/odisha-reporter/media/post_attachments/uploads/2016/10/1475405358_sridevi-jhanvi-kapoor.jpg)
sridevi-jhanvi-kapoor
ମୁମ୍ବାଇ: ଅନେକ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବଶୀଘ୍ର ବଡ଼ପରଦାରେ ଫିଲ୍ମ ‘ସିଦ୍ଧତ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାନୱୀ କପୁର। ଫିଲ୍ମରେ ଜାନୱୀଙ୍କ ବିପକ୍ଷରେ ବରୁଣ ଧାୱନ ରହିଛନ୍ତି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ତିଆରି ହେବାକୁ ଥିବା ଏହି ଫିଲ୍ମର କୋ-ପ୍ରଡ୍ୟୁସର ହେଉଛନ୍ତି ସାଜିଦ ନାଡିଆଦୱାଲା। ଫିଲ୍ମର ନିର୍ଦ୍ଦେଶନା କରିବେ ଅଭିଷେକ ବର୍ମନ। ଅଭିଷେକ ଏହା ପୂର୍ବରୁ ‘ଟୁ-ଷ୍ଟେଟସ’ର ନିର୍ଦ୍ଦେଶନା ଦେଇଥିଲେ। ଅନେକ ଝିଅଙ୍କ ପରେ ଶେଷରେ ଜାନୱୀଙ୍କୁ ଫିଲ୍ମ ପାଇଁ ସାଇନ କରାଯାଇଛି। ଫିଲ୍ମ ‘ଜୁଡୱା-୨’ ସୁଟିଂ ସାରି ବରୁଣ ‘ସିଦ୍ଧତ’ ପାଇଁ ସୁଟିଂ କରିବେ। ଜାନୱୀଙ୍କ ପାଇଁ ଫିଲ୍ମଟି ଚାଲେଞ୍ଜ ରହିବ। କାରଣ ତାଙ୍କର ଅଭିନୟକୁ ଶ୍ରୀଦେବୀଙ୍କ ସହ ତୁଳନା କରାଯିବ। ଫିଲ୍ମଟି ୨୦୧୭ରେ ରିଲିଜ ହେବାର ଯୋଜନା ଅଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
