Advertisment

ଆସନ୍ତାକାଲି ପରଦାକୁ ଆସିବ ‘ଜୱାନୀ ଜାନେମନ୍’

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେ’ରେ ପରଦାକୁ ଆସିବ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ରୋମାଣ୍ଟିକ କମେଡି ସିନେମା  ‘ଜୱାନୀ ଜାନେମନ୍’। ବାପଝିଅଙ୍କ ଇମୋସନ୍ ସହ ଢେର୍‌ସାରା କମେଡ଼ି ଦେଖିବାକୁ ମିଳିବ ଏହି ଫିଲ୍ମରେ। ସୈଫ୍‌ଙ୍କୁ ଏଥିରେ ପୁଣି ପୂର୍ବ ଅନ୍ଦାଜରେ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ତବୁ ଓ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରୱାଲା ଅଛନ୍ତି। ଆଲିଆ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। https://www.instagram.com/p/B77y37IJRiP/?utm_source=ig_web_copy_link ଲଗାତାର ଭାବେ ଅନେକଗୁଡ଼ିଏ ଫିଲ୍ମରେ […]

author-image
Chinmayee Roy
୨୫ ବର୍ଷ ପରେ ରିକ୍ରିଏଟ୍‌ ହେଲା 'ଓଲେ ଓଲେ' ଗୀତ

saif

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେ'ରେ ପରଦାକୁ ଆସିବ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ରୋମାଣ୍ଟିକ କମେଡି ସିନେମା  ‘ଜୱାନୀ ଜାନେମନ୍’। ବାପଝିଅଙ୍କ ଇମୋସନ୍ ସହ ଢେର୍‌ସାରା କମେଡ଼ି ଦେଖିବାକୁ ମିଳିବ ଏହି ଫିଲ୍ମରେ। ସୈଫ୍‌ଙ୍କୁ ଏଥିରେ ପୁଣି ପୂର୍ବ ଅନ୍ଦାଜରେ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ତବୁ ଓ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରୱାଲା ଅଛନ୍ତି। ଆଲିଆ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

Advertisment

https://www.instagram.com/p/B77y37IJRiP/?utm_source=ig_web_copy_link

ଲଗାତାର ଭାବେ ଅନେକଗୁଡ଼ିଏ ଫିଲ୍ମରେ ସିରିୟସ୍ ରୋଲ୍‌ରେ ଅଭିନୟ କରିଥିବା ସୈଫ୍‌ଙ୍କୁ ଫିଲ୍ମର ଟ୍ରେଲର୍‌ରେ ବେଶ୍ କୁଲ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ପୁଣିଥରେ ସେ ନିଜ ପୂର୍ବ ଅନ୍ଦାଜକୁ ଫେରିଆସିଛନ୍ତି। ଏହି ଫିଲ୍ମରେ ସେ ଏମିତି ଏକ ଚରିତ୍ରରେ ଅଭିନୟ କରିଛନ୍ତି ଯିଏ ପାର୍ଟି କରିବାକୁ ଭଲ ପା’ନ୍ତି। ତା’ ସହିତ ଝିଅମାନଙ୍କ ସହିତ ବୁଲିବା ଓ ଫ୍ଲର୍ଟ କରିବାକୁ ସେ ପସନ୍ଦ କରନ୍ତି। ତାଙ୍କ ଜୀବନ ମସ୍ତିରେ ଭର୍ତ୍ତି ହୋଇଥିବା ବେଳେ ସେ ଆଦୌ ପରିବାରର ଦାୟିତ୍ୱ ନେବାକୁ ରାଜି ନୁହନ୍ତି। ତେବେ ତାଙ୍କ ଜୀବନରେ ସେତେବେଳେ ଏକ ଟର୍ଣ୍ଣିଂ ପଏଣ୍ଟ ଆସେ ଯେତେବେଳେ ସେ ଜାଣିବାକୁ ପା’ନ୍ତି ଯେ ଆଲିଆ ତାଙ୍କ ଝିଅ। ସେ ୨୧ ବର୍ଷ ପର୍ଯ୍ୟନ୍ତ ଏ କଥା ଜାଣି ନଥିଲେ। ଆଲିଆଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ତବୁ। ଫିଲ୍ମରେ ଇମୋସନ୍ ସହିତ ଅନେକ ଟ୍ୱିଷ୍ଟ୍ ରହିଛି, ଯାହା ଦର୍ଶକଙ୍କୁ ବାନ୍ଧି ରଖିପାରିବ ବୋଲି ନିର୍ମାତା ଆଶା ରଖିଛନ୍ତି। ପୂର୍ବରୁ ଫିଲ୍ମର ଟ୍ରେଲର୍‌ ଓ ଗୀତକୁ ଦର୍ଶକଙ୍କ ଭଲ ରେସ୍‌ପନ୍ସ ମିଳୁଛି। ତେଣୁ ଫିଲ୍ମକୁ ମଧ୍। ଭଲ ରେସପନ୍ସ ମିଳିବ ବୋଲି ଆଶା କରାଯାଉଛି।

https://www.instagram.com/p/B7YATYABS4-/?utm_source=ig_web_copy_link

ଏହି ଫିଲ୍ମରେ ସୈଫ୍‌ ଅଭିନୟ କରିବା ସହ ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୀତିନ୍ କକ୍କର। ଫେବୃଆରୀ ମାସରେ ସିନେମାଟି ରିଲିଜ୍ ହେବାର ଥିଲା। ତେବେ ନିର୍ମାତା ଏହାକୁ ଆସନ୍ତା କାଲି ବା ଜାନୁଆରୀ ୩୧ ତାରିଖରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତେ ସୈଫ୍‌ଙ୍କୁ ପୁରୁଣା ଅନ୍ଦାଜରେ ଦେଖିବାକୁ ବେଶ୍ ଉତ୍ସାହିତ ଅଛନ୍ତି।

Advertisment