Advertisment

କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ଜାବେଦ ଅଖ୍‌ତର୍

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଡ଼ୁଆ ଦିନକୁ ଦନ ବଢ଼ିବାରେ ଲାଗିଛି। କିଛି ଦିନ ପୂର୍ବରୁ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କ ବିରୋଧରେ ଧାର୍ମିକ ଭାବନାକୁ ଭଡ଼କେଇବା ଭଳି ବୟାନବାଜି ଦେବା ମାମଲାରେ ମୁମ୍ବାଇ ପୁଲିସ୍ ପକ୍ଷରୁ ଏକ ଏଫଆଇଆର ଦାଖଲ କରାଯାଇଥିଲା। ଆସନ୍ତା ୧୦ରେ ମୁମ୍ବାଇ ପୁଲିସ୍ ଉଭୟ ଭଉଣୀଙ୍କୁ ଏ ବାବଦରେ ପଚରାଉଚରା ପାଇଁ ଡକାଇଛି। ତେବେ ବର୍ତ୍ତମାନ ବଲିଉଡ୍‌ର ସଂଗୀତ ଲେଖକ ଜାବେଦ ଅଖ୍‌ତର୍ କଙ୍ଗନାଙ୍କ ବିରୋଧରେ ମାନହାନୀ […]

author-image
Chinmayee Roy
ଅଦ୍ୟତନ ହୋଇଛି
କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ଜାବେଦ ଅଖ୍‌ତର୍

javed

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଡ଼ୁଆ ଦିନକୁ ଦନ ବଢ଼ିବାରେ ଲାଗିଛି। କିଛି ଦିନ ପୂର୍ବରୁ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କ ବିରୋଧରେ ଧାର୍ମିକ ଭାବନାକୁ ଭଡ଼କେଇବା ଭଳି ବୟାନବାଜି ଦେବା ମାମଲାରେ ମୁମ୍ବାଇ ପୁଲିସ୍ ପକ୍ଷରୁ ଏକ ଏଫଆଇଆର ଦାଖଲ କରାଯାଇଥିଲା। ଆସନ୍ତା ୧୦ରେ ମୁମ୍ବାଇ ପୁଲିସ୍ ଉଭୟ ଭଉଣୀଙ୍କୁ ଏ ବାବଦରେ ପଚରାଉଚରା ପାଇଁ ଡକାଇଛି। ତେବେ ବର୍ତ୍ତମାନ ବଲିଉଡ୍‌ର ସଂଗୀତ ଲେଖକ ଜାବେଦ ଅଖ୍‌ତର୍ କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି।

Advertisment

ଜାବେଦ ଅଭିଯୋଗ କରିଛନ୍ତି ଯେ କଙ୍ଗନା ଟେଲିଭିଜନ୍‌ରେ ନିଜ ସାକ୍ଷାତକାରରେ ତାଙ୍କ ବିରୁଦ୍ଧରେ ଅପମାନଜନକ ଓ ଭିତ୍ତିହୀନ ମନ୍ତବ୍ୟ ଦେଇଛନ୍ତି, ଯାହା ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। ଜାଭେଦ୍ ମୁମ୍ବାଇର ଅନ୍ଧେରିସ୍ଥିତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ ଆଣି ଭାରତୀୟ ଦଣ୍ଡବିଧି ଆଇନର ମାନହାନି ବିଭାଗରେ କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥିରେ କୁହାଯାଇଛି ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ହୋଇଥିବା ବିବାଦରେ କଙ୍ଗନା ଅଯଥା ଜାଭେଦଙ୍କ ନାଁକୁ ଟାଣିଥିଲେ।

https://twitter.com/KanganaTeam/status/1323665667929776128?s=20

ଶିବସେନା ନେତା ସଞ୍ଜୟ ରାଉତ ଏକ ଟ୍ୱିଟ୍ କରି ଏହି ସୂଚନା ଦେବା ପରେ କଙ୍ଗନା ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ସଞ୍ଜୟ ରାଉତଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି, ‘ଗୋଟେ ଥିଲା ସିଂହୀ ଏବଂ ଗୋଟିଏ ଥିଲା ବିଲୁଆଙ୍କ ପଲ’। ଲୋକମାନେ କଙ୍ଗନା ରାନାୱତଙ୍କ ଟ୍ୱିଟରେ ଅନେକ ମନ୍ତବ୍ୟ ଦେଉଛନ୍ତି ଏବଂ ସେମାନଙ୍କ ମତାମତ ଦେଉଛନ୍ତି। କିଛିଲୋକ ତାଙ୍କୁ ସମର୍ଥନ କରିଥିବାବେଳେ କିଛି ତାଙ୍କୁ ସମାଲୋଚନା କରିଛନ୍ତି।

Advertisment