Advertisment

ସରିଗଲା ଅଭିନୟ, ଚାଲିଗଲେ ହାସ୍ୟ ସମ୍ରାଟ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଗପାଳ ଗାଁରେ ଜନ୍ମ ଗ୍ରହଣ କରିଥିଲେ ହାସ୍ୟ ଅଭିନେତା ରବି ଶତପଥୀ। ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ରଖିଥିଲେ। ପାଲା ଗାୟକରୁ କ୍ୟାରିୟର ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
Rabi

Rabi

Advertisment

ସରିଗଲା ଅଭିନୟ। ଅଫେରା ପଥରେ ଚାଲିଗଲେ ହାସ୍ୟା ସମ୍ରାଟ୍‌। ଦୀର୍ଘ ଦିନ ଯନ୍ତ୍ରଣାରେ ଜର୍ଜରିତ ହୋଇ ଆଖି ବୁଜିଲେ ଲୋକପ୍ରିୟ ଯାତ୍ରା ହାସ୍ୟ ଅଭିନେତା ରବି ଶତପଥୀ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକରେ ଦର୍ଶକଙ୍କ ହୃଦୟ ଜିଣିଥିଲେ ରବି ନନା।

Advertisment

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଗପାଳ ଗାଁରେ ଜନ୍ମ ଗ୍ରହଣ କରିଥିଲେ ହାସ୍ୟ ଅଭିନେତା ରବି ଶତପଥୀ। ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ରଖିଥିଲେ। ପାଲା ଗାୟକରୁ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଯାତ୍ରା ଦୁନିଆକୁ ଆସିଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ନାଟକରେ ଅଭିନୟ କରିଥିଲେ। ‘ଶାଗୁଣା ବସିଛି ଡେଣା ମେଲାଇ’ ଓ ‘ହେ ଈଶ୍ୱର ନମସ୍କାର’ ପରି ଶତାଧିକ ନାଟକରେ ଅଭିନୟ କରି ଯାତ୍ରା ପ୍ରେମୀଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ।

ଗତ କିଛି ଦିନ ହେଲା ସେ ଯାତ୍ରାଠାରୁ ଦୂରେଇ ଯାଇଥିଲେ। ବୟାସିଧିକ କାରଣ ଓ କର୍କଟ ରୋଗରେ ପୀଡ଼ିତ ହୋଇ ଯାତ୍ରାଠାରୁ ଦୂରେଇ ଯାଇଥିଲେ। ଘରେ ରହି ଚିକିତ୍ସିତ ହେଉଥିଲେ। ଆଜି ସେହି ମହାନ ଅଭିନେତାଙ୍କର ଦେହାନ୍ତ ହୋଇଛି। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ଯାତ୍ରାରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

Advertisment

ରିପୋର୍ଟ-ପାରାଦୀପରୁ ରମାକାନ୍ତ ନାୟକ

Jatra Artiste
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe