Advertisment

'ନାଗିନ୍‌ ୪' ଛାଡ଼ିବେ ଜସ୍ମିନ୍

ମୁମ୍ବାଇ: ଟେଲି କ୍ୱିନ୍‌ ଏକ୍‌ତା କପୁରଙ୍କ ଶୋ’ ‘ନାଗିନ୍‌ ୪’ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୋ’ର ଟିଆର୍‌ପି ମଧ୍ୟ ବେଶ୍ ଭଲ ରହୁଛି। ଏଥିରେ ମୁଖ୍ୟ ଭୂମିକାରେ ଜସ୍ମିନ୍‌ ଭସିନ୍, ନିୟା ଶର୍ମା ଓ ବିଜୟେନ୍ଦ୍ର କୁମେରିୟା ଅଭିନୟ କରିଛନ୍ତି। ଏମାନଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି।  ହେଲେ ବର୍ତ୍ତମାନ ଖବର ଆସିଛି ଯେ ଜସ୍ମିନ୍‌ ଶୋ’ ଛାଡ଼ୁଛନ୍ତି। https://www.instagram.com/p/B8S_sA8gp6a/?utm_source=ig_web_copy_link ଏହି ଖବରଟି ଶୁଣି ଆପଣଙ୍କୁ ନିଶ୍ଚିତ ଝଟ୍‌କା ଲାଗିଥିବ। ହେଲେ କଥାଟି […]

author-image
Chinmayee Roy
ଅଦ୍ୟତନ ହୋଇଛି
'ନାଗିନ୍‌ ୪' ଛାଡ଼ିବେ ଜସ୍ମିନ୍

jasmin

ମୁମ୍ବାଇ: ଟେଲି କ୍ୱିନ୍‌ ଏକ୍‌ତା କପୁରଙ୍କ ଶୋ’ 'ନାଗିନ୍‌ ୪'ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୋ’ର ଟିଆର୍‌ପି ମଧ୍ୟ ବେଶ୍ ଭଲ ରହୁଛି। ଏଥିରେ ମୁଖ୍ୟ ଭୂମିକାରେ ଜସ୍ମିନ୍‌ ଭସିନ୍, ନିୟା ଶର୍ମା ଓ ବିଜୟେନ୍ଦ୍ର କୁମେରିୟା ଅଭିନୟ କରିଛନ୍ତି। ଏମାନଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି।  ହେଲେ ବର୍ତ୍ତମାନ ଖବର ଆସିଛି ଯେ ଜସ୍ମିନ୍‌ ଶୋ’ ଛାଡ଼ୁଛନ୍ତି।

Advertisment

https://www.instagram.com/p/B8S_sA8gp6a/?utm_source=ig_web_copy_link

ଏହି ଖବରଟି ଶୁଣି ଆପଣଙ୍କୁ ନିଶ୍ଚିତ ଝଟ୍‌କା ଲାଗିଥିବ। ହେଲେ କଥାଟି ସତ। ନିଜେ ଜସ୍ମିନ୍‌ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ  ତାଙ୍କ ଚରିତ୍ର ସିରିଏଲ୍‌ରେ ଯାହା କରିବାର ଥିଲା, ତାହା କରି ସାରିଛି। ସିରିଏଲ୍‌ରେ କିଛି ରହସ୍ୟ ଆଣିବା ପାଇଁ ତାଙ୍କ ଚରିତ୍ରକୁ ସାମିଲ କରାଯାଇଥିଲା। ତାଙ୍କ ଚରିତ୍ର ଦର୍ଶକଙ୍କୁ ଏହା ଭାବିବାକୁ ବାଧ୍ୟ କରିବାର ଥିଲା ଯେ ସେ ହେଉଛନ୍ତି ନାଗୁଣୀ। ଆଉ ଏହା ଭିତରେ ନିୟା ଶର୍ମା ଅସଲି ନାଗୁଣୀ ହୋଇ ଦର୍ଶକଙ୍କ ସାମ୍ନାକୁ ଆସିଥାନ୍ତେ, ଯାହା କି ଏବେ ହୋଇସାରିଛି। ତେଣୁ ଆଉ ତାଙ୍କ ଚରିତ୍ରର କିଛି ଆବଶ୍ୟକତା ନାହିଁ।

https://www.instagram.com/p/B8S-DD0nItz/?utm_source=ig_web_copy_link

କୁହାଯାଉଛି ଯେ ଜସ୍ମିନ୍‌ ସିରିଏଲ୍‌ରେ ତାଙ୍କର ଶେଷ ଏପିସୋଡ୍‌ର ଶୁଟିଂ ମଧ୍ୟ କରିସାରିଲେଣି। ‘ନାଗିନ୍‌ ୪’ର ନୂଆ ପ୍ରୋମୋରେ ଦେଖିବାକୁ ମିଳିଛି ଯେ ବିଶାଖା ତଥା ଅନୀତା ହସନନ୍ଦାନୀଙ୍କ ଏଣ୍ଟ୍ରି ହୋଇଛି, ଯିଏ ନୟନତାରା(ଜସ୍ମିନ୍)ଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ପ୍ରୋମୋରୁ ଜଣାପଡ଼ିଯାଉଛି ଯେ ‘ନାଗିନ୍ ୪’ରୁ ଜସ୍ମିନ୍‌ଙ୍କ ରୋଲ୍‌ ଶୀଘ୍ର ସରିଯିବ।

Advertisment

https://www.instagram.com/p/B8TBNTJh2fs/?utm_source=ig_web_copy_link

‘ନାଗିନ୍‌ ୪’କୁ ଦର୍ଶକଙ୍କ ବହୁତ ଭଲପାଇବା ମିଳୁଛି। ଏଥିରେ ଜସ୍ମିନ୍‌ଙ୍କ ଅଭିନୟକୁ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ। ତାଙ୍କ ଲୁକ୍‌ଠୁ ଆରମ୍ଭ କରି ଅଭିନୟ ଓ ଡାଇଲଗ୍‌ କହିବାର ଅନ୍ଦାଜ୍‌ ସମସ୍ତଙ୍କ ମନ ଜିତୁଛି। ତେବେ ହଠାତ୍‌ ଜାସ୍ମିନ୍‌ଙ୍କର ଏପରି ଶୋ’ ଛାଡ଼ିବା ଖବର ତାଙ୍କ ଫ୍ୟାନ୍‌ମାନଙ୍କୁ ନିରାଶ କରିବ ନିଶ୍ଚୟ।