ମୁମ୍ବାଇ: ହିନ୍ଦୀ ସିନେମା ଜଗତର ସବୁଠୁ ଶ୍ରେଷ୍ଠ ସମ୍ମାନ କହିଲେ ଦାଦା ସାହେବ ଫାଲ୍କେ ସମ୍ମାନକୁ ବୁଝାଏ। ଗତକାଲି ରାତିରେ ମୁମ୍ବାଇରେ ଏହି ଆୱାର୍ଡ୍ ସେରିମନି ଅନୁଷ୍ଠିତ ହୋଇଥିଲା। ଏହି ସେରିମନିରେ ବହୁ ବଡ଼ ବଡ଼ କଳାକାର ଉପସ୍ଥିତ ଥିଲେ।
ଏହି ଅବସରରେ ଅଭିନୟ କ୍ଷତ୍ରରେ ବିଭିନ୍ନ ଟିଭି ଓ ବଲିଉଡ୍ କଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ତେବେ ଜାହ୍ନବୀ କପୁର ଓ ଈଶାନ୍ ଖଟ୍ଟରଙ୍କୁ ଏହି ସେରିମନିରେ ନିଜ ଡେବ୍ୟୁ ଫିଲ୍ମ ‘ଧଡକ୍’ ପାଇଁ ୨୦୧୯ ଦାଦା ସାହେବ ଫାଲ୍କେ ସମ୍ମାନରେ ସମ୍ମାନିତ କରାଯାଇଛି।
ଗତ ବର୍ଷ ନିର୍ଦ୍ଦେଶକ ସଶାଙ୍କ ଖେତନ୍ଙ୍କ ଫିଲ୍ମ ‘ ଧଡ଼କ୍’ ଜରିଆରେ ଜାହ୍ନବୀ କପୁର ଓ ଈଶାନ୍ ଖଟ୍ଟର ବଲିଉଡ୍ରେ ଏଣ୍ଟ୍ରି କରିଥିଲେ। ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଥିଲେ ବି ଈଶାନ୍ ଓ ଜାହ୍ନବୀଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।
ଦୁହିଁଙ୍କୁ ଏହି ଫିଲ୍ମ ପାଇଁ ସମ୍ମାନିତ କରାଯାଇଛି। ଏହି ଆୱାର୍ଡ୍ ସେରିମନିରେ ଜାହ୍ନବୀ ମନିଷ୍ ମଲ୍ହୋତ୍ରାଙ୍କ ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ଈଶାନ୍ ଏକ ଧଳା ରଙ୍ଗର କୁର୍ତ୍ତା ପିନ୍ଧି ଖୁବ୍ ହ୍ୟାଣ୍ଡ୍ସମ୍ କମ୍ ଲାଗୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।