Advertisment

କରୋନାରେ ଝଡ଼ି ପଡ଼ିଲେ ଯାତ୍ରା ଜଗତର ଭୀଷ୍ମ ପିତାମହ ଜଗବନ୍ଧୁ ରାଉତ

ଭୁବନେଶ୍ୱର/ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ମଞ୍ଚରେ ହସାଇ ହସାଇ ବେଦମ କରୁଥିବା ବରିଷ୍ଠ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ(ଜଗା)ଙ୍କ ଅଭିନୟ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ମହାମାରୀ କୋଭିଡ୍‌ର ମାୟା ଜାଲରେ ଛନ୍ଦି ହୋଇ ସବୁଦିନ ପାଇଁ ସେ ଚାଲିଯାଇଛନ୍ତି ଅଫେରା ରାସ୍ତାରେ। ଆଜି ସକାଳେ ତାଙ୍କର ଭୁବନେଶ୍ୱରରେ ଏକ କୋଭିଡ୍‌ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକ ଛାୟା ଖେଳି ଯାଇଛି। […]

ଅଦ୍ୟତନ ହୋଇଛି
କରୋନାରେ ଝଡ଼ି ପଡ଼ିଲେ ଯାତ୍ରା ଜଗତର ଭୀଷ୍ମ ପିତାମହ ଜଗବନ୍ଧୁ ରାଉତ

Jaga Rout

Advertisment

ଭୁବନେଶ୍ୱର/ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ମଞ୍ଚରେ ହସାଇ ହସାଇ ବେଦମ କରୁଥିବା ବରିଷ୍ଠ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ(ଜଗା)ଙ୍କ ଅଭିନୟ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ମହାମାରୀ କୋଭିଡ୍‌ର ମାୟା ଜାଲରେ ଛନ୍ଦି ହୋଇ ସବୁଦିନ ପାଇଁ ସେ ଚାଲିଯାଇଛନ୍ତି ଅଫେରା ରାସ୍ତାରେ। ଆଜି ସକାଳେ ତାଙ୍କର ଭୁବନେଶ୍ୱରରେ ଏକ କୋଭିଡ୍‌ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକ ଛାୟା ଖେଳି ଯାଇଛି।

Advertisment

କେନ୍ଦ୍ରାପଡ଼ାରେ ଖେଳୁଥିଲା କଳିଙ୍ଗ ଗଣନାଟ୍ୟ। ରାଜ୍ୟରେ ହଠାତ୍‌ କରୋନା ଗ୍ରାଫ୍‌ ବଢ଼ିବାରୁ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଯାହାଫଳରେ କେନ୍ଦ୍ରାପଡ଼ାରେ ହେଉଥିବା ଯାତ୍ରା ଅଧାରୁ ବନ୍ଦ ହେଲା। ସବୁ କଳାକାର ଘରକୁ ଫେରିଲେ। ଜଗା ଭାଇ ମଧ୍ୟ ବଳଙ୍ଗା ସ୍ଥିତ ନିଜ ଘରକୁ ଫେରିଲେ। ତେବେ ଗୁରୁବାର ଦିନ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଲେ।

ପରିବାର ଲୋକେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜେଟିଭ୍‌ ଆସିବାରୁ ଜଗଭାଇଙ୍କୁ ପୁରୀ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ତିନି ଦିନ ତଳେ ତାଙ୍କୁ ଭୁବନେଶ୍ୱର ସ୍ଥିତ ନୀଳାଚଳ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ବିୟୋଗ ହୋଇଯାଇଛି। ସତ୍ୟ ନଗର ଶ୍ମଶାନରେ କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି।

Advertisment

ପୁରୀ ଜିଲ୍ଲା ବଳଙ୍ଗା କାଳିଆପଦା ଗାଁରେ ଜନ୍ମଗ୍ରହଣ କରିଥିଲେ ଜଗା ରାଉତ। ପିଲା ବେଳୁ ଥିଲା କଳା ପ୍ରତି ଦୁର୍ବଳତା। ସେଥିପାଇଁ ପାଠ ପଢ଼ାରେ ଡୋରୀ ବାନ୍ଧି ମଞ୍ଚରେ ଅଭିନୟ କରିବାକୁ ଆସିଥିଲେ। ୧୯୫୮ ମସିହାରେ ଯାତ୍ରାରେ ପେଶାଦାର ଜୀବନ ଆରମ୍ଭ କରିଥିଲେ। ତେବେ ୧୯୬୮ ମସିହାରେ ସାତଶଙ୍ଖ ଗଣନାଟ୍ୟରେ ଯୋଗଦେବା ପରେ ତାଙ୍କୁ ସଫଳତା ମିଳିଥିଲା।

ସାତଶଙ୍ଖ ଗଣନାଟ୍ୟର ରଙ୍ଗୀନ ରଙ୍ଗ ମଞ୍ଚରେ ହସ ବାଣ୍ଟୁଥିବା ବେଳେ ହଠାତ୍‌ ହୃଦରୋଗରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରଙ୍କ ପରାମର୍ଶରେ ସେ ଯାତ୍ରାଠାରୁ ଦୂରେଇ ଯାଇଥିଲେ। ହେଲେ ବେଶୀ ଦିନ ମଞ୍ଚଠାରୁ ଦୂରେଇ ରହିପାରିଲେ ନାହିଁ। ପରେ ପୁଣି ଥରେ ଯାତ୍ରାକୁ ଫେରିଥିଲେ। ଅନ୍ଧଦେଶେ ଗଲି ଦର୍ପଣ ବିକି, ଶିବାଜୀ, ପୃଥ୍ୱୀରାଜ ପରି ଐତିହାସିକ ନାଟକ ତାଙ୍କୁ ଲୋକଲୋଚନକୁ ଆଣିଥିଲା।

୨୦୦୨ ମସିହାରେ ଜଗା ଭାଇ ସାତଶଙ୍ଖ ଛାଡ଼ି ଛାଡ଼ି କୋଣାର୍କ ଗଣନାଟ୍ୟରେ ଆସିଲେ। କଉଡି ଖେଳ, ନକହିଲେ କୁଳ ଭାସି ଯାଉଛି, କହଲ ବଉଳ କିଏ ତୋ ବର ପରି ନାଟକରେ ଅଭିନୟ କରିଥିଲେ। ୨୦୦୮ ମସିହାଠାରୁ ସେ କଳିଙ୍ଗ ଗଣନାଟ୍ୟରେ ଯୋଗଦେଇଥିଲେ। ଷ୍ଟେସନ୍‌କୁଲି, ଠିକଣା ହଜିଛି ଜଗା ଭାଇର, ଫଗୁଣ ମାସର ଶେଷ ରାତି ପରି ନାଟକରେ ଅଭିନୟ କରିଛନ୍ତି। ୬୬ ବର୍ଷର ଯାତ୍ରା କ୍ୟାରିୟର୍‌ରେ ସେ ୫୦୦ରୁ ଅଧିକ ନାଟକରେ ଅଭିନୟ କରିଛନ୍ତି।

ଯାତ୍ରା ଜଗତର ଭୀଷ୍ମ ପିତାମହ ଜଗବନ୍ଧୁ ରାଉତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe