Advertisment

୩ ଦିନରେ ୩୦୦ କୋଟି ପାର କଲା କିଙ୍ଗ ଖାନଙ୍କ ‘ଯବାନ’

କିଙ୍ଗ ଖାନଙ୍କ 'ଯବାନ' ଏବେ ପୂରା ବିଶ୍ୱରେ ସଫଳତାର ସୁନାମୀ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
Jawan

Jawan

Advertisment

ବଲିଉଡ କିଙ୍ଗ୍‌ ଶାହରୁଖ ଖାନଙ୍କ ଫିଲ୍ମ 'ଯବାନ' ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି। ଗୁରବାର ରିଲିଜ ହୋଇଥିବା ଏହି ଫିଲ୍ମ ୩ ଦିନରେ ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ଟଙ୍କା ଆୟ କରିପାରିଛି। କେବଳ ଭାରତରେ 'ଯବାନ'ର ଆୟ ୨୦୦ କୋଟିରୁ ଅଧିକ ରହିଛି।  

Advertisment

ଫିଲ୍ମ ସମୀକ୍ଷକଙ୍କ ମତରେ କିଙ୍ଗ ଖାନଙ୍କ 'ଯବାନ' ଏକ ପ୍ରକାର ସୁନାମୀ ସୃଷ୍ଟି କରିଛି। ପ୍ରଥମ ଦିନରେ ଫିଲ୍ମଟି କେବଳ ଭାରତରେ ରେକର୍ଡ ବ୍ରେକିଂ ୭୫ କୋଟି ଟଙ୍କା ଆୟ କରିଥିଲା। ଦ୍ୱିତୀୟ ଦିନରେ ଏହା ୫୩ କୋଟି ଓ ତୃତୀୟ ଦିନ ଅର୍ଥାତ ଶନିବାର ଦିନ 'ଯବାନ' ୭୪.୫୦ କୋଟି ଟଙ୍କା ରୋଜଗାର କରିଥିଲା।

ଏହାର ଅର୍ଥ ଭାରତରେ ଏହାର ଆୟ ୨୦୨.୭୩ କୋଟି ଟଙ୍କା ଆୟ କରିଛି। କେବଳ ତୃତୀୟ ଦିନରେ ଯବାନ ହିନ୍ଦୀ ଭାଷାରେ ୬୬ କୋଟି, ତାମିଲ ଭାଷାରେ ୫ କୋଟି ଓ ତେଲୁଗୁ ଭାଷାରେ ୩.୫ କୋଟି ଟଙ୍କା ରୋଜଗାର କରିଛି। 

Advertisment

ଏହାବାଦ ବିଶ୍ୱରେ ମଧ୍ୟ ଏହି ଫିଲ୍ମ ଭଲ ରୋଜଗାର କରିବାର ଲାଗିଛି। ଭାରତ ଓ ବିଶ୍ୱର ରୋଜଗାରକୁ ମିଶାଇଲେ ଯବାନ ୩ ଦିନରେ ମୋଟ ୩୮୪.୬୯ କୋଟି ଆୟ କରିଥିବା ରେଡ ଚିଲ୍ଲି ପକ୍ଷରୁ ସୂଚନା ଦିଆଯାଇଛି। 

ରବିବାର ମଧ୍ୟ ଦେଶର ସବୁ ହଲ୍‌ରେ ଯବାନ ହାଉସ ଫୁଲ ଚାଲିଛି। ଦିନ ଗଡ଼ିବା ସହ ଯବାନର କ୍ରେଜ ବଢ଼ି ଚାଲିଛି। ବିଭିନ୍ନ ସ୍ଥାନରେ ମହିଳାଙ୍କ ପାଇଁ ସ୍ପେଶାଲ ଶୋ’ ମଧ୍ୟ ଆୟୋଜନ କରାଯାଉଛି। ରବିବାର ବୁକିଂ ଓ ହଲରେ ଲାଗିଥିବା ଭିଡ଼କୁ ଦେଖିଲେ ଲାଗୁଛି ଯେ ସିନେମାଟି ଆଜି ମଧ୍ୟ ୫୦ କୋଟିରୁ ଅଧିକ ଆୟକ କରିଥିବ। ତେବେ ଏଯାଏ ଏହାର ଅଫିସିଆଲ ତଥ୍ୟ ସାମ୍ନାକୁ ଆସିନାହିଁ। ଆସନ୍ତାକାଲି ଫିଲ୍ମ ଜଗତ ସହ ଜଡ଼ିତ ଲୋକମାନେ ଏହାର ତଥ୍ୟ ସାର୍ବଜନୀନ କରିବେ। 

ଅନ୍ୟପକ୍ଷରେ ଶାହରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ଉତ୍ସାହକୁ ସମ୍ମାନ ଜଣାଇ ସୋଶାଲ ମିଡିଆରେ ଜବାବ ରଖିବା ଆରମ୍ଭ କରିଛନ୍ତି। ଓଡ଼ିଶାର କଳାହାଣ୍ଡି ଓ ବାଲେଶ୍ୱରରେ ତାଙ୍କ ଫ୍ୟାନ୍ସ ଯବାନଙ୍କୁ ଦେଖିବା ସହ ଉତ୍ସବ ମନାଇଥିଲେ। ଏହାର ଫଟୋ ଓ ଭିଡିଓକୁ ସେମାନେ ଶାହରୁଖଙ୍କୁ ଟ୍ୟାଗ କରିଥିଲେ। ଶାହରୁଖ ମଧ୍ୟ ସେମାନଙ୍କୁ ସୋଶାଲ ମିଡିଆରେ ପ୍ରତି ଜବାବ ଦେଇ ଧନ୍ୟବାଦ ଲେଖିଛନ୍ତି। ଧନ୍ୟବାଦ ଓଡ଼ିଶା ଓ ଧନ୍ୟବାଦ ବାଲେଶ୍ୱର ବୋଲି କିଙ୍ଗ ଖାନ ରି-ଟ୍ୱିଟ(ଏବେ ଏକ୍ସ) କରିଛନ୍ତି। 

'ଯବାନ'ର ସଫଳତା ଦେଖି ଫିଲ୍ମ ସମୀକ୍ଷକମାନେ କହିଛନ୍ତି ଯେ ଏହା ଖୁବ କମ ଦିନ ମଧ୍ୟରେ ୧୦୦୦ କୋଟିର ମାର୍କ ଅତିକ୍ରମ କରିବ। ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶିତ ‘ଯବାନ’ ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ୍, ନୟନତାରା, ସାନ୍ନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର, ଯୋଗୀ ବାବୁ ଓ ବିଜୟ ସେଥୁପତି ରହିଛନ୍ତି। 

୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ‘ଯବାନ’ ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ଗୁରବାର ମୁକ୍ତିଲାଭ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe