kuna and ranjita
<p style="text-align: center;"><span style="color: #ff0000;">ମଞ୍ଚରେ ମା-ପୁଅ ଚରିତ୍ରରେ ଅଭିନୟ କରୁଥିବାବେଳେ ପଡ଼ିଲେ ପରସ୍ପରର ପ୍ରେମରେ। ବାହା ହୋଇ ଘର ସଂସାର କଲେ ସତ, ହେଲେ ମଞ୍ଚଠାରୁ ଦୂରେଇ ପାରିଲେ ନାହିଁ। ମଞ୍ଚକୁ ଫେରିଲେ। ଅଭିନେତା ଭାବେ ସଫଳତା ପାଇବା ପରେ ରିସ୍କ ନେଇ ନିଜେ ଆରମ୍ଭ କରିଥିଲେ ଯାତ୍ରା ପାର୍ଟି। ପାର୍ଟନରଙ୍କ ସହ ମନୋମାଳିନ୍ୟ ହୋଇ ପାର୍ଟି ଭାଙ୍ଗିଲା ତ ଟଙ୍କା ହେରଫେର୍ ଅଭିଯୋଗରେ ଗଲେ ଜେଲ୍। ଜେଲରୁ ଫେରିବା ପରେ କୋଟିଏରୁ ଅଧିକ ଟଙ୍କା ଶୁଝିଲେ ଆଉ ପୁଣି ଫେରିଲେ ଅଭିନୟକୁ। ଏମିତି ଜୀବନର ଯାବତୀୟ ଉତ୍ଥାନ ପତନକୁ ଅଙ୍ଗେ ନିଭାଇ ଏଯାଏ ଦୁଇ ଶହରୁ ଅଧିକ ନାଟକରେ ନିଜ ଅଭିନୟର ନିଆରା ଛାପ ଛାଡ଼ିଛନ୍ତି ଯାତ୍ରା ସୁପରଷ୍ଟାର୍ ବ୍ରଜବିହାରୀ ନାୟକ ଓରଫ୍ କୁନା। </span><span style="color: #0000ff;">ଜଗତସିଂହପୁରରୁ ଓଡ଼ିଶା ରିପୋର୍ଟର ପ୍ରତିନିଧି ଶଶାଙ୍କ ଶେଖର ପଣ୍ଡା।</span></p>
ଗାଁ ସ୍କୁଲରେ ଦଶମ ପଢ଼ୁଥିବାବେଳେ ଟେଷ୍ଟ ପରୀକ୍ଷା ପରେ ପାଠପଢ଼ାରେ ଡୋରି ବାନ୍ଧି ଅଭିନେତା ହେବାର ସ୍ୱପ୍ନରେ ଘର ଛାଡ଼ିଥିଲେ। ୧୯୮୧ ମସିହାରେ ‘କାଂସ’ ଅପେରାରେ ଯଲିଉଡ୍ ଡେବ୍ୟୁ କଲାବେଳକୁ ବ୍ରଜବିହାରୀଙ୍କ ବୟସ ହୋଇଥିଲା ମାତ୍ର ୧୫ ବର୍ଷ। ନାଟକ ଥିଲା ‘ସମ୍ପୂର୍ଣ୍ଣ ମହାଭାରତ’ ଆଉ ବ୍ରଜବିହାରୀ ଓରଫ୍ କୁନାଙ୍କୁ ମିଳିଥିଲା ‘ଅଭିମନ୍ୟୁ’ ଚରିତ୍ର। ମଞ୍ଚ ପଦାର୍ପଣରୁ ହିଁ ମିଳିଲା ନେମ୍ ଆଣ୍ଡ୍ ଫେମ୍। ଏହା ପରେ କିଶୋର ବୟସରୁ ହିଁ ସଫଳତାର ଗୋଟିଏ ପରେ ଅନ୍ୟ ଏକ ଶିଡ଼ି ଚଢ଼ିବାରେ ଲାଗିଲେ କୁନା। କାଂସ ଅପେରା ଛାଡ଼ି ଇଛାପୁର ଓ ପରେ ତ୍ରୀନାଥ ଗଣନାଟ୍ୟରେ ଯୋଗଦେବା ବେଳକୁ ବ୍ରଜବିହାରୀ ଶୈଶବରୁ ପାଲଟି ଯାଇଥିଲେ ଯୁବକ।
[caption id="attachment_620299" align="aligncenter" width="650"](image) ପତି-ପତ୍ନୀ କୁନା ଓ ରଞ୍ଜିତା[/caption]
ତେବେ ବ୍ରଜବିହାରୀଙ୍କ ବ୍ୟକ୍ତିଗତ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା ତ୍ରୀନାଥ ଗଣନାଟ୍ୟ। ଏଇଠି ଭେଟ୍ ହୋଇଥିଲେ ଅସଲ ଜୀବନର ପ୍ରେୟସୀ। ତ୍ରୀନାଥରେ ପାର୍ଶ୍ୱ ନାୟକ ଭୂମିକାରେ ଅଭିନୟ କରୁଥିବା ବେଳେ ସେତେବେଳର ପାଇଥିଲେ ଟପ୍ ହିରୋଇନ୍ ରଞ୍ଜିତାଙ୍କୁ। ‘ରହିମ ଖାଁର ଭଗବତ ଟୁଙ୍ଗି’ କୁନା ପାର୍ଶ୍ୱ ନାୟକ ଭୂମିକାରେ ଅଭିନୟ କରୁଥିବା ବେଳେ ରଞ୍ଜିତା ତାଙ୍କ ମା’ ଚରିତ୍ରରେ ଥିଲେ। ମଞ୍ଚରେ ମା-ପୁଅର ବାତ୍ସଲ୍ୟ ପ୍ରେମ କିନ୍ତୁ ପରବର୍ତ୍ତୀ ନାଟକ ‘ଏଇ ଠିକଣାରେ ଚିଠିଦେବ’ରେ ପ୍ରେମର ରୂପ ନେଇଥିଲା। ରଙ୍ଗିନ ରଙ୍ଗମଞ୍ଚର ଝିଲ୍ମିଲ୍ ଆଲୁଅରେ ଆଖିକୁ ଆଖି ମିଶିବା ପରେ ବଢ଼ିଥିଲା ହୃଦୟର ସ୍ପନ୍ଦନ। ଉଭୟେ ଅନୁଭବ କରିଥିଲେ ସେମାନେ ପରସ୍ପରର ଓ ପରସ୍ପର ପାଇଁ। ମଞ୍ଚ ଆଲୁଅର ଏହି ରୋମାନ୍ସ ଅଳ୍ପଦିନ ପରେ ବିବାହର ରୂପ ନେଲା। ଆଉ ବୈଦିକ ରୀନିନୀତିରେ ୧୯୯୦ରେ ରଞ୍ଜିତାଙ୍କୁ ସାତ ଜନମର ସାଥୀ କରିଥିଲେ କୁନା। ତ୍ରୀନାଥରେ ଦୀର୍ଘ ୧୧ ବର୍ଷର କ୍ୟାରିଅରରେ ଗୋଟିଏ ପରେ ଆଉ ଏକ ହିଟ୍ ନାଟକ ଦେଇ ଚାଲିଥିଲେ ଯଲିଉଡ୍ର ଏହି ନର୍ଗିସ୍ ସୁନୀଲ ଦତ୍ତ ଯୋଡ଼ି।
ବ୍ରଜବିହାରୀଙ୍କ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ନାଟକ ଭିତରେ ରହିଛି ରାଙ୍ଗାବିଲା, ଆଜିର ଦୁନିଆ, ଭଲ ମଣିଷ ଖୋଜା ଚାଲିଛି, ଖୋଜି ଆଣିଦେବ ସରଗଶଶି, ଗୌରୀ ଗଣନାଟ୍ୟର ବାଘ ବୁଲୁଛି ରାଜଧାନୀରେ, ଛତା ଚିହ୍ନରେ ଭୋଟଦେବ, ପୁରୀରୁ ପଟ୍ଟମୁଣ୍ଡାଇ, ବାବୁ ମୋ ଚୌକିଦାର, କଉଡିଖେଳ, ପାହିଗଲା କଥା ରହିଗଲା କଥା, ଗୌରୀ ନାନୀର ନୂଆ ଠିକଣା ଓ ଆଇଟମ୍ ଗର୍ଲ ରାନୀ ପ୍ରମୁଖ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us