/odisha-reporter/media/post_attachments/uploads/2020/01/sabana.jpg)
sabana
ମୁମ୍ବାଇ: ଚଳିତ ମାସ ୧୮ ତାରିଖ ଦିନ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ। ମୁମ୍ବାଇ-ପୁନେ ଏକ୍ସପ୍ରେସ୍ୱେର ଖାଲାପୁର ଟୋଲ୍ ପ୍ଲାଜା ନିକଟରେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇଥିଲେ ଜଣେ ଯବାନ। ନିକଟରେ ଉକ୍ତ ଯବାନଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ମହାରାଷ୍ଟ୍ର ସିକ୍ୟୁରିଟି ଫୋର୍ସରେ କାମ କରୁଥିବା ଏହି ଯବାନଙ୍କ ନାଁ ହେଉଛି ବିବେକାନନ୍ଦ ଅନୀଲ ଯୋଗେ। ଲାଇଫ୍ ସେଭିଙ୍ଗ୍ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଏହି ଆୱାର୍ଡ ମିଳିଛି।
ସୂଚନା ଅନୁଯାୟୀ, ଜାନୁଆରି ୧୮ରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍-ୱେରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଶବାନା ଆଜମୀ। ମୁମ୍ବାଇ-ପୁନେ ଏକ୍ସପ୍ରେସ୍ୱେର ଖାଲାପୁର ଟୋଲ୍ ପ୍ଲାଜା ନିକଟରେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଶବାନାଙ୍କ କାର୍ ଏକ ଟ୍ରକ୍ ପଛରେ ଜୋରରେ ପିଟି ହୋଇଯାଇଥିଲା। ଶବାନାଙ୍କ ସହିତ କାର୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଥିଲା। ଦୁହିଁଙ୍କୁ ନଭି ମୁମ୍ବାଇର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ଘଟିବା ସମୟରେ ବିବେକାନନ୍ଦ ଘଟଣାସ୍ଥଳରୁ ୧ କିଲୋମିଟର ଦୂରରେ ଥିଲେ। ଖବର ପାଇ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁହିଁଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
