ସତ ଜାସୁସ୍‌ଙ୍କ କାହାଣୀରେ ଅଭିନୟ କରିବେ ଜନ୍

ମୁମ୍ବାଇ: ଅଭିନେତା ଜନ୍‌ ଅବ୍ରାହମ୍‌ଙ୍କ ଫିଲ୍ମ ‘ର’ ‘ରୋମିଓ ଆକ୍‌ବର୍‌ ୱେଲ୍‌ଟର’ (RAW)ର ଟ୍ରେଲର୍‌  ରିଲିଜ୍‌ ହୋଇଛି। ଏହା ପୂର୍ବରୁ ଫିଲ୍ମର ଅନେକ ଟିଜର୍‌ ଏବଂ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇସାରିଛି। ପୋଷ୍ଟରରେ ବ୍ୟାକ୍‌ ଗ୍ରାଉଣ୍ଡରେ ଜନ୍‌ ଅଲଗା ଅଲଗା ଲୁକରେ ନଜର ଆସିଛନ୍ତି। କୁହାଯାଉଛି ଯେ, ଫିଲ୍ମରେ ଜବର୍‌ଦସ୍ତ ସସ୍‌ପେନ୍ସ ଥ୍ରୀଲର୍‌ ରହିଛି। ଏହି ପିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି  ରାବି ଗ୍ରେୱଲ୍‌। ଏକ ରିପୋର୍ଟ ଅନୁସାରେ, ଜନ୍‌ ଫିଲ୍ମରେ ୧୮ରୁ ୨୦ଟି ଲୁକ୍‌ରେ ନଜର ଆସିବେ […]

r1

r1

Rosalin Rath
  • Published: Monday, 04 March 2019
  • Updated: 04 March 2019, 04:31 PM IST

Sports

Latest News

ମୁମ୍ବାଇ: ଅଭିନେତା ଜନ୍‌ ଅବ୍ରାହମ୍‌ଙ୍କ ଫିଲ୍ମ ‘ର’ ‘ରୋମିଓ ଆକ୍‌ବର୍‌ ୱେଲ୍‌ଟର’ (RAW)ର ଟ୍ରେଲର୍‌  ରିଲିଜ୍‌ ହୋଇଛି। ଏହା ପୂର୍ବରୁ ଫିଲ୍ମର ଅନେକ ଟିଜର୍‌ ଏବଂ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇସାରିଛି। ପୋଷ୍ଟରରେ ବ୍ୟାକ୍‌ ଗ୍ରାଉଣ୍ଡରେ ଜନ୍‌ ଅଲଗା ଅଲଗା ଲୁକରେ ନଜର ଆସିଛନ୍ତି। କୁହାଯାଉଛି ଯେ, ଫିଲ୍ମରେ ଜବର୍‌ଦସ୍ତ ସସ୍‌ପେନ୍ସ ଥ୍ରୀଲର୍‌ ରହିଛି। ଏହି ପିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି  ରାବି ଗ୍ରେୱଲ୍‌।

ଏକ ରିପୋର୍ଟ ଅନୁସାରେ, ଜନ୍‌ ଫିଲ୍ମରେ ୧୮ରୁ ୨୦ଟି ଲୁକ୍‌ରେ ନଜର ଆସିବେ । ଏହି ପିଲ୍ମ ପାଇଁ ଜନ୍‌ ଅନେକ ପରିଶ୍ରମ କରିଛନ୍ତି। ଫିଲ୍ମରେ ଜନ୍‌ ଏକ ସିକ୍ରେଟ ଏଜେଣ୍ଟ ରୋଲ୍‌ କରିଛନ୍ତି।

ଜନ୍‌ ଅବ୍ରାହମ୍‌ଙ୍କ ଫିଲ୍ମ RAW ‘ରୋମିଓ ଆକ୍‌ବର୍‌ ୱେଲ୍‌ଟର’ ଏକ ସତ ଗୁପ୍ତଚର କାହାଣୀ ଉପରେ ଆଧାରିତ। ସେହି ଭାରତୀୟ ଜାସୁସ୍‌ଙ୍କ କାହାଣୀ ଯିଏ ପାକିସ୍ତାନ ସେନାଙ୍କ ସହ ମିଶି ଭାରତୀୟ ସେନା ପାଇଁ କାର୍ଯ୍ୟ କରିଥିଲେ।
କୁହାଯାଉଛି ଯେ, ଏହି ଫିଲ୍ମ ଭାରତ ପାକିସ୍ତାନର ସେହି ଯୁଦ୍ଧ ଉପରେ ଆଧାରିତ ଯେତେବେଳେ ପାକିସ୍ତାନ ଭାରତୀୟ ସେନା ଆଗରେ ମୁଣ୍ଡ ନୁଆଁଇ ଆଣ୍ଠେଇ ପଡ଼ିଥିଲା। ଏହି  କାହାଣୀ ୭୦ ଦଶକର ବୋଲି କୁହାଯାଉଛି।

ର’ର ସୁଟିଂ ନେପାଳ, ଗୁଲ୍‌ମର୍ଗ ଓ ଶ୍ରୀନଗରେ ହୋଇଛି। ଏହି ଫିଲ୍ମରେ ଗୁଜରାଟରେ ପାକିସ୍ତାନର ସେଟ୍‌ ତିଆରି କରାଯାଇଥିଲା। ଫିଲ୍ମଟି ଏପ୍ରିଲ୍‌ରେ ପରଦାକୁ ଆସିବ।

ର‘ରେ ଜନ୍‌ଙ୍କ ସହ ଜ୍ୟାକି ଶ୍ରଫ୍‌, ସିକନ୍ଦର ଖେର୍‌ ଏବଂ ସୁଚିତ୍ରା କ୍ରୀଷ୍ଣାମୂର୍ତ୍ତିଙ୍କ ଭଳି ଅଭିନେତା କାମ କରିଛନ୍ତି। ସୁଚିତ୍ରା ପ୍ରାୟ ୧୦ ବର୍ଷ ପରେ ଫିଲ୍ମରେ ନଜର ଆସିବେ। ଏହା ପୂର୍ବରୁ ସେ ରାମ୍‌ ଗୋପାଲ୍‌ ବର୍ମାଙ୍କ ଫିଲ୍ମ ‘ରନ୍‌’ରେ ଅଭିନୟ କରିଥିଲେ।
ଜେ.ପି ଦତ୍ତାଙ୍କ ଫିଲ୍ମ ‘ପଲଟନ୍’ ପରେ ଜ୍ୟାକି ଏହି ଫିଲ୍ମରେ ର’ ଚିଫ୍‌ ଭାବେ ନଜର ଆସିବେଏବଂ ସିକନ୍ଦର ଖେର୍‌ ଏହି ଫିଲ୍ମରେ ଜଣେ ପୁଲିସ୍‌ ଅଫିସର ଭାବେ ନଜର ଆସିବେ।

ଫିଲ୍ମର ଡାଇରେକ୍ଟର  ରାବି ଗ୍ରେୱଲ୍‌ ପୂର୍ବରୁ ‘ସମୟ’ ‘ମେରା ପେହେଲା ପେହେଲା ପ୍ୟାର୍‌’ ଏବଂ ଆଲୁ ଚାର୍ଟ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍‌ ତାଙ୍କର ପ୍ରଥମ ବିଗ୍‌ ବଜେଟ୍‌ ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos