Advertisment

ଅନ୍‌ଲାଇନ୍‌ରେ ଲିକ୍‌ ହେଲା ‘ଜୱାନୀ ଜନେମନ୍‌’

ମୁମ୍ବାଇ: ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଇଲ୍ମ ‘ଜୱାନୀ ଜନେମନ୍‌’ ରିଲିଜ୍‌ ହେବାର ମାତ୍ର ଗୋଟିଏ ଦିନ ପରେ ହିଁ ଏହା ଅନ୍‌ଲାଇନ୍‌ରେ ଲିକ୍‌ ହୋଇଯାଇଛି। ଏହାର ଏଚ୍‌ଡି ପ୍ରିଣ୍ଟ ଏବେ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଯାଇଛି ତେଣୁ ଯେ କେହି ବି ଏହାକୁ ଡାଉନଲୋଡ କରି ଦେଖିପାରିବେ। ଫଳରେ ଫିଲ୍ମର କଲେକ୍‌ଶନ୍ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। https://www.instagram.com/p/B77y37IJRiP/?utm_source=ig_web_copy_link ସୂଚନା ଅନୁଯାୟୀ, ତମିଲ୍‌ରକର୍ସ ନାମକ ୱେବ୍‌ସାଇଟ୍‌ ଫିଲ୍ମ ଏଚ୍‌ଡି ଫ୍ରିଣ୍ଟ ଅନ୍‌ଲାଇନ୍‌ ଲିକ୍‌ କରିଦେଇଛି। ଏହା ବ୍ୟତୀତ […]

୨୫ ବର୍ଷ ପରେ ରିକ୍ରିଏଟ୍‌ ହେଲା 'ଓଲେ ଓଲେ' ଗୀତ

saif

Advertisment

ମୁମ୍ବାଇ: ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଇଲ୍ମ ‘ଜୱାନୀ ଜନେମନ୍‌’ ରିଲିଜ୍‌ ହେବାର ମାତ୍ର ଗୋଟିଏ ଦିନ ପରେ ହିଁ ଏହା ଅନ୍‌ଲାଇନ୍‌ରେ ଲିକ୍‌ ହୋଇଯାଇଛି। ଏହାର ଏଚ୍‌ଡି ପ୍ରିଣ୍ଟ ଏବେ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଯାଇଛି ତେଣୁ ଯେ କେହି ବି ଏହାକୁ ଡାଉନଲୋଡ କରି ଦେଖିପାରିବେ। ଫଳରେ ଫିଲ୍ମର କଲେକ୍‌ଶନ୍ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

Advertisment

https://www.instagram.com/p/B77y37IJRiP/?utm_source=ig_web_copy_link

ସୂଚନା ଅନୁଯାୟୀ, ତମିଲ୍‌ରକର୍ସ ନାମକ ୱେବ୍‌ସାଇଟ୍‌ ଫିଲ୍ମ ଏଚ୍‌ଡି ଫ୍ରିଣ୍ଟ ଅନ୍‌ଲାଇନ୍‌ ଲିକ୍‌ କରିଦେଇଛି। ଏହା ବ୍ୟତୀତ ଫିଲ୍ମର ପାଇରେଟେଡ୍‌(ଚୋରିହୋଇଥିବା) ଭର୍ସନ ଅନେକଗୁଡ଼ିଏ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଯାହାକୁ ‌ଅତି ସହଜରେ ଅନ୍‌ଲାଇନ୍‌ରୁ ଡାଉନ୍‌ଲୋଡ୍‌ କରି ଦେଖିହେବ।

https://www.instagram.com/p/B7YATYABS4-/?utm_source=ig_web_copy_link

ଏହା ପ୍ରଥମ ଥର ନୁହେଁ ଯେବେ କୌଣସି ଫିଲ୍ମ ରିଲିଜ୍‌ ହେଉ ହେଉ ଲିକ୍‌ ହୋଇଛି। ଏହା ମଧ୍ୟ ତମିଲ୍‌ରକର୍ସ ୱେବ୍‌ସାଇଟ୍‌  ଦୀପିକାଙ୍କ ‘ଛପାକ୍’, ଅଜୟଙ୍କ ‘ତାନାଜୀ’କୁ ମଧ୍ୟ ଅନ୍ଲାଇନ୍‌ ଲିକ୍‌ କରିସାରିଛି। ଗତବର୍ଷ ‘ଦବଙ୍ଗ ୩’, ‘ପତି ପତ୍ନି ଓର୍‌ ୱୋ’, ‘ଡ୍ରିମ୍‌ ଗର୍ଲ’, ‘ଭାରତ’, ‘କବୀର ସିଂହ’ ପରି ଫିଲ୍ମକୁ ମଧ୍ୟ ଏହି ୱେବ୍‌ସାଇଟ୍‌ ଅନ୍‌ଲାଇନ୍‌ରେ ଲିକ୍‌ କରିଥିଲା।

Advertisment

ରୋମାଣ୍ଟିକ କମେଡି ସିନେମା  ‘ଜୱାନୀ ଜାନେମନ୍’ରେ ବାପଝିଅଙ୍କ ଇମୋସନ୍ ସହ ଢେର୍‌ସାରା କମେଡ଼ି ଦେଖିବାକୁ ମିଳିବ ଏହି ଫିଲ୍ମରେ। ସୈଫ୍‌ଙ୍କୁ ଏଥିରେ ପୁଣି ପୂର୍ବ ଅନ୍ଦାଜରେ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ତବୁ ଓ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରୱାଲା ଅଛନ୍ତି। ଆଲିଆ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସୈଫ୍‌ ଅଭିନୟ କରିବା ସହ ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୀତିନ୍ କକ୍କର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe