Advertisment

ବିଳମ୍ୱ ହେବାରୁ ତାତିଲେ ଦର୍ଶକ; ଫିଙ୍ଗିଲେ ଚେୟାର, ବନ୍ଦ ହେଲା ଯାତ୍ରା

ମଞ୍ଚକୁ ଅଭିନେତା ଓ ଅଭିନେତ୍ରୀ ଆସିବାର ବିଳମ୍ୱ ଦେଖି ଦର୍ଶକଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗି ଥିଲା। ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆରମ୍ଭ ହୋଇଥିଲା ହୋ-ହଲ୍ଲା। ଏପରି ନାଟକ ଦେଖିବାକୁ ଆସିଥିବା ଲୋକମାନେ ଚେୟାର ଭଙ୍ଗାରୁଜୁ ଆରମ୍ଭ କରିଥିଲେ।

Jatra

Jatra

Advertisment

ରେକର୍ଡ ଡ୍ୟାନ୍ସ ଓ ମେଲୋଡି ସରିଲା। ହେଲେ ନାଟକ ଆରମ୍ଭ ହେବାରେ ବିଳମ୍ୱ ହେଲା। ଯେଉଁଥିପାଇଁ ତାତିଲେ ଦର୍ଶକ। ଆକାଶରେ ଉଡିଲା ପ୍ଲାଷ୍ଟିକ୍‌ ଚେୟାର। ଭାଙ୍ଗିଲା ଷ୍ଟେଜରେ ଲାଗିଥିବା ଲାଇଟ୍‌। ପୁଲିସ୍‌ ମଧ୍ୟ ନାକେଦମ୍‌ ହେଲା। ହେଲେ ଶେଷରେ ବନ୍ଦ ହେଲା ଯାତ୍ରା। ଶୁକ୍ରବାର ବିଳମ୍ୱିତ ରାତିରେ ଏପରି ଦୃଶ୍ୟ କଟକ ଜିଲ୍ଲା ବଡମ୍ବା ଯୋଡୁମରେ ଦେଖିବାକୁ ମିଳିଛି।

Advertisment

ବଡମ୍ବା ବ୍ଲକ୍‌ ଯୋଡ଼ମୁ ଗାଁରେ ‘ଓଡ଼ିଶା ଅପେରା’ ଖେଳୁଥିଲା। ଗତ ଦୁଇ ଦିନ ହେଲା ନାଟକ ପରିବେଷଣ ହେଉଥିଲା। ଶୁକ୍ରବାର ରାତିରେ ନାଟକ ଦେଖିବା ପାଇଁ ଖଚାଖଚ୍ଚ ଭିଡ଼ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ ହୋଇଥିଲା। ଗୋଟିଏ ପରେ ଗୋଟିଏ ଡ୍ୟାନ୍ସ ଓ ମେଲୋଡ଼ି ହୋଇଥିଲା। ଦର୍ଶକମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ। ଡ୍ୟାନ୍ସ ଓ ମେଲୋଡି ସରିବା ପରେ ନାଟକ ଆରମ୍ଭ ହେବା କଥା। ହେଲେ ଅଭିନେତା ଓ ଅଭିନେତ୍ରୀ ଷ୍ଟେଜ୍‌କୁ ଆସିବାରେ ବିଳମ୍ୱ କଲେ।

ମଞ୍ଚକୁ ଅଭିନେତା ଓ ଅଭିନେତ୍ରୀ ଆସିବାର ବିଳମ୍ୱ ଦେଖି ଦର୍ଶକଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗି ଥିଲା। ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆରମ୍ଭ ହୋଇଥିଲା ହୋ-ହଲ୍ଲା। ଏପରି ନାଟକ ଦେଖିବାକୁ ଆସିଥିବା ଲୋକମାନେ ଚେୟାର ଭଙ୍ଗାରୁଜୁ ଆରମ୍ଭ କରିଥିଲେ। କେତେକ ଦର୍ଶକ ଷ୍ଟେଜ୍‌ ଉପରକୁ ଚେୟାର ଫିଙ୍ଗିଥିଲେ। ଯେଉଁଥିପାଇଁ ଷ୍ଟେଜରେ ଲାଗିଥିବା ଲାଇଟ୍‌ ଗୁଡ଼ିକ ଭାଙ୍ଗି ଯାଇଥିଲା।

Advertisment

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଅନୁଷ୍ଠାନର ଆଙ୍କର ଓ ଆୟୋଜକ ଷ୍ଟେଜ୍‌କୁ ଆସିଥିଲେ। ନୀରବତା ରକ୍ଷା କରିବାକୁ ଅନୁରୋଧ କରିଥିଲେ। ହେଲେ ଦର୍ଶକମାନେ ଶାନ୍ତ ପରିପଡ଼ିନଥିଲେ। ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ଦର୍ଶକମାନେ ଶାନ୍ତ ପଡ଼ିନଥିଲେ। ଯେଉଁଥିପାଇଁ ଯାତ୍ରା ପରିବେଷଣକୁ ବନ୍ଦ ରଖିଥିଲା ଆୟୋଜକ କମିଟି। ଅର୍ଥାତ ଶୁକ୍ରବାର ରାତିରେ ନାଟକ ହୋଇନଥିଲା। ଶେଷରେ ଦର୍ଶକମାନେ ନିରାଶ ହୋଇ ଫେରିଥିଲେ। ତେବେ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନି।

ରିପୋର୍ଟ- ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ

Jatra Artiste Cuttack Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe