Advertisment

ଦିନେ ଆତ୍ମହତ୍ୟା କରିବାକୁ ବସିଥିଲେ ଜୟାପ୍ରଦା !

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଓ ରାଜନେତ୍ରୀ ଜୟାପ୍ରଦା ପୁଣି ଥରେ ଚର୍ଚ୍ଚାରେ। ଶୁକ୍ରବାର ସେ ଏମିତି କିଛି କହିଛନ୍ତି ଯାହାକୁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଜାଣିଛନ୍ତି,ଏମିତି ଏକ ଦିନଥିଲା ଯେବେ ଯେବେ ସେ ବଞ୍ଚିବାକୁ ଚାହୁଁ ନ ଥିଲେ। ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଜୟାପ୍ରଦା କହିଛନ୍ତି, ‘‘ଅମର ସିଂହ ମୋର ଗଡଫାଦର। ସେ ମୋତେ ରାଜନୀତିରେ ଯୋଗ ଦେବା ଲାଗି କହିଥିଲେ। ମୋତେ ଅନେକ ଲୋକ ସହାୟତା କରିଛନ୍ତି କିନ୍ତୁ ଅମର […]

ଅଦ୍ୟତନ ହୋଇଛି
ଦିନେ ଆତ୍ମହତ୍ୟା କରିବାକୁ ବସିଥିଲେ ଜୟାପ୍ରଦା !

jaya

Advertisment

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଓ ରାଜନେତ୍ରୀ ଜୟାପ୍ରଦା ପୁଣି ଥରେ ଚର୍ଚ୍ଚାରେ। ଶୁକ୍ରବାର ସେ ଏମିତି କିଛି କହିଛନ୍ତି ଯାହାକୁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଜାଣିଛନ୍ତି,ଏମିତି ଏକ ଦିନଥିଲା ଯେବେ ଯେବେ ସେ ବଞ୍ଚିବାକୁ ଚାହୁଁ ନ ଥିଲେ। ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।

Advertisment

ଜୟାପ୍ରଦା କହିଛନ୍ତି, ‘‘ଅମର ସିଂହ ମୋର ଗଡଫାଦର। ସେ ମୋତେ ରାଜନୀତିରେ ଯୋଗ ଦେବା ଲାଗି କହିଥିଲେ। ମୋତେ ଅନେକ ଲୋକ ସହାୟତା କରିଛନ୍ତି କିନ୍ତୁ ଅମର ସିଂହଙ୍କୁ ମୁଁ ନିଜର ଗଡଫାଦର୍‌ ବୋଲି ଭାବେ। କିନ୍ତୁ ଲୋକେ ଏସବୁକୁ ନେଇ ନକାରାତ୍ମକ କଥା କହିଥାନ୍ତି। ଏମିତିକି ମୁଁ ଯଦି ଅମର ସିଂହଙ୍କୁ ରାଖି ବାନ୍ଧିଦେବି ତଥାପି ଲୋକେ ଆମ ସମ୍ପର୍କକୁ ନେଇ ଭଲକଥା କହିବେ ନାହିଁ।’’

ଜୟାପ୍ରଦା ସମାଜବାଦୀ ପାର୍ଟିର ନେତା, ଆଜମ୍‌ ଖାନ୍‌ଙ୍କ ଉପରେ ସେ ଅଭିଯୋଗ ଆଣିଛନ୍ତି। କହିଛନ୍ତି, ମୁଁ ଆଜମ୍‌ ଖାନ୍‌ଙ୍କ ସହିତ ନିର୍ବାଚନ ଲଢିବା ବେଳେ ସେ ମୋ ଉପରେ ଏସିଡ୍‌ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ମୁଁ ବହୁତ ଡରିଯାଇଥିଲି। ମୁଁ ଯେତେବେଳେ ଘରୁ ବାହାରକୁ ଯାଉଥିଲି ମୋ ମା’ କହୁଥିଲେ ମୁଁ ଫେରିବି କି ନାହିଁ ସନ୍ଦେହ।

Advertisment

ମୋର ଆପତ୍ତିଜନକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଚାରିଆଡେ ବଣ୍ଟା ମଧ୍ୟ ଯାଇଥିଲା। ସେ ସମୟରେ ମୁଁ ବହୁତ କାନ୍ଦିଥିଲି। ମୁଁ ବଞ୍ଚିବାକୁ ବି ଚାହୁଁ ନ ଥିଲି। ମୁଁ ସୁଇସାଇଡ୍‌ କରିବାକୁ ଚାହୁଁଥିଲି।

ଜୟାପ୍ରଦା କୁହନ୍ତି, ଯଦି ଅମର ସିଂ ତାଙ୍କ ପଛରେ ନ ଥା'ନ୍ତେ, ତା' ହେଲେ ସେ ଆଜି ନ ଥା'ନ୍ତେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe