jjjjj
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ରାଜନେତା ତାହିର ହୁସେନଙ୍କ ନାଁରେ ମାମଲା ରୁଜୁ ହୋଇଛି। ହିଂସା, ପୋଡ଼ାଜଳା ସହିତ ତାଙ୍କ ନାଁରେ ହତ୍ୟା ମାମଲା ବି ରୁଜୁ ହୋଇଛି। ଏହା ପରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ମଧ୍ୟ ତାଙ୍କୁ ଦଳରୁ ନିଲମ୍ବନ କରିଛି। ତେବେ ଏହାକୁ ନେଇ ବଲିଉଡ୍ର ବିଶିଷ୍ଟ ଗୀତିକାର ଜାଭେଦ ଅଖ୍ତର୍ ସୋଶାଲ୍ ମିଡିଆରେ ତାଙ୍କ ପ୍ରତିକ୍ରିୟା ରଖି ଦିଲ୍ଲୀ ପୁଲିସ୍କୁ ସମାଲୋଚନା କରିଛନ୍ତି। ଦିଲ୍ଲୀ ପୁଲିସର କାର୍ଯ୍ୟ ପ୍ରଣାଳୀକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ସେ ଲେଖିଛନ୍ତି, “ବହୁତ ଲୋକଙ୍କୁ ହତ୍ୟା କରାଗଲା, ବହୁତ ଲୋକ ଆହତ ହେଲେ, ବହୁତ ଘର ଜଳିଗଲା, ବହୁତ ଦୋକାନରୁ ଲୁଟ୍ପାଟ୍ ହେଲା, ବହୁତ ଲୋକ ନିଃସ୍ୱ ହୋଇଗଲେ, କିନ୍ତୁ ପୁଲିସ୍ କେବଳ ଗୋଟିଏ ଘରକୁ ହିଁ ସିଲ୍ କଲା ଓ ଏହାର ମାଲିକକୁ ଖୋଜୁଛି। ଦୈବାତ୍ ସେହି ବ୍ୟକ୍ତିଙ୍କର ନାମ ହେଉଛି ତାହିର୍। ଦିଲ୍ଲୀ ପୁଲିସର ନିଷ୍ଠାପର କାର୍ଯ୍ୟଶୈଳୀକୁ ମୁଁ ସାଲ୍ୟୁଟ୍ କରୁଛି।”
ଏହି ଟ୍ୱିଟ୍ ପରେ ଅନେକ ଲୋକ ଜାଭେଦ୍ ଅଖ୍ତର୍ଙ୍କୁ ଲୋକେ ଖୁବ୍ ସମାଲୋଚନା କରିଥିଲେ। ଏହା ପରେ ସେ ଆଉ ଏକ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କୁ ଭୁଲ୍ ବୁଝିବା ବହୁତ ସହଜ।
ଜାଭେଦ ଆହୁରି ଲେଖିଛନ୍ତି, “ମୁଁ କହିନି କାହିଁକି ତାହିର... ମୁଁ କହିଛି କାହିଁକି କେବଳ ତାହିର...। ଯେଉଁମାନେ ପୁଲିସ୍ ଉପସ୍ଥିତିରେ ଖୋଲାଖୋଲି ଭାବେ ହିଂସା ପାଇଁ ଧମକ ଦେଉଥିଲେ ସେମାନଙ୍କ ନାଁରେ କାହିଁକି ଏଫ୍ଆଇଆର୍ ହୋଇନାହିଁ ? ଏପରିକି ଏହି ହିଂସାକାଣ୍ଡକୁ ନେଇ ହାଇକୋର୍ଟ ବି ପୁଲିସ୍ର ଭୂମିକା ଉପରେ ମତାମତ ଦେଇଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/jjjjj-1.jpg)