Advertisment

ରୋମାଣ୍ଟିକ୍‌ ଡାଇଲଗ୍‌ରେ ପୁଣି ଥରେ ଗୁଞ୍ଜରିତ ହେବ ଷ୍ଟେଜ୍‌, ଝୁମିବେ ଦର୍ଶକ; କମ୍ପୁଛି ଆଖଡ଼ା

ଯାଜପୁର (ଜନ୍ମେଜୟ ଦାଶ): ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ରଙ୍ଗୀନ ହେବ ରଙ୍ଗମଞ୍ଚ। ରାତିର ଅନ୍ଧାର ଭିତରେ ଗୁଞ୍ଜରିତ ହେବ ନାୟକ ନାୟିକାଙ୍କ ସୁମଧୁର ସଂଳାପ। ଖଳନାୟକଙ୍କ ଗୁରୁଗମ୍ଭିର ଡାଇଲଗ୍‌ରେ ପ୍ରକମ୍ପିତ ଷ୍ଟେଜ୍‌। ଆଉ ନିଝୁମ ରାତିରେ ଝୁମିବେ ଦର୍ଶକ। ସେଥିପାଇଁ କମ୍ପୁଛି ଆଖଡ଼ା। ନୂଆ ନାଟକ ରିହଲ୍‌ସେଲ୍‌ରେ ଜି ଜାନ୍‌ ଲଗାଇ ଦେଇଛନ୍ତି କଳାକାର। ମହାମାରୀ କରୋନା ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ଯାତ୍ରା ପରିବେଷଣ। ଭାଙ୍ଗି ଯାଇଥିଲା […]

ରୋମାଣ୍ଟିକ୍‌ ଡାଇଲଗ୍‌ରେ ପୁଣି ଥରେ ଗୁଞ୍ଜରିତ ହେବ ଷ୍ଟେଜ୍‌, ଝୁମିବେ ଦର୍ଶକ; କମ୍ପୁଛି ଆଖଡ଼ା

Jatra

Advertisment

ଯାଜପୁର (ଜନ୍ମେଜୟ ଦାଶ): ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ରଙ୍ଗୀନ ହେବ ରଙ୍ଗମଞ୍ଚ। ରାତିର ଅନ୍ଧାର ଭିତରେ ଗୁଞ୍ଜରିତ ହେବ ନାୟକ ନାୟିକାଙ୍କ ସୁମଧୁର ସଂଳାପ। ଖଳନାୟକଙ୍କ ଗୁରୁଗମ୍ଭିର ଡାଇଲଗ୍‌ରେ ପ୍ରକମ୍ପିତ ଷ୍ଟେଜ୍‌। ଆଉ ନିଝୁମ ରାତିରେ ଝୁମିବେ ଦର୍ଶକ। ସେଥିପାଇଁ କମ୍ପୁଛି ଆଖଡ଼ା। ନୂଆ ନାଟକ ରିହଲ୍‌ସେଲ୍‌ରେ ଜି ଜାନ୍‌ ଲଗାଇ ଦେଇଛନ୍ତି କଳାକାର।

Advertisment

ମହାମାରୀ କରୋନା ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ଯାତ୍ରା ପରିବେଷଣ। ଭାଙ୍ଗି ଯାଇଥିଲା କଳାକାର, ଟେକ୍ନିସିଆନ ଓ ମାଲିକଙ୍କ ମେରୁଦଣ୍ଡ। ଏଥିରେ ବେଶୀ ପ୍ରଭାବିତ ହୋଇଥିଲେ ସ୍ୱଳ୍ପ ବେତନଭୋଗୀ କଳାକାର। ପରିବାର ଚଳାଇବା ପାଇଁ କିଏ ଦାଦନ ଖଟିବାକୁ ପରଦେଶ ପଳାଇଥିଲା ତ ଆଉ କିଏ ଦିନ ମଜୁରୀଆ ସାଜିଥିଲା। ଆଉ କିଏ ପରିସ୍ଥିତିରେ ପଡ଼ି ନିଶା ବେପାରରେ ନିଜକୁ ନିୟୋଜିତ କରିଥିବା ଦେଖିବାକୁ ମିଳିଥିଲା। ଏତେ ସବୁ ଦୁଃଖ ପରେ କରୋନା କୋପ କମିଛି। ପୁଣି ଥରେ ରଙ୍ଗମଞ୍ଚକୁ ଫେରିବା ପାଇଁ ଅଣ୍ଟା ଭିଡୁଛନ୍ତି କଳାକାର। ପରିସ୍ଥିତି ଭଲ ରହିଲେ ଏଥର ରଙ୍ଗମଞ୍ଚରେ ରଙ୍ଗୀନ ଆଲୁଅ ଜଳିବ ଓ ଚରିତ୍ରରେ ଭିଜିବେ ବୋଲି କଳାକାର। ସେହି ଆଶା ରଖି କଳାକାର ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି। ଦିନରାତି ଏକ କରି କରୁଛନ୍ତି ନାଟକ ରିହଲ୍‌ସେଲ୍‌।

ଯାଜପୁର ଜିଲ୍ଲାର ପ୍ରଯୋଜକଙ୍କ ଦ୍ୱାରା ପରିଚାଳିତ ଶିବାନୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଧଉଳୀ ଅପେରା, ତୁଳସୀ ଗଣନାଟ୍ୟ, ସାଇ ସମ୍ରାଟ, ସ୍ୱର୍ଣ୍ଣ ମନ୍ଦିର, ସ୍ୱପ୍ନ ମହଲ, ସୂର୍ଯ୍ୟ ମନ୍ଦିର ଭଳି ଅନେକ ଯାତ୍ରା ପାର୍ଟି ଆଖଡାରେ ନାଟକ ଅଭ୍ୟାସ୍‌ ଜାରି ରହିଛି। ଦିନ ରାତି କଳାକାରମାନେ କ୍ୟାମ୍ପରେ ନାଟକ ରିହଲ୍‌ସେଲ୍‌ କରୁଛନ୍ତି। ଆସନ୍ତା ଗଣେଶ ପୂଜା ପରଠାରୁ ଏହି ଯାତ୍ରା ପାର୍ଟିମାନେ ବିଭିନ୍ନ ପେଣ୍ଡାଲରେ ନାଟକ ପରିବେଷଣ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବେ।

Advertisment

ଦେଖିବାକୁ ଗଲେ ଯାଜପୁର ଜିଲ୍ଲାର ଯାତ୍ରା ଇତିହାସ ଅନେକ ପୁରୁଣା। ରସୁଲପୁର ବ୍ଲକ ସାଂରଗପୁର ଅଞ୍ଚଳର ବିଶିଷ୍ଟ ନାଟ୍ୟକାର ଫକୀର ମୋହନ ସାହାଣୀଙ୍କ ଉପରେ ପ୍ରସ୍ତୁତ ନାଟକ ‘ସାହାଣୀ ମାଷ୍ଟ୍ରେଙ୍କ ଭଙ୍ଗା ସିଲଟ’ ସାରା ରାଜ୍ୟରେ ଚହଳ ପକାଇଥିଲା। ସେଥିପାଇଁ ରାଜ୍ୟ ସରକାର ଫକୀର ମୋହନଙ୍କୁ ‘ଯାତ୍ରା ସନ୍ନ୍ୟାସୀ’ ଉପାଧି ପ୍ରଦାନ କରିଥିଲେ।

ଚଳିତ ସିଜିନରେ ତୁଳସୀ ଗଣନାଟ୍ୟର ଖଳନାୟକ ଅଛନ୍ତି ପିୟୁଷ। ତାଙ୍କ ସହ ଅଭିନେତ୍ରୀ ସୋନାଲି, ମାମା ରହିଛନ୍ତି। ସେହିପରି ଶିବାନୀ ଗଣନାଟ୍ୟରେ ଅଭିନେତା ଶଙ୍ଖାଳି, ଅଭିନେତ୍ରୀ ଟିକି, ଖଳନାୟକ କାହ୍ନା; କୋଣାର୍କ ଗଣନାଟ୍ୟରେ ଦୁର୍ଦ୍ଧାନ୍ତ ଖଳନାୟକ ଦୈତାରୀ ପଣ୍ଡା, ଅଭିନେତ୍ରୀ ନଳିନୀ, ପୂଜା ଏବଂ ମିଟୁନା ଥିବା ବେଳେ ଅଭିନେତା ଭାବେ ରତିକାନ୍ତ ଅଛନ୍ତି। ଧଉଳି ଗଣନାଟ୍ୟରେ ଚର୍ଚ୍ଚିତ ଅଭିନେତା ଗୌର ଦାସ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe