ଶ୍ରୀଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଇମୋଶନାଲ୍‌ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ମୃତ୍ୟୁକୁ ୨ ବର୍ଷ ପୂରିଯାଇଛି। ୨୦୧୮ରେ ଆଜିର ଦିନରେ ଦୁବାଇର ଏକ ହୋଟେଲ୍‌ରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ବଡ଼ ଝିଅ ଜାହ୍ନବୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ସେ ମା’ ଶ୍ରୀଦେବୀଙ୍କ ସହ ନିଜ ଛୋଟବେଳର ଫଟୋ ଶେଆର କରି ଲେଖିଛନ୍ତି, ‘ସବୁଦିନ ତୁମକୁ ମନେପକାଉଛି।’ https://www.instagram.com/p/B87A1cLFUpX/?utm_source=ig_web_copy_link ଜାହ୍ନବୀଙ୍କ ଏହି ପୋଷ୍ଟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ […]

sridevi

Chinmayee Roy
  • Published: Monday, 24 February 2020
  • , Updated: 24 February 2020, 04:17 PM IST

ମୁମ୍ବାଇ: ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ମୃତ୍ୟୁକୁ ୨ ବର୍ଷ ପୂରିଯାଇଛି। ୨୦୧୮ରେ ଆଜିର ଦିନରେ ଦୁବାଇର ଏକ ହୋଟେଲ୍‌ରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ବଡ଼ ଝିଅ ଜାହ୍ନବୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ସେ ମା’ ଶ୍ରୀଦେବୀଙ୍କ ସହ ନିଜ ଛୋଟବେଳର ଫଟୋ ଶେଆର କରି ଲେଖିଛନ୍ତି, ‘ସବୁଦିନ ତୁମକୁ ମନେପକାଉଛି।’

https://www.instagram.com/p/B87A1cLFUpX/?utm_source=ig_web_copy_link

ଜାହ୍ନବୀଙ୍କ ଏହି ପୋଷ୍ଟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଫ୍ୟାନ୍‌ମାନେ ଏଥିରେ ରିଆକ୍ଟ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି। ଶ୍ରୀଦେବୀଙ୍କ ମୃତ୍ୟୁ ପରେ ମ୍ୟାଡମ୍‌ ତୁସାଦ ମ୍ୟୁଜିୟମ୍‌ରେ ତାଙ୍କର ଏକ ମହମ ପ୍ରତିମୂର୍ତ୍ତି ରଖାଯାଇଛି। ଏହି ପ୍ରତିମୂର୍ତ୍ତିଟି ଶ୍ରୀଦେବୀଙ୍କ ହାୱା ହାୱାଇ ଲୁକ୍‌ ଭଳି ତିଆରି ହୋଇଛି। ଏହାର ଲୋକାର୍ପଣ ତାଙ୍କ ସ୍ୱାମୀ ବୋନି କପୁର ଓ ଦୁଇ ଝିଅ ଖୁସି ଓ ଜାହ୍ନବୀ କପୁର କରିଥିଲେ।  ଜାହ୍ନବୀଙ୍କ ବଲିଉଡ୍ ଡେବ୍ୟୁ ମଧ୍ୟ ତାଙ୍କ ମୃତ୍ୟୁର ପରେ ପରେ ହୋଇଥିଲା, ଯାହାକି ଶ୍ରୀଦେବୀଙ୍କର ସ୍ୱପ୍ନ ଥିଲ।  ଜାହ୍ନବୀଙ୍କ ଜୀବନର ସବୁଠୁ ବଡ଼ ଦୁଃଖ ହେଲା ତାଙ୍କ ବଲିଉଡ୍‌ ଡେବ୍ୟୁ ତାଙ୍କ ମା’ ଦେଖିପାରିଲେ ନାହିଁ।

https://www.instagram.com/p/B1-Xz02AWWo/?utm_source=ig_web_copy_link

ସୂଚନାଯୋଗ୍ୟ, ଶ୍ରୀଦେବୀଙ୍କ ଶେଷ ଫିଲ୍ମ ଥିଲା ‘ମମ୍‌’। ଯାହାକି ୨୦୧୭ ଜୁଲାଇ ୭ ତାରିଖରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାଇଁ ଶ୍ରୀଦେବୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି। ଏଥିରେ ସେ ଜଣେ ମା’ ଭୂମିକାରେ ଭିନୟ କରିଥିଲେ, ଯିଏ କି ନିଜ ଝିଅର ବଳାତ୍କାରୀକୁ ଦଣ୍ଡ ଦେବା ପାଇଁ ଲଢ଼ୁଥିଲେ।

https://twitter.com/SrideviBKapoor/status/1002881830612340737?s=20

ଶ୍ରୀଦେବୀଙ୍କ ଜନ୍ମ ଅଗଷ୍ଟ୧୩, ୧୯୬୩ରେ ହୋଇଥିଲା। ସେ ହିନ୍ଦୀ ସହ ତାମିଲ୍‌, ତେଲ୍‌ଗୁ, ମାଲାୟାଲମ୍‌ ଓ କନ୍ନଡ଼ ଫିଲ୍ମରେ କାମ କରିଛନ୍ତି। ସେ ଭାରତୀୟ ସିନେମାର ପ୍ରଥମ ମହିଳା ସୁପରଷ୍ଟାର୍‌ ଥିଲେ। ସେ ୫ଟି ଫିଲ୍ମ ଫେୟାର୍‌ ପୁରସ୍କାର ପ୍ରାପ୍ତ କରିଥିଲେ। ୧୯୮୦ରୁ ୧୯୯୦ ଦଶକରେ ସବୁଠୁ ଅଧିକ ପାଉଣା ପାଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ସେ ସାମିଲ୍‌ ଥିଲେ। ତେବେ ଆଜିର ଦିନରେ ସେ ଆମ ସମସ୍ତଙ୍କୁ ଚାଡ଼ି ଚାଲି ଯାଇଥିଲେ। ସିନେମା ଜଗତ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଇଛି। କିନ୍ତୁ ସେ ନିଜ ଫ୍ୟାନ୍‌ମାନଙ୍କ ହୃଦୟରେ ଆଜି ବି ଜୀବିତ ଅଛନ୍ତି। ଆଉ ସବୁବେଳେ ଏମିତି ହିଁ ରହିବେ।

Related story