/odisha-reporter/media/post_attachments/uploads/2020/01/jit1-1.jpg)
jit1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଓସ୍କାର ଦୌଡ଼ରେ ସାମିଲ ହୋଇଛି ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ସିନେମା ‘ଦ ଲାଷ୍ଟ କଲର୍’। ନିକଟରେ ଏକାଡେମୀ ଅଫ୍ ମୋସନ୍ ପିକର୍ଚସ୍ ଆର୍ଟସ୍ ସାଇସେନ୍ସ୍ ଦ୍ୱାରା ବିଶ୍ୱର ସର୍ବବୃହତ୍ ଚଳଚ୍ଚିତ୍ର ପୁରସ୍କାର ଓସ୍କାର୍ ୨୦୧୯ରେ ସାମିଲ ହୋଇଥିବା ଚଳଚ୍ଚିତ୍ରର ତାଲିକା ପ୍ରକାଶ ପାଇଛି।
Advertisment
ଏଥିରେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ହିନ୍ଦୀ ଫିଚର୍ ଫିଲ୍ମ ‘ଦ ଲାଷ୍ଟ କଲର୍’ ଓସ୍କାରର ତାଲିକାରେ ସ୍ଥାନ ପାଇଛି। ଓସ୍କାର ପାଇଁ ମନୋନୀତ ହୋଇଥିବା ୩୪୪ଟି ଫିଲ୍ମ ମଧ୍ୟରେ ଏହି ଫିଲ୍ମଟି ରହିଛି। ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଆଣି ଦେଇଥିବା ଜିତେନ୍ଦ୍ରଙ୍କର ଜନ୍ମସ୍ଥାନ ହେଉଛି ଟିଟଲାଗଡ଼।
ଓସ୍କାର ପାଇଁ ମନୋନୀତ ହୋଇଥିବା ‘ଦ ଲାଷ୍ଟ୍ କଲର୍’ ଫିଲ୍ମରେ ବିକାଶ ଖନ୍ନା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏଥିରେ ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ନିନା ଗୁପ୍ତା ଅଭିନୟ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
