Advertisment

ଅନୁପ୍‌ଙ୍କୁ ନୂଆ ନାଁ ଦେଲେ ଜସ୍‌ଲୀନ୍‌

ମୁମ୍ବାଇ: ବିଗ୍‌ବସ୍‌-୧୨ର ଶୁକ୍ରବାର ଏପିସୋଡ୍‌ରେ ଅନୁପ୍‌ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁଙ୍କ  ରୋମାଣ୍ଟିକ୍‌ ଡେଟ୍‌ ଦେଖିବାକୁ ମିଳିଛି। ବିଗ୍‌ ବସ୍‌ ଦ୍ୱାରା ଏହି ଯୋଡ଼ି ପାଇଁ ଏକ ରୋମାଣ୍ଟିକ୍‌ ଡେଟ୍‌ର ଆୟୋଜନ କରାଯାଇଥିଲା। ଏହି ସ୍ପେଶାଲ୍‌ ଡେଟ୍‌ରେ ଅନୁପ୍‌ ଓ ଜସ୍‌ଲୀନ୍‌ ପୁଣି ନିକଟତର ହୋଇଛନ୍ତି। ଏହି ଡେଟ୍‌ରେ ଅନୁପ୍‌ ଜସ୍‌ଲୀନ୍‌ଙ୍କ ପାଇଁ ଗୀତ ଗାଇଥିଲେ। ତା’ସହିତ ଆଣ୍ଠୁ ମାଡ଼ି ଗୋଲାପ ଫୁଲ ଦେଇଥିଲେ ଓ ତାଙ୍କୁ ଭଲ ପାଆନ୍ତି ବୋଲି କହିଥିଲେ। ଜସ୍‌ଲୀନ୍‌ ବି ତାଙ୍କୁ […]

ଅନୁପ୍‌ଙ୍କୁ ନୂଆ ନାଁ ଦେଲେ ଜସ୍‌ଲୀନ୍‌

anup

Advertisment

ମୁମ୍ବାଇ: ବିଗ୍‌ବସ୍‌-୧୨ର ଶୁକ୍ରବାର ଏପିସୋଡ୍‌ରେ ଅନୁପ୍‌ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁଙ୍କ  ରୋମାଣ୍ଟିକ୍‌ ଡେଟ୍‌ ଦେଖିବାକୁ ମିଳିଛି।

Advertisment

ବିଗ୍‌ ବସ୍‌ ଦ୍ୱାରା ଏହି ଯୋଡ଼ି ପାଇଁ ଏକ ରୋମାଣ୍ଟିକ୍‌ ଡେଟ୍‌ର ଆୟୋଜନ କରାଯାଇଥିଲା। ଏହି ସ୍ପେଶାଲ୍‌ ଡେଟ୍‌ରେ ଅନୁପ୍‌ ଓ ଜସ୍‌ଲୀନ୍‌ ପୁଣି ନିକଟତର ହୋଇଛନ୍ତି।

anup1ଏହି ଡେଟ୍‌ରେ ଅନୁପ୍‌ ଜସ୍‌ଲୀନ୍‌ଙ୍କ ପାଇଁ ଗୀତ ଗାଇଥିଲେ। ତା’ସହିତ ଆଣ୍ଠୁ ମାଡ଼ି ଗୋଲାପ ଫୁଲ ଦେଇଥିଲେ ଓ ତାଙ୍କୁ ଭଲ ପାଆନ୍ତି ବୋଲି କହିଥିଲେ।

Advertisment

ଜସ୍‌ଲୀନ୍‌ ବି ତାଙ୍କୁ ଆଲିଙ୍ଗନ କରି ନିଜ ମନ କଥା ଖୋଲିକି କହିଥିଲେ।

ଜସ୍‌ଲୀନ୍‌ ଅନୁପ୍‌ଙ୍କୁ କହିଥିଲେ ଯେ ସେ ତାଙ୍କ ସାହସ। ଆଉ ଏବେ ଠାରୁ ସେ ତାଙ୍କୁ ‘ପ୍ୟାରେଜୀ’ କହିକି ଡାକିବାକୁ ଚାହୁଁଛନ୍ତି।

anup3ଡେଟ୍‌ରେ ଦୁହେଁ ଏକାଠି ଡ୍ୟାନ୍ସ କରିଥିଲେ। ଜସ୍‌ଲୀନ୍‌ ଟ୍ରାଡିସ୍‌ନାଲ୍‌ରେ ଲୁକ୍‌ରେ ଥିଲେ। ଅନୁପ୍‌ ସୁଟ୍‌ ପିନ୍ଧିଖୁବ୍‌ ହ୍ୟାଣ୍ଡ୍‌ସମ୍‌ ଲାଗୁଥିଲେ।

ସୂଚନାଯୋଗ୍ୟ, ବିଗ୍‌ ବସ୍‌-୧୨ରେ  ଅନୁପ୍‌ ଓ ଜସ୍‌ଲୀନ୍‌ଙ୍କ ଯୋଡ଼ି ଆରମ୍ଭରୁ ହିଁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ନିକଟରେ ଏକ ଟାସ୍କରେ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିବା ବେଳେ  ଏବେ ପୁଣି ପ୍ୟାଚ୍‌ଅପ୍‌ ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe