Advertisment

ଘରକୁ ଆସିଲେ ଜିନାଙ୍କୁ ନମସ୍କାର କରନ୍ତି ରୁଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ। କେହି କେହି ଏ ଅଭିଯୋଗ ବି କରନ୍ତି ଯେ ସ୍ୱାମୀମାନେ ସ୍ତ୍ରୀଙ୍କ କଥା ମାନି ଚଳନ୍ତି। ହେଲେ ଅଭିନେତା ରୁଦ୍ର ଏବେ ତାଙ୍କ ପତ୍ନୀ ଜିନାଙ୍କୁ ନମସ୍କାର କରୁଛନ୍ତି। ଯେତେବେଳେ ଜିନା ରାତିରେ ଶୁଟିଂ ସାରି ଘରକୁ ଫେରନ୍ତି ରୁଦ୍ର ତାଙ୍କୁ ‘ମାଆ ନମସ୍କାର’ କୁହନ୍ତି। କାହିଁକି? ତରଙ୍ଗରେ ପ୍ରସାରିତ ହେଉଥିବା ଧାରାବାହିକ ‘କାଳିଯାଇ’ରେ ଜିନା କାଳିଯାଇ ଭୂମିକାରେ ଅଭିନୟ କରୁଛନ୍ତି। ତେଣୁ ସେ ତାଙ୍କୁ ମଜାରେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଘରକୁ ଆସିଲେ ଜିନାଙ୍କୁ ନମସ୍କାର କରନ୍ତି ରୁଦ୍ର

jina

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ। କେହି କେହି ଏ ଅଭିଯୋଗ ବି କରନ୍ତି ଯେ ସ୍ୱାମୀମାନେ ସ୍ତ୍ରୀଙ୍କ କଥା ମାନି ଚଳନ୍ତି। ହେଲେ ଅଭିନେତା ରୁଦ୍ର ଏବେ ତାଙ୍କ ପତ୍ନୀ ଜିନାଙ୍କୁ ନମସ୍କାର କରୁଛନ୍ତି। ଯେତେବେଳେ ଜିନା ରାତିରେ ଶୁଟିଂ ସାରି ଘରକୁ ଫେରନ୍ତି ରୁଦ୍ର ତାଙ୍କୁ ‘ମାଆ ନମସ୍କାର’ କୁହନ୍ତି। କାହିଁକି?

Advertisment

ତରଙ୍ଗରେ ପ୍ରସାରିତ ହେଉଥିବା ଧାରାବାହିକ ‘କାଳିଯାଇ’ରେ ଜିନା କାଳିଯାଇ ଭୂମିକାରେ ଅଭିନୟ କରୁଛନ୍ତି। ତେଣୁ ସେ ତାଙ୍କୁ ମଜାରେ ମା’ ନମସ୍କାର ବୋଲି କୁହନ୍ତି।

ଜିନାଙ୍କ କହିବା ଅନୁଯାୟୀ ଘରେ ରୁଦ୍ରଙ୍କର ରାଜ୍‌ ଚାଲେ। ଦୁହିଁଙ୍କ ମଧ୍ୟରେ କେବେ ଝଗଡ଼ା ହେଲେ ଜିନା ଯାଇ ରୁଦ୍ରଙ୍କୁ ବୁଝାନ୍ତି। ଆଉ ପ୍ରାୟ ସମୟ ଦୁହିଁଙ୍କର ଝଗଡ଼ା ସାଧାରଣ କଥାକୁ ନେଇ ହୋଇଥାଏ। ଯେମିତି କି କିଏ କେଉଁ ତକିଆ ଦେଇ ଶୋଇବ, କିଏ ଆଗ ଖାଇବ, କିଏ କ’ଣ ପିନ୍ଧିବ।

Advertisment

ରୁଦ୍ର ଏବଂ ଜିନା ଯୁଆଡ଼େ ବି ଯାଆନ୍ତୁ ଏକାଠି ଯିବାକୁ ପସନ୍ଦ କରନ୍ତି। କାହିଁକି ନା ଦୁହେଁ ପରସ୍ପରର ଉପସ୍ଥିତିକୁ ନେଇ ଖୁସିଥାନ୍ତି। ପ୍ରାୟ ଫଙ୍କସନ୍‌ରେ ଲୋକମାନେ ତାଙ୍କୁ ଏକାଠି ଦେଖିଥିବେ।

ସୂଚନାଯୋଗ୍ୟ, ‘ଝିଅଟା ବିଗିଡ଼ିଗଲା’, ‘ଗଳ୍ପ ନୁହେଁ ଅଳ୍ପ ଦିନର’ ଫିଲ୍ମରେ ରୁଦ୍ର ଜିନାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ତରଙ୍ଗରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ‘ଜିନାର ଜୀବନସାଥୀ’ ମାଧ୍ୟମରେ ରୁଦ୍ର ଏବଂ ଜିନାଙ୍କର ବିବାହ ହୋଇଥିଲା। ଏହି ଶୋରେ ଜିନାଙ୍କର ସ୍ୱୟମ୍ବର ରଚାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ଯୁବକମାନେ ଆସି ଏହି ସ୍ୱୟମ୍ବରରେ ଭାଗ ନେଇଥିଲେ। ଶେଷରେ ରୁଦ୍ର ଏହି ସ୍ୱୟମ୍ବରରେ ଜିତି ଜିନାଙ୍କୁ ବିବାହ କରିଥିଲେ।