Advertisment

ଜେମ୍ସ ବଣ୍ଡଙ୍କ ପାନ ମସଲା ବିଜ୍ଞାପନରେ ଲାଗିଲା ଅଙ୍କୁଶ

ମୁମ୍ବାଇ: କିଛିଦିନ ପୂର୍ବରୁ  ଜେମ୍ସ ବଣ୍ଡଙ୍କ ପାନବାହାର ବିଜ୍ଞାପନକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। ନିୟମ ଅନୁଯାୟୀ ପାନ ମସଲା, ତମାଖୁ ପରି ବିଜ୍ଞାପନ ଟିଭିରେ ଦେଖାଇବା ମନା। ବିଜ୍ଞାପନକୁ ନେଇ ସିବିଏଫସିର ମୁଖ୍ୟ ପହଲାଜ ନିହଲାନିଙ୍କ କହିଛନ୍ତି,“ଜେମ୍ସ ବଣ୍ଡ ଏପରି ବିଜ୍ଞାପନ କରିଛନ୍ତି, ଏକଥା ସେ ବିଶ୍ୱାସ କରି ହେଉନି। ଯଦିବା ସେ ଏପରି କିଛି ବିଜ୍ଞାପନ କରିଛନ୍ତି ତେବେ ତାହା ତୁରନ୍ତ ବନ୍ଦ କରି ଦିଆଯିବ।” ସେ ଏହା ମଧ୍ୟ କହିଛନ୍ତି କି, […]

author-image
Rakesh Mallick
ଅଦ୍ୟତନ ହୋଇଛି
ଜେମ୍ସ ବଣ୍ଡଙ୍କ ପାନ ମସଲା ବିଜ୍ଞାପନରେ ଲାଗିଲା ଅଙ୍କୁଶ

pierce-brosnan

ମୁମ୍ବାଇ: କିଛିଦିନ ପୂର୍ବରୁ  ଜେମ୍ସ ବଣ୍ଡଙ୍କ ପାନବାହାର ବିଜ୍ଞାପନକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। ନିୟମ ଅନୁଯାୟୀ ପାନ ମସଲା, ତମାଖୁ ପରି ବିଜ୍ଞାପନ ଟିଭିରେ ଦେଖାଇବା ମନା। ବିଜ୍ଞାପନକୁ ନେଇ ସିବିଏଫସିର ମୁଖ୍ୟ ପହଲାଜ ନିହଲାନିଙ୍କ କହିଛନ୍ତି,“ଜେମ୍ସ ବଣ୍ଡ ଏପରି ବିଜ୍ଞାପନ କରିଛନ୍ତି, ଏକଥା ସେ ବିଶ୍ୱାସ କରି ହେଉନି। ଯଦିବା ସେ ଏପରି କିଛି ବିଜ୍ଞାପନ କରିଛନ୍ତି ତେବେ ତାହା ତୁରନ୍ତ ବନ୍ଦ କରି ଦିଆଯିବ।”

Advertisment

ସେ ଏହା ମଧ୍ୟ କହିଛନ୍ତି କି, ବଲିଉଡ ଷ୍ଟାର ଶାହାରୁଖ ଏବଂ ସୈଫ ମଧ୍ୟ ମଦକୁ ନେଇ ଯେଉଁ ବିଜ୍ଞାପନ କରିଛନ୍ତି ତାହା ମଧ୍ୟ କୌଣସି ସର୍ବସାଧାରଣ ଜାଗାରେ ପ୍ରଦର୍ଶନ କରାଯିବ ନାହିଁ। ଏହି ପ୍ରକାର ବିଜ୍ଞାପନ କରି ସେମାନେ କ’ଣ ହାତେଇବାକୁ ଚାହାନ୍ତି ବୋଲି ନିହଲାନି ପ୍ରଶ୍ନ କରିଛନ୍ତି।