ଫ୍ୟାନ୍ଙ୍କୁ ଏମିତି ଧକ୍କା ମାରିଥିଲେ ଜନ୍ ଆବ୍ରାହମ୍! ଭିଡିଓ ଭାଇରାଲ୍
ଭାଇରାଲ୍ ହୋଇଥିବା ଭିଡିଓ ଜନ୍ଙ୍କ କ୍ୟାରିୟର୍ ଆରମ୍ଭ ବେଳର ବୋଲି କୁହାଯାଉଛି
ମୁମ୍ବାଇ: ସୋଶାଲ୍ ମିଡିଆରେ ଜନ୍ ଆବ୍ରାହମ୍ଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ୍ ହୋଇଛି। ଭିଡିଓରେ ନିଜ ଫ୍ୟାନ୍ଙ୍କୁ ଜନ୍ ରୁକ୍ଷ ଆଚରଣ କରୁଥିବା ଦେଖିବାକୁ ମିଳୁଛି। ତାଙ୍କ୍ ସହ ସେଲ୍ଫି ନେଉଥିବାବେଳେ କିଛି ଫ୍ୟାନ୍ଙ୍କୁ ସେ ଧକ୍କା ମାରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।
ସୋଶାଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଶେୟାର ହୋଇଛି। ଜନ୍ଙ୍କର ଏହି ରୂପ ଦେଖି ଫ୍ୟାନ୍ମାନେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଉ କିଛି ଲୋକ ଜନ୍ଙ୍କ ଏପରି ବ୍ୟବହାରରେ ବ୍ୟଥିତ ହୋଇ ଏଣୁ ତେଣୁ କମେଣ୍ଟ୍ ମଧ୍ୟ ଦେଇଛନ୍ତି।
ତେବେ ଯେହେତୁ ଏହି ଭିଡିଓରେ ଦୁଇ ତିନିଟି ଘଟଣା ଏକାଠି ଦେଖିବାକୁ ମିଳୁଛି, ତେଣୁ ଏହା ଏଡିଟ୍ ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ଏହି ଭିଡିଓରେ କେତେ ସତ୍ୟତା ଅଛି, ତାହା ଜଣା ପଡ଼ି ନାହିଁ। ବାସ୍ତବ ଜୀବନରେ ନିଜ ଶାନ୍ତ ସ୍ୱଭାବ ଓ ଲୁକ୍ ପାଇଁ ଖୁବ୍ ଲୋକପ୍ରିୟ ଥିବା ଜନ୍ଙ୍କ ଇମେଜ୍ ଏହି ଭିଡିଓରେ ପୂରା ଓଲଟା ଦେଖିବାକୁ ମିଳିଛି।
କୁହାଯାଉଛି, ଏବେ ଭାଇରାଲ୍ ହେଉଥିବା ଏହି ଭଡିଓ ଜନ୍ଙ୍କ କ୍ୟାରିଅର୍ ଆରମ୍ଭ ବେଳର।
John Abraham is such a douchebag. Didn't expect this from him. ? pic.twitter.com/0rwj4Z4XPW
— R! (@WeirdlyProbable) October 8, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।