arjunn
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ଭାଇ ତଥା ଅଭିନେତା ଅର୍ଜୁନ୍ କପୁରଙ୍କୁ ଏବେ ଏକାଠି ସ୍କ୍ରିନ୍ରେ ଦେଖିବାକୁ ମିଳିବ। ଏକଥା ଶୁଣିଲା ପରେ ଆପଣ ଭାବୁଥିବେ କ’ଣ ଦୁହେଁ ଏକାଠି ଫିଲ୍ମ କରିବେ?
ଦୁହିଁଙ୍କୁ ଆପଣ ଏକାଠି ବଡ଼ ସ୍କ୍ରିନ୍ରେ ନୁହେଁ, ଛୋଟ ସ୍କ୍ରିନ୍ରେ ଦେଖି ପାରିବେ। ଆଜ୍ଞା ହଁ, ଆପଣ ସେମାନଙ୍କୁ କରଣ ଜୋହରଙ୍କ ଚାର୍ଟ୍ ସହ ‘କଫି ୱିଥ୍ କରଣ’ରେ ଏକାଠି ଦେଖିବାକୁ ପାଇବେ।
[caption id="attachment_284625" align="aligncenter" width="750"]
image credit-YouTube[/caption]
ଅକ୍ଟୋବର ୨୧ରେ ‘କଫି ୱିଥ୍ କରଣ୍’ର ଷଷ୍ଠ ସିଜିନ୍ ଆରମ୍ଭ ହେବାକୁ ଯାଉଛି। ଶୋ’ରେ ଅତିଥି ଭାବେ ଜହ୍ନବୀ କପୁର ତାଙ୍କ ଭାଇ ଅର୍ଜୁନ୍ କପୁରଙ୍କ ସହ ଆସିବେ। ଶୋ’ରେ ଦୁହେଁ ଦୁହିଁଙ୍କ ସିକ୍ରେଟ୍ ଉପରୁ ପରଦା ଉଠାଇବେ।
ସୂଚନାଯୋଗ୍ୟ, ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ୍ ଉଭୟ ଜାହ୍ନବୀ ଓ ଖୁସିଙ୍କର ଖୁବ୍ ନିକଟତର ହୋଇଛନ୍ତି। ତା’ପୂର୍ବରୁ ସେ ସେମାନଙ୍କ ସହିତ ଏତେ ମିଳାମିଶା କରୁ ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/arjunn.jpg)