/odisha-reporter/media/post_attachments/uploads/2020/03/j2222.jpg)
j2222
ମୁମ୍ୱାଇ : ଭଜନ ଗାୟକ ଅନୁପ ଜଲୋଟାଙ୍କ ସହିତ ସମ୍ପର୍କକୁ ନେଇ ବିଗ୍ ବସ୍ରୁ ଲୋକପ୍ରିୟତା ଅର୍ଜନ କରିଥିବା ଜସଲିନ୍ ମଥାରୁ ଏବେ ଚିନ୍ତାରେ ରହିଛନ୍ତି। ଜସଲିନ୍ଙ୍କ ପିତା କେଶର ମଥାରୁଙ୍କ ପାଖକୁ ଆସୁଛି ଧମକପୂର୍ଣ୍ଣ ଫୋନ୍ କଲ୍। ଫୋନ୍ କଲ୍ରେ କେହି ଜଣେ ବ୍ୟକ୍ତି ତାଙ୍କୁ ଟଙ୍କା ଡିମାଣ୍ଡ କରୁଛନ୍ତି। ଯାହାକୁ ନେଇ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ ଦୁର୍ବୃତ୍ତ ଜଣକ ଜସଲିନ୍ଙ୍କ ବାପାଙ୍କୁ ଫୋନ୍ କରି ଟଙ୍କା ନଦେଲେ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିବ ତଥା ଜୀବନରୁ ମାରିଦେବ ବୋଲି ଧମକ ଦେଇଛି।
ଏହାକୁ ନେଇ ଜସଲିନ୍ଙ୍କ ବାପା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ ପରେ ପୁଲିସ ଜସଲିନ୍ଙ୍କ ପରିବାର ରହୁଥିବା ବିଲ୍ଡିଂର ସିକ୍ୟୁରିଟିକୁ ପଚରା ଉଚରା କରିଛି। କିନ୍ତୁ ଧମକ କିଏ ଦେଉଛି ଏବଂ କେଉଁଠୁ ଆସୁଛି, ତାହାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିପାରିନାହିଁ।
କେଶର ମଥାରୁଙ୍କର କହିବା ଅନୁସାରେ ଦୁର୍ବୃତ୍ତ ଜଣକ ତାଙ୍କୁ ଅନେକଥର ଫୋନ୍ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ମରଣାନ୍ତକ ଧମକ ମିଳିବା ପରେ ଜସଲିନ୍ ଘର ବାହାରକୁ ଯିବା ଆସିବା ବନ୍ଦ କରି ଦେଇଛନ୍ତି।
ସୂଚନାଯୋଗ୍ୟ, ଶେଷଥର ଟେଲିଭିଜନ ରିଆଲିଟି ଶୋ’ ମୁଝସେ ଶାଦି କରୋଗେରେ ଜସଲିନ୍ଙ୍କୁ ଦେଖିବାକୁ ମିଳିଥିଲା। ଏହି ଶୋରୁ ସେ ମାର୍ଚ୍ଚ ୧୨ ତାରିଖରେ ଏଲିମିନେଟ୍ ହୋଇଥିଲେ। ଏଥିରେ ପାରସ୍ ଛାବରାଙ୍କ ସହିତ ଜସଲିନ୍ଙ୍କର ସ୍ପେଶାଲ ବଣ୍ଡିଂ ଦେଖିବାକୁ ମିଳିଥିଲା। କିନ୍ତୁ ପରେ ଏହି ଶୋ’କୁ ନେଇ ଜସଲିନ୍ଙ୍କୁ ନେଗେଟିଭ୍ ପବ୍ଲିସିଟି ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
