Advertisment

ଭାଇରାଲ ହେଉଛି ଜାହ୍ନବୀଙ୍କ ହଟ୍ ଡ୍ୟାନ୍ସ ଭିଡିଓ

janhvi-kapoor-sexy-dance video gose viral

ଭାଇରାଲ ହେଉଛି ଜାହ୍ନବୀଙ୍କ ହଟ୍ ଡ୍ୟାନ୍ସ ଭିଡିଓ

janhavi

Advertisment

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଡିଭା ତଥା ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଲାଡଲି ଜାହ୍ନବୀ କପୁର। ଫିଲ୍ମ ଅପେକ୍ଷା ସୋଶାଲ ମିଡିଆରେ ସେ ବେଶ ଆକ୍ଟିଭ। ନିକଟରେ ଜାହ୍ନବୀଙ୍କ ଏକ ଏଭଳି ହଟ୍ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକଙ୍କୁ ପାଗଳ କରୁଛି ତାଙ୍କ ଡ୍ୟାନ୍ସ।

Advertisment

ଜାହ୍ନବୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓର ସେ କରୀନା କପୁର ଓ ଶାହାରୁଖ ଖାନଙ୍କ ଫିଲ୍ମ ‘ଅଶୋକା’ର ଗୀତ ‘ସନ ସ ନ ନ’ ଗୀତରେ ବେଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଜାହ୍ନବୀଙ୍କ ଏହି ଡ୍ୟାନ୍ସ ଭିଡିଓଟି ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି। ଭିଡିଓଟି ଭାଇରାଲ ହେବାରେ ମଧ୍ୟ ଲାଗିଛି। ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ଏହି ଭିଡିଓଟି ହେଉଛି କିଛି ଦିନ ପୂର୍ବରୁ ବେଲି ଡ୍ୟାନ୍ସ ଶିଖିବା ପାଇଁ କ୍ଲାସରେ ସେ ପ୍ରାକ୍ଟିସ କରୁଥିବାର ବୋଲି କୁହାଯାଉଛି। ନିକଟରେ ସେ ବେଲି ଡ୍ୟାନ୍ସ ଶିଖିବା ପାଇଁ ଏକ କ୍ଲାସରେ ଜଏନ ହୋଇଥିଲେ। ଲକାଉଡନ ଭିତରେ ବି ସେ ବେଲି ଡ୍ୟାନ୍ସର ଟ୍ରେନିଂ ନେଇଥିଲେ।

Advertisment


‘ଧଡକ’, ‘ଗୁଞ୍ଜନ ସକ୍‌ସେନା’ ପରେ ଏବେ ଜାହ୍ନବୀ ପଞ୍ଜାବୀ ଫିଲ୍ମ ‘ଗୁଡ ଲକ୍ ଜେରି’ରେ ନଜର ଆସିବେ। ଏହି ଫିଲ୍ମର ଶୁଟିଂରେ ସେ ଏବେ ବ୍ୟସ୍ତ ଅଛନ୍ତି। ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଜାହ୍ନବୀ ଗୋଆ ଭେକେସନରେ ନଜର ଆସିଥିଲେ, ଯାହାକୁ ନେଇ ସେ ତାଙ୍କୁ ଡେଟ କରୁଛନ୍ତି ବୋଲି ବିଭିନ୍ନ ମିଡିଆରା ଗସିପ ଆରମ୍ଭ ହୋଇଥିଲା। ଏମାନେ ଦୁହେଁ ଫିଲ୍ମ ‘ଦୋସ୍ତାନା-୨’ରେ ନଜର ଆସିବେ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe