରେ ବଖାଣିଥିଲେ। ସେ ଶୋ’ରେ କହିଥିଲେ ଯେ କେମିତି ସେ ଗର୍ଲଫ୍ରେଣ୍ଡ ପାଇଁ ନିଜ ମା’ଙ୍କୁ ଘରୁ ବାହାର କରିଦେଇଥିଲେ।

Advertisment

https://www.instagram.com/p/ByUsmWlHmJt/?utm_source=ig_web_copy_link

ଜ୍ୟାକି ‘ଦ କପିଲ ଶର୍ମା ଶୋ’ରେ ନିଜ ସ୍କୁଲ୍‌ବେଳର ଏକ ମଜାଳିଆ ଘଟଣା ବିଷୟରେ କହିଥିଲେ। ନିଜ ଗର୍ଲଫ୍ରେଣ୍ଡଙ୍କୁ ସେ କେମିତି ବୋକା ବନେଇଥିଲେ ସେ ବିଷୟରେ କହିଥିଲେ। ଜ୍ୟାକି କହିଥିଲେ ଯେ ଦିନେ ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ କହିଲେ କି ସେ ତାଙ୍କ ମା’ଙ୍କୁ ଭେଟିବାକୁ ଚାହୁଁଛନ୍ତି । ଜ୍ୟାକି ତାଙ୍କୁ ମିଛରେ କହିଥିଲେ ଯେ ସେ ମାଆଙ୍କ ସହ ରହୁନାହାନ୍ତି ଓ ପିଜି ବା ପେୟିଂ ଗେଷ୍ଟ ଭାବେ ଏକୁଟିଆ ରହୁଛନ୍ତି।

ଏହାପରେ ଗର୍ଲଫ୍ରେଣ୍ଡ ତାଙ୍କ ପିଜି ଘରକୁ ଯିବାକୁ ଜିଦ୍ଦି କଲେ। ଏହାପରେ ଜ୍ୟାକି ପ୍ଲାନ୍‌ କରି ମା’ଙ୍କୁ ମନେଇ ଦେଇଥିଲେ ଓ କିଛି ସମୟ ପାଇଁ ତାଙ୍କୁ ଘରୁ ବାହାରେ ରହିବାକୁ କହିଥିଲେ। ଆଉ ଜ୍ୟାକିଙ୍କଠାରୁ ସବୁ କଥା ଶୁଣି ମା’ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। ଜ୍ୟାକି କହିଥିଲେ ଯେ ତାଙ୍କ ମା’ ସେଦିନ ପ୍ରାୟ ଅଧଘଣ୍ଟା ଘର ବାହାରେ ରହିଥିଲେ। ଜ୍ୟାକି ଶ୍ରଫ୍‌ଙ୍କର ଆଗକୁ ଦୁଇଟି ଫିଲ୍ମ ‘ମୁମ୍ବାଇ ସାଗା’ ଓ ‘ରାଧେ’ ଆସୁଛି।  ଏହି ଦୁଇଟି ଫିଲ୍ମ ୨୦୨୦ରେ ରିଲିଜ୍‌ ହେବ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe