/odisha-reporter/media/post_attachments/uploads/2015/10/jaga-hatare-pagha.jpg)
jagahatarepagha
ଭୁବନେଶ୍ୱର: ଦଶହରା ବଜାରକୁ ଆସୁଛି ତରଙ୍ଗ ସିନେମାର ‘ଜଗା ହାତରେ ପଘା’। ଅକ୍ଟୋବର ୧୮ରେ ଫିଲ୍ମଟି ରିଲିଜ୍ ହେବ। ତେବେ ତା’ ଆଗରୁ ରିଲିଜ୍ ହୋଇଛି ଫିଲ୍ମଟିର ଆଉ ଏକ ପ୍ରମୋ। ଏହା ସହିତ ରିଲିଜ୍ ହୋଇଛି ଅନୁଭବଙ୍କ ଇଣ୍ଟ୍ରୋଡକସନ୍ ସଙ୍ଗ୍। ଏହି ପେପି ନମ୍ୱରଟିକୁ ଗାଇଛନ୍ତି ଗୁଡଲି ରଥ। ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ପ୍ରେମାନନ୍ଦ। କ୍ୟାଚି ଲିରିକ୍ସ, ଷ୍ଟାଇଲିସ୍ ଡ୍ୟାନ୍ସ ମୁଭସ୍ ଆଉ ଅନୁଭବଙ୍କ ଷ୍ଟାର ପାୱାର ସବୁ ରହିଛି ଏହି ନୂଆ ଗୀତରେ। ଜଗା ହାତରେ ପଘାରେ ଅନୁଭବଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ଝିଲ୍ଲିକ ଏବଂ ଏଲିନା। ଭର୍ସାଟାଇଲ୍ ଅଭିନେତ୍ରୀ ମହାଶ୍ୱେତା ବି ଅଛନ୍ତି ଏହି ସିନେମାରେ। ଖଳନାୟକ ଭୂମିକାରେ ଅଛନ୍ତି ବୁଦ୍ଧାଦିତ୍ୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
