ମୁମ୍ବାଇ: ବିଗ୍ବସ୍-୧୨ର ଶୁକ୍ରବାର ଏପିସୋଡ୍ରେ ଅନୁପ୍ ଜଲୋଟା ଓ ଜସ୍ଲୀନ୍ ମଥାରୁଙ୍କ ରୋମାଣ୍ଟିକ୍ ଡେଟ୍ ଦେଖିବାକୁ ମିଳିଛି।
ବିଗ୍ ବସ୍ ଦ୍ୱାରା ଏହି ଯୋଡ଼ି ପାଇଁ ଏକ ରୋମାଣ୍ଟିକ୍ ଡେଟ୍ର ଆୟୋଜନ କରାଯାଇଥିଲା। ଏହି ସ୍ପେଶାଲ୍ ଡେଟ୍ରେ ଅନୁପ୍ ଓ ଜସ୍ଲୀନ୍ ପୁଣି ନିକଟତର ହୋଇଛନ୍ତି।
ଏହି ଡେଟ୍ରେ ଅନୁପ୍ ଜସ୍ଲୀନ୍ଙ୍କ ପାଇଁ ଗୀତ ଗାଇଥିଲେ। ତା’ସହିତ ଆଣ୍ଠୁ ମାଡ଼ି ଗୋଲାପ ଫୁଲ ଦେଇଥିଲେ ଓ ତାଙ୍କୁ ଭଲ ପାଆନ୍ତି ବୋଲି କହିଥିଲେ।
ଜସ୍ଲୀନ୍ ବି ତାଙ୍କୁ ଆଲିଙ୍ଗନ କରି ନିଜ ମନ କଥା ଖୋଲିକି କହିଥିଲେ।
ଜସ୍ଲୀନ୍ ଅନୁପ୍ଙ୍କୁ କହିଥିଲେ ଯେ ସେ ତାଙ୍କ ସାହସ। ଆଉ ଏବେ ଠାରୁ ସେ ତାଙ୍କୁ ‘ପ୍ୟାରେଜୀ’ କହିକି ଡାକିବାକୁ ଚାହୁଁଛନ୍ତି।
ଡେଟ୍ରେ ଦୁହେଁ ଏକାଠି ଡ୍ୟାନ୍ସ କରିଥିଲେ। ଜସ୍ଲୀନ୍ ଟ୍ରାଡିସ୍ନାଲ୍ରେ ଲୁକ୍ରେ ଥିଲେ। ଅନୁପ୍ ସୁଟ୍ ପିନ୍ଧିଖୁବ୍ ହ୍ୟାଣ୍ଡ୍ସମ୍ ଲାଗୁଥିଲେ।
ସୂଚନାଯୋଗ୍ୟ, ବିଗ୍ ବସ୍-୧୨ରେ ଅନୁପ୍ ଓ ଜସ୍ଲୀନ୍ଙ୍କ ଯୋଡ଼ି ଆରମ୍ଭରୁ ହିଁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ନିକଟରେ ଏକ ଟାସ୍କରେ ଦୁହିଁଙ୍କ ବ୍ରେକ୍ଅପ୍ ହୋଇଯାଇଥିବା ବେଳେ ଏବେ ପୁଣି ପ୍ୟାଚ୍ଅପ୍ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।