/odisha-reporter/media/post_attachments/uploads/2020/12/Jacqueline-.jpg)
Jacqueline-
ମୁମ୍ବାଇ: ବଚ୍ଚନ ପାଣ୍ଡେ ଗ୍ୟାଙ୍ଗରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଖିଲାଡି ଷ୍ଟାର ଅକ୍ଷୟ କୁମାର, କ୍ରିତି ସାନନ, ଅରସଦ ୱରସିଙ୍କ ପରେ ଜ୍ୟାକଲିନଙ୍କୁ ଏହି ଗ୍ୟାଙ୍ଗରେ ସ୍ଥାନ ମିଳିଛି । ସାଜିଦ ଦାଦିଆଦୱାଲାଙ୍କ ଅପକମିଂ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ଏବେ ଜ୍ୟାକଲିନଙ୍କ ଜଲୱା ଦେଖିବାକୁ ମିଳିବ । ଏନେଇ କ୍ରିତି ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେଆର କରି ସୂଚନା ଦେଇଛନ୍ତି। ଏଥିସହ ଜ୍ୟାକଲିନଙ୍କୁ ତାଙ୍କ ଗ୍ୟାଙ୍ଗକୁ ସ୍ୱାଗତ କରିଛନ୍ତି ।
ଏହି ଆକ୍ସନ କମେଡି ଫିଲ୍ମରେ ଅକ୍ଷୟଙ୍କୁ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ । ସେହିପରି କ୍ରିତି ସାମ୍ବାଦିକ ଭୂମିକାରେ ନଜର ଆସିବେ । ଅରସଦଙ୍କୁ ଅକ୍ଷୟଙ୍କ ବନ୍ଧୁ ଭୂମିକାରେ ଦେଖିବାକୁ ମିଳିବ । ତେବେ ଫିଲ୍ମରେ ଜ୍ୟାକଲିନଙ୍କ ଭୂମିକା କ’ଣ ରହିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।/odisha-reporter/media/post_attachments/wp-content/uploads/2020/12/akshya-jacqueline.jpg)
ଆସନ୍ତାବର୍ଷ ଜୈସଲମେରରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଫରାହଦ ସାମଜି ଅଛନ୍ତି । ଏହି ଫିଲ୍ମର ଜରିଆରେ ବହୁଦିନ ପରେ ଅକ୍ଷୟ ଓ ଅରସଦଙ୍କୁ ଏକାଠି ଦେଖିବାକୁ ମିଳିବ । ‘ଜାନି ଦୁସମନ ଏକ ଅନୋଖି କାହାନୀ’ରେ ଏ ଦୁହିଁଙ୍କୁ ଶେଷଥର ପାଇଁ ଦର୍ଶକେ ବଡ ପରଦାରେ ଏକାଠି ଦେଖିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
