Advertisment

'ଝଲକ ଦିଖଲା ଜା' ଟ୍ରଫି ଜିତିଲେ ମନୀଷା ରାନୀ

ୱାଇଲ୍ଡକାର୍ଡ ଏଣ୍ଟ୍ରିରେ ଆସିଥିବା ମନୀଷା ଟାଇଟଲ୍ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

author-image
Debibandita Barick
Manisha Rani

Manisha Rani

ସାଢେ ତିନି ମାସର ପ୍ରତିଯୋଗିତା ପରେ 'ଝଲକ ଦିଖଲା ଜା' ସିଜିନ୍ ଇଲେଭେନ ପାଇଛି ୱିନର୍। ମନୀଷା ରାନୀ ହୋଇଛନ୍ତି ସିଜିନ ଇଲେଭେନର ବିଜେତା। ୱାଇଲ୍ଡକାର୍ଡ ଏଣ୍ଟ୍ରିରେ ଆସିଥିବା ମନୀଷା ଟାଇଟଲ୍ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଏହା ପୂର୍ବରୁ ୨୦୦୯ରେ ୱାଇଲ୍ଡକାର୍ଡ ପ୍ରତିଯୋଗୀ ୱିନର ହୋଇଥିଲେ। 

Advertisment

ଯେବେଠାରୁ ମନୀଷା ରାନୀ ଶୋ’ରେ ଏଣ୍ଟ୍ରି କରିଥିଲେ, କେବଳ ଦର୍ଶକ ନୁହଁନ୍ତି ବରଂ ବିଚାରପତି ଫରାହ ଖାନ, ମଲାଇକା ଆରୋରା ଏବଂ ଅର୍ଶଦ ୱାର୍ସି ମନୀଷା ରାନୀଙ୍କ ଡ୍ୟାନ୍ସକୁ ଖୁବ୍ ପ୍ରଶଂସା କରିଥିଲେ।  ନିଜର ଡ୍ୟାନ୍ସ ମୁଭ୍ ଏବଂ ଏକ୍ସପ୍ରେସନକୁ ନେଇ ଚର୍ଚ୍ଚାରେ ଥିବା ମନୀଷା ରାନୀ ସମସ୍ତଙ୍କ ମନ କିଣି ନେଇଛନ୍ତି। ୱାଇଲ୍ଡକାର୍ଡରେ ଆସି ସେ ହି ମୁକୁଟାର ହକଦାର ବନିଛନ୍ତି। 

Advertisment

ଗତକାଲି ଏହି ରିଆଲିଟି ଶୋର ଫାଇନାଲ୍ ପ୍ରତିଯୋଗିତା ଶେଷ ହୋଇଛି। ମନୀଷା ରାନୀଙ୍କ ବ୍ୟତୀତ ଆଦ୍ରିଜା ସିହ୍ନା ଏବଂ ଶୋଏବ ଇବ୍ରାହିମ୍ ଟପ୍ ୩ରେ ରହିଥିଲେ। ଏମାନଙ୍କ ମଧ୍ୟରେ ଫାଇନାଲ କମ୍ପିଟିସନ ହୋଇଥିଲା। ଫାଇନାଲରେ ମନୀଷା ରାନୀ ୱିନର୍ ହୋଇଛନ୍ତି।

ଶୋ ଆରମ୍ଭରେ ଶିବ ଠାକରେ, ସଂଗୀତ ଫୋଗଟ, ଶ୍ରୀରାମ ଚନ୍ଦ୍ର, ତନିଷା ମୁଖାର୍ଜୀ, ଅଞ୍ଜଳି ଆନନ୍ଦ, ରାଜୀବ ଠାକୁର, କରୁଣା ପାଣ୍ଡେ, ଉର୍ବଶୀ ଢୋଲକିଆ ଏବଂ ଆମୀର ଅଲି ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲ। ଏହା ପରେ ମନୀଷା ରାନୀ, ଧନଶ୍ରୀ ବର୍ମା, ସାଗର ପାରେଖ, ଆୱାଜ ଦାରବାର, ଗ୍ଲେନ ସାଲଦାନା ଏବଂ ନିକିତା ଗାନ୍ଧୀ ୱାଇଲ୍ଡକାର୍ଡ ଏଣ୍ଟ୍ରି କରିଥିଲେ, ଯେଉଁମାନେକି ଫ୍ୟାନ୍ସଙ୍କ ଫେବରେଟ୍ ବନିଥିଲେ। ଆଉ ଶେଷରେ ସିଜିନ ଇଲେଭେନକୁ ମିଳିଯାଇଛି ୱିନର୍।  

Jhalak Dikhhla Jaa Winner Jhalak Dikhhla Jaa