ନୂଆଦିଲ୍ଲୀ: ଦବଙ୍ଗ ଖାଁଙ୍କ ବାୟୋଗ୍ରାଫି ତାଙ୍କ ଜନ୍ମ ଦିନ ୨୭ ଡିସେମ୍ୱରରେ ରିଲିଜ୍ ହେବ। ‘ବିଇଙ୍ଗ୍ ସଲମାନ୍’ ନାମକ ଏହି ବାୟୋଗ୍ରାଫି ଲେଖିଛନ୍ତି ଜାସିମ୍ ଖାଁ। ଏହି ବାୟୋଗ୍ରାଫିରେ ସଲମାନଙ୍କ ବ୍ୟକ୍ତିଗତ ଜୀବନ ଓ ପରିବାର ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ସଲାମାନ୍ ଷ୍ଟାରର ‘ଦବଙ୍ଗ’, ‘ଏକ ଥା ଟାଇଗର’ ଓ ‘କିକ୍’ ପରି ଫିଲ୍ମ ଶହେ କୋଟି ଟଙ୍କା ଆୟ କରିଥିବା ବେଳେ ଚଳିତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ‘ପ୍ରେମ ରତନ୍ ଧନ୍ ପାୟୋ’ ୨୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ସେହିପରି ସଲମାନଙ୍କ ବ୍ଲକ୍ ବାଷ୍ଟର ଫିଲ୍ମ ‘ବଜରଙ୍ଗୀ ଭାଇଜାନ୍’ ସାରାଦେଶରେ ୩୦୦ କୋଟି ଟଙ୍କା ଆୟ କରିଛି।
ସଲମାନ ବିଭିନ୍ନ ସମୟରେ ବହୁ ବିବାଦରେ ଛନ୍ଦି ହୋଇଛନ୍ତି। ତାଙ୍କ କାର୍ ଚଢିଯିବାରୁ ଫୁଟପାଥରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ତାଙ୍କ ବିରୋଧରେ ହତ୍ୟା ମାମଲା ଚାଲିଛି। ତାଙ୍କ ବିରୋଧରେ କସ୍ତୁରୀ ମୃଗ ଶିକାର କରିବାର ମଧ୍ୟ ଅଭିଯୋଗ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।