Advertisment

ଉର୍ଦ୍ଦୁ ଓ କଥକ ଶିଖୁଛନ୍ତି ଜାହ୍ନବୀ

ମୁମ୍ୱାଇ: କରଣ ଜୋହର୍‌ ‘ତଖ୍‌ତ’ ନାଁରେ ଏକ ଫିଲ୍ମ ତିଆରି କରୁଛନ୍ତି। ଏଥିରେ ସେ ଜାହ୍ନବୀ କପୁର୍‌ଙ୍କୁ ନେବା ପାଇଁ ଘୋଷଣା କରିଛନ୍ତି। ଆଉ ଏହା ପରଠୁ ଜାହ୍ନବୀଙ୍କ ଫ୍ୟାନ୍‌ମାନେ ତାଙ୍କୁ ଏହି ଆକ୍ସନ-ଡ୍ରାମା ଫିଲ୍ମରେ ଦେଖିବାକୁ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼ୁଛି। ସେ ଏହି ଫିଲ୍ମ ପାଇଁ ଉର୍ଦ୍ଦୁ ଭାଷା ସହିତ କଥକ ନୃତ୍ୟ ଶିଖୁଛନ୍ତି। ଜାହ୍ନବୀ କହିଛନ୍ତି, “ଯେବେଠାରୁ ମୁଁ ଏହି ଫିଲ୍ମ ସାଇନ୍‌ […]

ଉର୍ଦ୍ଦୁ ଓ କଥକ ଶିଖୁଛନ୍ତି ଜାହ୍ନବୀ

jaaaan

Advertisment

ମୁମ୍ୱାଇ: କରଣ ଜୋହର୍‌ ‘ତଖ୍‌ତ’ ନାଁରେ ଏକ ଫିଲ୍ମ ତିଆରି କରୁଛନ୍ତି। ଏଥିରେ ସେ ଜାହ୍ନବୀ କପୁର୍‌ଙ୍କୁ ନେବା ପାଇଁ ଘୋଷଣା କରିଛନ୍ତି। ଆଉ ଏହା ପରଠୁ ଜାହ୍ନବୀଙ୍କ ଫ୍ୟାନ୍‌ମାନେ ତାଙ୍କୁ ଏହି ଆକ୍ସନ-ଡ୍ରାମା ଫିଲ୍ମରେ ଦେଖିବାକୁ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼ୁଛି। ସେ ଏହି ଫିଲ୍ମ ପାଇଁ ଉର୍ଦ୍ଦୁ ଭାଷା ସହିତ କଥକ ନୃତ୍ୟ ଶିଖୁଛନ୍ତି।

Advertisment

ଜାହ୍ନବୀ କହିଛନ୍ତି, “ଯେବେଠାରୁ ମୁଁ ଏହି ଫିଲ୍ମ ସାଇନ୍‌ କରିଛି, ସେବେଠୁ ଉର୍ଦ୍ଦୁ ଭାଷା ଓ କଥକ ନାଚ ଶିଖୁଛି। ମୁଁ ସର୍ବଦା ପୁରୁଣା କାହାଣୀଗୁଡ଼ିକୁ ପସନ୍ଦ କରିଥାଏ। ଆଧୁନିକ ଚରିତ୍ର ଅପେକ୍ଷା ପିରିଓଡିକ୍‌ ଡ୍ରାମାର ଚରିତ୍ରକୁ ଭଲ ଭାବରେ ବୁଝି ପାରିଥାଏ।”

ସେ ଆହୁରି କହିଛନ୍ତି, “ଏ ଫିଲ୍ମକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ଏଥିରେ ମିଳିଥିବା ଚରିତ୍ରକୁ ମୁଁ ଭଲ ଭାବେ କରିପାରିବି ବୋଲି ଆଶା ଅଛି। କାରଣ ମୋତେ ଏପରି ଫିଲ୍ମ ପସନ୍ଦ। ‘ମୋଗଲ୍-ଏ-ଆଜମ୍‌’, ‘ପାକୀଜା’ ଓ ‘ଉମରାଓ ଜାନ୍’ ପରି ଫିଲ୍ମ ଦେଖିବା ପରେ ମୁଁ ସେଗୁଡ଼ିକୁ ଅନୁଭବ ମଧ୍ୟ କରିପାରେ।”

Advertisment

https://www.instagram.com/p/B6Fmcqjgl1b/?utm_source=ig_web_copy_link

ଏ ବର୍ଷ ‘ତଖ୍‌ତ’ର ଶୁଟିଂ ଆରମ୍ଭ ହେବ। ଏଥିରେ ଜାହ୍ନବୀଙ୍କ ବ୍ୟତୀତ ଭିକ୍କି କୌଶଲ୍‌, ରଣବୀର୍‌ ସିଂହ, ଭୂମି ପେଡନାକର୍‌, ଆଲିଆ ଭଟ୍ଟ, କରୀନା କପୁର୍‌ ଓ ଅନୀଲ କପୁର ଭଳି ଷ୍ଟାର କାମ କରିବେ। ଫିଲ୍ମଟି ଔରଙ୍ଗଜେବ ଓ ଦାରା ଶିକୋହଙ୍କ ଉପରେ ଆଧାରିତ ହୋଇଥିବା ବେଳେ ଆସନ୍ତା ବର୍ଷ ପରଦାକୁ ଆସିବ।

ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ଜାହ୍ନବୀ ଫିଲ୍ମ  ‘ଦ କାର୍ଗିଲ୍‌ ଗର୍ଲ୍‌’ ପରଦାକୁ ଆସିବ। ଫିଲ୍ମଟି ଭାରତୀୟ ବାୟୁ ସେନାର ମହିଳା ପାଇଲଟ୍‌ ଗୁଞ୍ଜନ ସକ୍ସେନାଙ୍କ ଜୀବନ ଉପରେ ଆଧାରିତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe