Advertisment

ପୁଣି ଟ୍ରଲ୍‌ ହେଲେ ଜାହ୍ନବୀ

ମୁମ୍ବାଇ: ‘ଧଡକ୍‌’ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଲାଇମ୍‌ଲାଇଟ୍‌ରେ ରହିବା ବେଶ୍‌ ଜଣା। ସେ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଏଥର ସେ ଫିଲ୍ମ, ପାର୍ଟି କିମ୍ବା କୌଣସି ହଲି ଡେ ପାଇଁ ନୁହେଁ ବରଂ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଜାହ୍ନବୀ  ସର୍ଟ ଡ୍ରେସ୍‌ରେ ଏକ ଫଟୋ ଭାଇରାଲ୍‌ ହୋଇଛି। ଯେଉଁଥିରେ ସେ ଏକ ଫିଙ୍କ୍‌ ଟି ସାର୍ଟ ଏବଂ ତଳେ ଏକ ଛୋଟପ୍ୟାଣ୍ଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। […]

ଅଦ୍ୟତନ ହୋଇଛି
ପୁଣି ଟ୍ରଲ୍‌ ହେଲେ ଜାହ୍ନବୀ

janhabi

Advertisment

ମୁମ୍ବାଇ: ‘ଧଡକ୍‌’ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଲାଇମ୍‌ଲାଇଟ୍‌ରେ ରହିବା ବେଶ୍‌ ଜଣା। ସେ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଏଥର ସେ ଫିଲ୍ମ, ପାର୍ଟି କିମ୍ବା କୌଣସି ହଲି ଡେ ପାଇଁ ନୁହେଁ ବରଂ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

Advertisment

ନିକଟରେ ଜାହ୍ନବୀ  ସର୍ଟ ଡ୍ରେସ୍‌ରେ ଏକ ଫଟୋ ଭାଇରାଲ୍‌ ହୋଇଛି। ଯେଉଁଥିରେ ସେ ଏକ ଫିଙ୍କ୍‌ ଟି ସାର୍ଟ ଏବଂ ତଳେ ଏକ ଛୋଟପ୍ୟାଣ୍ଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।

[caption id="attachment_276090" align="alignnone" width="750"]janhabi image credit - navabharattimes[/caption]

Advertisment

ଏହି ଫଟୋ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରଲ କରିବା ଆରମ୍ଭ କରିଦେଇଛନ୍ତି। କିଏ ଲେଖୁଛନ୍ତି ‘ବହୁତ ଖରାପ ଦିଶୁଛ’ ତ ପୁଣି କିଏ ତାଙ୍କର କୌଣସି ଡ୍ରେସିଂ ସେନ୍ସ ନାହିଁ ବୋଲି ଲେଖି ଟିପ୍ପଣୀ କରୁଛନ୍ତି।

କେତେକ ୟୁଜର୍ସ ଏମିତି କଥା ଲେଖିଛନ୍ତି ଯେ ଯାହାକୁ ପଢ଼ି ଆପଣ ନହସି ରହିପାରିବେ ନାହିଁ । ‘‘ଏମିତି ଲାଗୁଛି ମ୍ୟାଡ଼ାମ୍‌, ଆପଣ ପ୍ୟାଣ୍ଟ ଘରେ ଭୁଲି ଆସିଛନ୍ତି, ମ୍ୟାଡ଼ାମ୍‌ ଅନ୍‌ଲାଇନ୍‌ ସପିଂ କରିଥିଲେ କିନ୍ତୁ ପ୍ୟାଣ୍ଟ ଡ଼େଲିଭରି ହୋଇପାରି ନାହିଁ” ଏମିତି ଅନେକ କିଛି।

tweetନିଜ ପୋଷାକକୁ ନେଇ ଟ୍ରଲ ହେବା ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ବି ସେ ନିଜ ଡ୍ରେସ୍‌ ପାଇଁ ଟ୍ରଲ ହୋଇ ସାରିଛନ୍ତି।

‘ଧଡ଼କ୍‌’ ରିଲିଜ୍‌ ପରେ ଜାହ୍ନବୀ ନିର୍ଦ୍ଦେଶକ ଓ ପ୍ରଯୋଜକ କରଣ ଜୋହରଙ୍କ ଫିଲ୍ମ ‘ତଖ୍‌ତ’ରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କରୀନା କପୁର, ଅଭିନେତା ରଣବୀର କପୁର ଏବଂ ଅଭିନେତା ବିକି କୌଶଲ ନଜର ଆସିବେ ବୋଲି ଜଣା ପଡ଼ିଛି।

ଏହାଛଡ଼ା ସେ ଆଉ ଏକ ଫିଲ୍ମରେ ନଜର ଆସିପାରନ୍ତି। ଯାହା ଇଣ୍ଡିଆନ୍‌ ଏୟାରଫୋର୍ସର ପ୍ରଥମ ମହିଳା ଚପର ପାଇଲଟ୍‌ ଗୁଞ୍ଜନ୍‌ ସକ୍‌ସେନାଙ୍କ ଜୀବନୀ ଉପରେ ଆଧାରିତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe