Advertisment

ଗୁଞ୍ଜନଙ୍କୁ ଭେଟିଲେ ଜାହ୍ନବୀ

ମୁମ୍ବାଇ: ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ପାଇଲଟ୍ ଭୂମିକାରେ ସମସ୍ତଙ୍କୁ ଏଣ୍ଟର୍‌ଟେନ୍ କରିବାକୁ ଆସୁଛନ୍ତି। କାରଣ ଆଗକୁ ଆସୁଛି ତାଙ୍କ ନୂଆ ସିନେମା ‘ଗୁଞ୍ଜନ ସକ୍ସେନା- ଦ କାରଗିଲ୍ ଗର୍ଲ’। ଏହା ହେଉଛି ଭାରତୀୟ ବାୟୁସେନାର ଫ୍ଲାଇଟ୍ ଲେଫ୍ଟନାଣ୍ଟ୍‌ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍। ଜାହ୍ନବୀ ଏଥିରେ ଗୁଞ୍ଜନଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଇତି ମଧ୍ୟରେ ସିନେମାର ଗୁଡ଼ାଏ ପୋଷ୍ଟର୍ ମଧ୍ୟ ରିଲିଜ୍ ହୋଇସାରିଛି। https://twitter.com/karanjohar/status/1166934895005798401 https://twitter.com/karanjohar/status/1166931231323213824 ୧୯୯୯ରେ ହୋଇଥିବା କାର୍ଗିଲ୍‌ ଯୁଦ୍ଧରେ ଦୁଇ ଜଣ ମହିଳା ସାମିଲ […]

ଅଦ୍ୟତନ ହୋଇଛି
ଗୁଞ୍ଜନଙ୍କୁ ଭେଟିଲେ ଜାହ୍ନବୀ

jahnabi

Advertisment

ମୁମ୍ବାଇ: ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ପାଇଲଟ୍ ଭୂମିକାରେ ସମସ୍ତଙ୍କୁ ଏଣ୍ଟର୍‌ଟେନ୍ କରିବାକୁ ଆସୁଛନ୍ତି। କାରଣ ଆଗକୁ ଆସୁଛି ତାଙ୍କ ନୂଆ ସିନେମା ‘ଗୁଞ୍ଜନ ସକ୍ସେନା- ଦ କାରଗିଲ୍ ଗର୍ଲ’। ଏହା ହେଉଛି ଭାରତୀୟ ବାୟୁସେନାର ଫ୍ଲାଇଟ୍ ଲେଫ୍ଟନାଣ୍ଟ୍‌ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍। ଜାହ୍ନବୀ ଏଥିରେ ଗୁଞ୍ଜନଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଇତି ମଧ୍ୟରେ ସିନେମାର ଗୁଡ଼ାଏ ପୋଷ୍ଟର୍ ମଧ୍ୟ ରିଲିଜ୍ ହୋଇସାରିଛି।

Advertisment

https://twitter.com/karanjohar/status/1166934895005798401

https://twitter.com/karanjohar/status/1166931231323213824

୧୯୯୯ରେ ହୋଇଥିବା କାର୍ଗିଲ୍‌ ଯୁଦ୍ଧରେ ଦୁଇ ଜଣ ମହିଳା ସାମିଲ ହୋଇଥିଲେ। ଆଉ ଯୁଦ୍ଧରେ ସାମିଲ ହେବାରେ ସେମାନେ ଥିଲେ ଭାରତୀୟ ସେନାର ପ୍ରଥମ ମହିଳା। ସେମାନେ ହେଲେ ଗୁଞ୍ଜନ ସକ୍ସେନା ଓ ଶ୍ରୀବିଦ୍ୟା ରାଜନ୍‌। ସେମାନେ ଚିତା ହେଲିକପ୍ଟରରେ ‘ୱାର୍ ଜୋନ୍‘ ବା ‘ଯୁଦ୍ଧ କ୍ଷେତ୍ର’ ମଧ୍ୟରେ ପ୍ରବେଶ କରି ଶତ୍ରୁଙ୍କ ଉପସ୍ଥିତି ଉପରେ ସୂଚନା ସଂଗ୍ରହ କରୁଥିଲେ। ତା’ସହିତ ସେମାନେ ଯୁଦ୍ଧରେ ଆହତ ହେଉଥିବା ଯବାନମାନଙ୍କୁ ହେଲିକପ୍‌ଟରରେ ଉଦ୍ଧାର କରୁଥିଲେ ଓ ଯବାନଙ୍କ ନିକଟରେ ଯୁଦ୍ଧ ସରଞ୍ଜାମ ପହଞ୍ଚାଉଥିଲେ। ଏହି ସାହସିକତା ପାଇଁ ଗୁଞ୍ଜନ ସକ୍ସେନାଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା। ଦୁଇ ଦିନ ତଳେ ଗୁଞ୍ଜନ ସକ୍ସେନାଙ୍କ ଜନ୍ମଦିନ ଅବସରରେ ଜାହ୍ନବୀ ତାଙ୍କୁ ଭେଟିଥିଲେ ଓ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍ ମଧ୍ୟ ଶେଆର୍ କରିଥିଲେ। ଏଥିରେ ସେ ଗୁଞ୍ଜନଙ୍କ ସହିତ ଉଠାଇବା ଏକ ଫଟୋ ଶେଆର୍ କରିଥିଲେ। ତା’ ସହିତ ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ଗୁଞ୍ଜନ ସକ୍ସେନା ତାଙ୍କୁ ସାହାସିକତାର ପ୍ରକୃତ ଅର୍ଥ ବୁଝାଇଥିବା ସେ ଲେଖିଥିଲେ। ଗୁଞ୍ଜନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଓ ତାଙ୍କ କାହାଣୀ ତାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇଛି ବୋଲି ଜାହ୍ନବୀ ଲେଖିଥିଲେ।

https://www.instagram.com/p/B10d8NeAD6L/?utm_source=ig_web_copy_link

ଶରଣ ଶର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମକୁ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଓ ଜି ଷ୍ଟୁଡିଓ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ଫିଲ୍ମରେ ଜାହ୍ନବୀଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ବିନୀତ୍ କୁମାର, ଅଙ୍ଗଦ ବେଦୀ ଓ ମାନବ ବିଜ୍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ମାର୍ଚ୍ଚ ୧୩ରେ ରିଲିଜ୍‌ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe