Advertisment

ଲଜ୍ଜିତ ହେଲା ପୂରା ପରିବାର, ବାପା କହିଲେ ଏମିତି କଥା

ମୁମ୍ବାଇ: ବିଗ୍‌ବସ୍‌ର ଚର୍ଚ୍ଚିତ ଯୋଡି ଅନୁପ ଜଲୋଟା ଓ ତଥାକଥିତ ସ୍ୱଳ୍ପବୟସୀ  ପ୍ରେମିକା ଜସଲୀନ୍‌ ମଥାରୁଙ୍କ ପାଇଁ ଏବେ ଉଠୁଛି ପଡୁଛି ବଲିଉଡ୍‌।  ଖାଲି ବଲିଉଡ୍‌ ନୁହେଁ ଖୋଦ୍‌ ଜସଲୀନ୍‌ଙ୍କ ଘରେ ମଧ୍ୟ ଏହି କଥାକୁ ନେଇ ଝଡ଼ ଉଠିଲାଣି। ପରିବାର ଲୋକଙ୍କୁ ଟାହି ଟାପରା ଶୁଣିବାକୁ ପଡୁଛି। ଏମିତିକି ତାଙ୍କ ବାପାମା’ ତାଙ୍କୁ ସଂସ୍କାର ଦେଇ ନାହାନ୍ତି ବୋଲି କଥା ଉଠିଲାଣି। ନିକଟରେ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସୂଚନା ଦେଇ ଜସଲୀନ୍‌ଙ୍କ ପିତା କଶର ମଥାରୁ […]

ଅଦ୍ୟତନ ହୋଇଛି
ଲଜ୍ଜିତ ହେଲା ପୂରା ପରିବାର, ବାପା କହିଲେ ଏମିତି କଥା

89

Advertisment

ମୁମ୍ବାଇ: ବିଗ୍‌ବସ୍‌ର ଚର୍ଚ୍ଚିତ ଯୋଡି ଅନୁପ ଜଲୋଟା ଓ ତଥାକଥିତ ସ୍ୱଳ୍ପବୟସୀ  ପ୍ରେମିକା ଜସଲୀନ୍‌ ମଥାରୁଙ୍କ ପାଇଁ ଏବେ ଉଠୁଛି ପଡୁଛି ବଲିଉଡ୍‌।  ଖାଲି ବଲିଉଡ୍‌ ନୁହେଁ ଖୋଦ୍‌ ଜସଲୀନ୍‌ଙ୍କ ଘରେ ମଧ୍ୟ ଏହି କଥାକୁ ନେଇ ଝଡ଼ ଉଠିଲାଣି। ପରିବାର ଲୋକଙ୍କୁ ଟାହି ଟାପରା ଶୁଣିବାକୁ ପଡୁଛି। ଏମିତିକି ତାଙ୍କ ବାପାମା’ ତାଙ୍କୁ ସଂସ୍କାର ଦେଇ ନାହାନ୍ତି ବୋଲି କଥା ଉଠିଲାଣି।

Advertisment

ନିକଟରେ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସୂଚନା ଦେଇ ଜସଲୀନ୍‌ଙ୍କ ପିତା କଶର ମଥାରୁ ନିଜର ମନକଥା କହିଛନ୍ତି।

ସେ କହିଛନ୍ତି – “ମୁଁ ଏବଂ ମୋ ପାରିବାର ଏ କଥାକୁ ଆଦୌ ଗ୍ରହଣ କରିପାରିନୁ। ଆମେ ଏ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲୁ। ଏପରିକି ଜସଲୀନ୍‌ ଓ ଅନୁପ-ଜୀ ଭଲ ଗୁର-ଶିଷ୍ୟ ବୋଲି ଜାଣିଥିଲୁ। କିନ୍ତୁ ଏଭଳି ଖୁଲାସା ପରେ ଆମ ପରିବାର ଲଜ୍ଜିତ ହୋଇଛି। ଏପରିକି ମୋ ବନ୍ଧୁମାନେ ମଧ୍ୟ ଏ ନେଇ ମୋତେ କଟୁ ସମାଲୋଚନା କରିଛନ୍ତି। ଯଦି ଏ ସମ୍ପର୍କର ଭବିଷ୍ୟତ ବାବଦରେ ପଚରାଯାଏ  ତା ହେଲେ ମୁଁ ଏହାକୁ ଆଦୌ ଠିକ୍‌ ବୋଲି କହିପାରିବି ନାହିଁ। ଯଦି ସୁଯୋଗ ମିଳେ ମୁଁ ଅନୁପଙ୍କୁ ନୁହେଁ ମୋ ଝିଅକୁ ପ୍ରଥମେ ଡାକି ଏ ସମ୍ପର୍କରେ ପଚାରିବି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe