Advertisment

ତାତିଲେ ଆଇଟମ୍‌ ଗର୍ଲ ରାନୀ; କହିଲେ-ଦିଶାକୁ ହଁ, ଆମକୁ ନା କାହିଁକି?

ଅଶ୍ଲୀଳ ନୃତ୍ୟର ସଂଜ୍ଞା ବୁଝାଇଲେ ରାନୀ। କହିଲେ- ଯିଏ ଲୁଗା ଖୋଲି ନାଚେ, ତାକୁ ଅଶ୍ଲୀଳ ନାଚ କୁହନ୍ତି। କିନ୍ତୁ ଆମେ ଆଇଟମ୍‌ ନୃତ୍ୟ କରୁଛୁ ବୋଲି ରାନୀ କହିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Rani

Rani

ଯାତ୍ରା ମହାକୁମ୍ଭରେ ଆଇଟମ୍‌ ଡ୍ୟାନ୍ସକୁ ନା। ଏହା ପରେ ତାତିଲେ ଆଇଟମ୍‌ ଡ୍ୟାନ୍ସ ଗର୍ଲ ରାନୀ ପ୍ରିୟଦର୍ଶିନୀ ସାହୁ। ଆଉ କହିଲେ, ହକି ବିଶ୍ୱକପ୍‌ରେ ଅଧା ଡ୍ରେସ୍‌ ପିନ୍ଧି ଦିଶା ପଟାନୀ ନାଚି ପାରିଲେ। କିନ୍ତୁ ଆମକୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଆଇଟମ୍‌ ଡ୍ୟାନ୍ସ ମନା କାହିଁକି? ରାନୀ ଏତିକିରେ ଅଟକିଲେ ନାହିଁ। ଅଶ୍ଲୀଳ ନୃତ୍ୟର ସଂଜ୍ଞା ମଧ୍ୟ ବୁଝାଇଲେ। କହିଲେ- ଯିଏ ଲୁଗା ଖୋଲି ନାଚେ, ତାକୁ ଅଶ୍ଲୀଳ ନାଚ କୁହନ୍ତି। କିନ୍ତୁ ଆମେ ଆଇଟମ୍‌ ନୃତ୍ୟ କରୁଛୁ ବୋଲି ରାନୀ କହିଛନ୍ତି।

Advertisment

ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ୩୦ ତାରିଖରୁ ଆରମ୍ଭ ହେଉଛି ଅପେରା। ତା’ର ପୂର୍ବରୁ ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି) ଗାଇଡ୍‌ଲାଇନ୍‌ ଜାରି କରିଛି। ଷ୍ଟେଜ୍‌ ଉପରେ ଅଶ୍ଲୀଳ ନୃତ୍ୟ ହୋଇପାରିବ ନାହିଁ ବୋଲି ବିଏମ୍‌ସି ରୋକ୍‌ଠୋକ୍‌ ଶୁଣାଇ ଦେଇଛି। ଏହା ପରେ କଳାକାରଙ୍କ ମଧ୍ୟରେ ଅନ୍ତୋଷ ପ୍ରକାଶ ପାଇଛି। ଆଇଟମ୍ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହରେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଡ୍ୟାନ୍ସ କରିବା ଲାଗି ସୁଯୋଗ ଦିଆଗଲା। ସେ କି ଡ୍ୟାନ୍ସ କରିଥିଲେ? କେଉଁ ଡ୍ୟାନ୍ସ କରିଥିଲେ? ଯେଉଁମାନେ ଖଣ୍ଡଗିରିରେ ବ୍ୟାନ୍‌ କଲେ, ସେମାନଙ୍କୁ କ’ଣ ସେହି ନାଚ ଦେଖାଗଲା ନାହିଁ। ସେ ପରା ଅଧା ଅଧା ଡ୍ରେସ୍‌ ପିନ୍ଧି ନାଚୁଥିଲେ। ଓଡ଼ିଶା ବାହାରୁ କଳାକହାର ଆସି ଏଠାରେ ଅଶ୍ଲୀଳ ଡ୍ୟାନ୍ସ କରିପାରିବେ। କିନ୍ତୁ ଓଡ଼ିଶାର କଳାକାର ଓଡ଼ିଶାରେ ଆଇଟମ୍‌ ଡ୍ୟାନ୍ସ କରିପାରିବେ ନାହିଁ। ତାଙ୍କୁ ବ୍ୟାନ୍‌ କରାଯିବ ବୋଲି ରାନୀ କହିଛନ୍ତି।

ଗତ ଦୁଇ ବର୍ଷ ମହାମାରୀ ପାଇଁ ଯାତ୍ରା ସଂପୂର୍ଣ୍ଣ ବନ୍ଦ ପରେ ଚଳିତବର୍ଷ ଖଣ୍ଡଗିରି ମେଳାରେ ଯାତ୍ରାକୁ ମିଳିଛି ଅନୁମତି। ଯାତ୍ରାକୁ ବ୍ୟବସ୍ଥିତ କରିବାକୁ ମେଳା ଓ ଯାତ୍ରା ପାଇଁ ବିଏମ୍‌ସି ଆଣିଛି ସ୍ୱତନ୍ତ୍ର ଗାଇଡଲାଇନ୍‌। ଯାତ୍ରାରେ କୌଣସି ଧର୍ମୀୟ ଭାବନା କିମ୍ବା ସମାଜ ଉପରେ କୁ ପ୍ରଭାବ ପକାଉଥିବା ନୃତ୍ୟ ଓ ନାଟକ ପରିବେଷଣ ନକରିବାକୁ ସିଧା ମନା କରିଛି ବିଏମ୍‌ସି। ଏନେଇ ଯାତ୍ରା କମିଟି ଏକ ନିର୍ଭର ପ୍ରତିଶ୍ରୁତି ଲିଖିତ ଆକାରରେ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

Advertisment

ପର୍ବରୁ ଖଣ୍ଡଗିରି ମେଳାରେ ଅଭିନେତ୍ରୀ ରାଣୀ ପଣ୍ଡା ଆପତ୍ତିଜନକ ନୃତ୍ୟ ପ୍ରଦର୍ଶନ କରି ବିବାଦକୁ ଆସିଥିଲେ। ସେହିପରି କିଛି ମାସ ତଳେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଯାତ୍ରା ମଞ୍ଚରେ ଆଇଟମ୍‌ ନମ୍ବର କରୁଥିବା ବେଳେ ଜଣେ ମହିଳା ଦର୍ଶକ ତାଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ। ତେଣୁ ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟକୁ ରୋକିବାକୁ ଯାତ୍ରା ପାର୍ଟି ମାଲିକ ଓ ଆୟୋଜକ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।

Odisha Bhubaneswar Jatra Artiste