Advertisment

ହ୍ରିତିକ୍‌ଙ୍କୁ ପସନ୍ଦ କରୁଥିବାରୁ ସ୍ତ୍ରୀକୁ ମାରି ଦେଲା ସ୍ୱାମୀ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କୁ ପସନ୍ଦ କରୁଥିବାରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଭୁସି ହତ୍ୟା କରିବା ପରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଏହିପରି ଏକ ଅଭାବନୀୟ ଘଟଣା ଆମେରିକାରେ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ ନାଁ ଡୋନ୍ନେ ଡୋଜୋୟ (୨୭)। ସେହିପରି ତାଙ୍କ ସ୍ୱାମୀଙ୍କ ନାଁ ଦିନେଶ୍ୱର ବୁଧିଦତ୍‌ (୩୩)। କୁଇନ୍‌ସରେ ଜଣେ ବାର୍ ଆଟେଣ୍ଡର ଭାବେ କାର୍ଯ୍ୟ କରୁଥିଲେ ଡୋନ୍ନେ। ସେ ହ୍ରିତିକ୍‌ଙ୍କର ଜଣେ ବହୁତ […]

ହ୍ରିତିକ୍‌ଙ୍କୁ ପସନ୍ଦ କରୁଥିବାରୁ ସ୍ତ୍ରୀକୁ ମାରି ଦେଲା ସ୍ୱାମୀ

h22

Advertisment

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କୁ ପସନ୍ଦ କରୁଥିବାରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଭୁସି ହତ୍ୟା କରିବା ପରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଏହିପରି ଏକ ଅଭାବନୀୟ ଘଟଣା ଆମେରିକାରେ ଘଟିଛି।

Advertisment

ମିଡିଆ ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ ନାଁ ଡୋନ୍ନେ ଡୋଜୋୟ (୨୭)। ସେହିପରି ତାଙ୍କ ସ୍ୱାମୀଙ୍କ ନାଁ ଦିନେଶ୍ୱର ବୁଧିଦତ୍‌ (୩୩)। କୁଇନ୍‌ସରେ ଜଣେ ବାର୍ ଆଟେଣ୍ଡର ଭାବେ କାର୍ଯ୍ୟ କରୁଥିଲେ ଡୋନ୍ନେ। ସେ ହ୍ରିତିକ୍‌ଙ୍କର ଜଣେ ବହୁତ ବଡ଼ ଫ୍ୟାନ୍‌ ଥିଲେ।ଅଧିକାଂଶ ସମୟରେ ସେ ହ୍ରିତିକ୍‌ଙ୍କର ଫିଲ୍ମ ଓ ଗୀତ ଦେଖିବାକୁ ପସନ୍ଦ କରୁଥିଲେ। ସେ ହ୍ରିତିକ୍‌ଙ୍କୁ ଅଧିକ ପସନ୍ଦ କରିବା କଥାକୁ ତାଙ୍କ ସ୍ୱାମୀଙ୍କୁ ହଜମ କରିପାରୁ ନଥିଲେ। ଏମିତିକି ସେ ଡୋନ୍ନେଙ୍କୁ ହ୍ରିତିକଙ୍କ ଫିଲ୍ମ ଦେଖିବାକୁ ମନା ବି କରୁଥିଲେ।

ରିପୋର୍ଟ ଅନୁଯାୟୀ, ହ୍ରିତିକ୍‌ଙ୍କ ଫିଲ୍ମ ଦେଖିବା ନେଇ ଶୁକ୍ରବାର ରାତିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଏହି ସମୟରେ ଦିନେଶ୍ୱର ରାଗିଯାଇ ଡୋନ୍ନେଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ। ଏହାପରେ ସେ ଡୋନ୍ନେଙ୍କ ଭଉଣୀଙ୍କୁ ମେସେଜ୍‌ କରି ଏହି ଖବର ଦେଇଥିଲେ ଓ ଏହା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ନ୍ୟୁୟର୍କ ପୁଲିସ ଦୁହିଁଙ୍କ ଶବକୁ ଜବତ କରିଥିଲା। ଏହା ସହିତ ସେମାନେ ରହୁଥିବା ଆପାର୍ଟମେଣ୍ଟକୁ ସିଲ୍‌ କରି ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe