“ବେହଦ୍‌” ସିଜିନ୍‌ ୨ରେ ପୁଣି ଏକାଠି ଆସିବେ ଜେନିଫର୍‌-କୁଶାଲ୍‌!

ମୁମ୍ବାଇ: ଜେନିଫର୍‌ ୱିଂଙ୍ଗେଟ୍‌ ଏବଂ କୁଶାଲ୍ ଟଣ୍ଡନ୍‌ଙ୍କ ପପୁଲାର ଟିଭି ସିରିଏଲ୍‌ “ବେହଦ୍‌” ୨୦୧୭ରେ ବହୁ ଲୋକପ୍ରିୟ ହୋଇଥିଲା। ଏହି ଶୋ’ ସେତେବେଳେ ଏତେ ଲୋକପ୍ରିୟ ଥିଲା ଯେ, ଲୋକମାନେ ଏହାର ଦ୍ୱିତୀୟ ସିଜିନ୍‌ ଦେଖିବାକୁ ଏବେ ମଧ୍ୟ ଡିମାଣ୍ଡ କରୁଛନ୍ତି। ମାୟା ଏବଂ ଅର୍ଜୁନ ନାମକ ଏକ ଯୋଡ଼ିର ଲଭ୍‌ ଷ୍ଟୋରି ଉପରେ ଏହି ଶୋ’ ଆଧାରିତ ଥିଲା। ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ, “ବେହଦ୍‌” ସିଜିନ୍‌ ୨ର ପ୍ରିମିୟର୍‌ ଏପ୍ରିଲ୍‌ରେ ଆରମ୍ଭ ହେବ। […]

a11

Rosalin Rath
  • Published: Friday, 29 March 2019
  • , Updated: 29 March 2019, 09:29 AM IST

ମୁମ୍ବାଇ: ଜେନିଫର୍‌ ୱିଂଙ୍ଗେଟ୍‌ ଏବଂ କୁଶାଲ୍ ଟଣ୍ଡନ୍‌ଙ୍କ ପପୁଲାର ଟିଭି ସିରିଏଲ୍‌ “ବେହଦ୍‌” ୨୦୧୭ରେ ବହୁ ଲୋକପ୍ରିୟ ହୋଇଥିଲା। ଏହି ଶୋ’ ସେତେବେଳେ ଏତେ ଲୋକପ୍ରିୟ ଥିଲା ଯେ, ଲୋକମାନେ ଏହାର ଦ୍ୱିତୀୟ ସିଜିନ୍‌ ଦେଖିବାକୁ ଏବେ ମଧ୍ୟ ଡିମାଣ୍ଡ କରୁଛନ୍ତି। ମାୟା ଏବଂ ଅର୍ଜୁନ ନାମକ ଏକ ଯୋଡ଼ିର ଲଭ୍‌ ଷ୍ଟୋରି ଉପରେ ଏହି ଶୋ’ ଆଧାରିତ ଥିଲା।

ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ, “ବେହଦ୍‌” ସିଜିନ୍‌ ୨ର ପ୍ରିମିୟର୍‌ ଏପ୍ରିଲ୍‌ରେ ଆରମ୍ଭ ହେବ। ଏହି ଶୋ’ରେ ଜେନିଫର୍‌ ୱିଂଙ୍ଗେଟ୍‌ ଲିଡ୍‌ ରୋଲ୍‌ରେ ଆସିବେ। କିନ୍ତୁ ତାଙ୍କ ଅପୋଜିଟ୍‌ରେ କେଉଁ ଅଭିନେତା ଅଭିନୟ କରିବେ ତାହା ଏବେ ଯାଏ ସଷ୍ଟ ହୋଇନାହିଁ।

https://www.instagram.com/p/BnfgFHOFOs5/?utm_source=ig_web_copy_link

କୁଶାଲ୍‌ ଏହି ପପୁଲାର ସିରିଏଲ୍‌ରେ ଅଭିନୟ କରିବେ ବୋଲି  ଶୁଣାଯାଉଛି। କୁଶାଲ୍‌ କିନ୍ତୁ ଏକ ସାକ୍ଷରତକାରରେ ଏହାକୁ ଖଣ୍ଡନ କରିବା ସହ ଏକଥା ଆପଣମାନଙ୍କଠାରୁ ଶୁଣୁଛି ବୋଲି କହିଛନ୍ତି।  ସେ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଇଚ୍ଛୁକ ଥିବାରୁ ପୁରୁଣା ଶୋ’ ଲାଗି ଆଗ୍ରହୀ ନ ଥିବା କହିଛନ୍ତି।

https://www.instagram.com/p/BomShpZlA1x/?utm_source=ig_web_copy_link

ଏହା ପରେ  କୁଶାଲ୍‌ କହିଥିଲେ ଯେ,  ଉକ୍ତ ସିରିଏଲ୍‌ରେ କାମ କରିବା ବେଳେ ବହୁତ ମଜା ଲାଗିଥିଲା। କିନ୍ତୁ ଏବେ ଯେଉଁଥିରେ ମୁଁ କାମ କରିନ ଥିବି ସେହି ପ୍ରୋଜେକ୍ଟକୁ ଅଗ୍ରାଧିକାର ଦେବି।
https://www.instagram.com/p/Bp6OlDOABR6/?utm_source=ig_web_copy_link

କୁଶାଲ୍‌ “ବେହଦ୍‌” ସିରିଏଲ୍‌ ପରେ ଅଲ୍ଟ ବାଲାଜିଙ୍କ ସିରିଜ୍‌ “ହମ୍‌” ରେ ଅଭିନୟ କରିବାର ଦେଖିବାକୁ ମିଳିଥିଲା। ଏହା ମଧ୍ୟ କୁହାଯାଉଛି ଯେ ଏହି ଶୋ’କୁ  ପୁଣିଥରେ ଦର୍ଶକ ଦେଖିବାର ସୁଯୋଗ ପାଇବେ।

Related story