Advertisment

ସ୍କ୍ରିନ୍‌ ଶେଆର କରିବେ ବରୁଣ ଓ ଜାହ୍ନବୀ

ମୁମ୍ବାଇ: ପୁରୁଣା କଳାକାର, କିନ୍ତୁ ନୂଆ ଯୋଡ଼ି। ଏମିତି କିଛି ଦେଖିବାକୁ ମିଳିବ କମେଡି ଫିଲ୍ମ ‘ମିଷ୍ଟର ଲେଲେ’ରେ। ଏଥିରେ ଲିଡ୍‌ ରୋଲ୍‌ରେ ଅଛନ୍ତି ବରୁଣ ଧୱନ୍‌ ଓ ଜାହ୍ନବୀ କପୁର। ପ୍ରଥମ ଥର ପାଇଁ ଏଦୁହେଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି। https://www.instagram.com/p/B5zjXufgphJ/?utm_source=ig_web_copy_link ସୂଚନା ଅନୁଯାୟୀ, ଫିଲ୍ମ ‘କଲଙ୍କ’ର ‘ଫାଷ୍ଟ୍‌ କ୍ଲାସ୍’ ଗୀତରେ ବରୁଣ ଓ କିୟାରାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ତେଣୁ ‘ମିଷ୍ଟର ଲେଲେ’ର ନିର୍ମାତା ଏହି ଯୋଡ଼ିକୁ ନେଇ ଫିଲ୍ମ […]

ଅଦ୍ୟତନ ହୋଇଛି
ସ୍କ୍ରିନ୍‌ ଶେଆର କରିବେ ବରୁଣ ଓ ଜାହ୍ନବୀ

varun-dhawan-jahnvi

Advertisment

ମୁମ୍ବାଇ: ପୁରୁଣା କଳାକାର, କିନ୍ତୁ ନୂଆ ଯୋଡ଼ି। ଏମିତି କିଛି ଦେଖିବାକୁ ମିଳିବ କମେଡି ଫିଲ୍ମ ‘ମିଷ୍ଟର ଲେଲେ’ରେ। ଏଥିରେ ଲିଡ୍‌ ରୋଲ୍‌ରେ ଅଛନ୍ତି ବରୁଣ ଧୱନ୍‌ ଓ ଜାହ୍ନବୀ କପୁର। ପ୍ରଥମ ଥର ପାଇଁ ଏଦୁହେଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି।

Advertisment

https://www.instagram.com/p/B5zjXufgphJ/?utm_source=ig_web_copy_link

ସୂଚନା ଅନୁଯାୟୀ, ଫିଲ୍ମ ‘କଲଙ୍କ’ର ‘ଫାଷ୍ଟ୍‌ କ୍ଲାସ୍’ ଗୀତରେ ବରୁଣ ଓ କିୟାରାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ତେଣୁ ‘ମିଷ୍ଟର ଲେଲେ’ର ନିର୍ମାତା ଏହି ଯୋଡ଼ିକୁ ନେଇ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ। ସେଥିପାଇଁ ପ୍ରଥମେ ଏହି ଫିଲ୍ମ ପାଇଁ କିୟାରା ଆଡ୍‌ଭାନୀଙ୍କୁ ଅଫର୍‌ ଦିଆଯାଇଥିଲା। ହେଲେ ସମୟର ଅଭାବରୁ ସେ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ। ପରେ ଏହି ଅଫର୍‌ ଜାହ୍ନବୀଙ୍କୁ ମିଳିଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଶଶାଙ୍କ ଖୈତାନ୍‌ ଦେବେ।

https://www.instagram.com/p/B5IVHzFhOgq/?utm_source=ig_web_copy_link

ସୂଚନାଯୋଗ୍ୟ, ଜାହ୍ନବୀ ଆଗକୁ ‘କାର୍ଗିଲ୍‌ ଗର୍ଲ’, ‘ଦୋସ୍ତାନା ୨’ ଓ ‘ତଖ୍‌ତ’ ଆଦି ଫିଲ୍ମରେ ନିଜର ଆସିବାକୁ ଥିବାବେଳେ ବରୁଣଙ୍କୁ ‘ଷ୍ଟ୍ରିଟ୍ ଡ୍ୟାନ୍‌ସର୍‌ ୩ଡି’ ଓ ‘କୁଲି ନମ୍ବର ୱାନ୍’ର ସିକ୍ୱେଲ୍‌ରେ ଦେଖିବାକୁ ମିଳିବ। ଅନ୍ୟପଟେ କିୟାରା ଆଗକୁ ‘ଲକ୍ଷ୍ମୀ ବମ୍’, ‘ଶେରଶାହ’, ‘ଭୁଲ୍‌ଭୁଲେୟା ୨’ ଓ ‘ଇନ୍ଦୁ କୀ ଜୱାନୀ’ ଆଦି ଫିଲ୍ମରେ ନଜର ଆସିବେ। ନିକଟରେ ତାଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ରିଲିଜ୍‌ ହୋଇଛି, ଯାହା ବକ୍ସ ଅଫିସ୍‌ରେ ଧମାକା କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe