/odisha-reporter/media/post_attachments/uploads/2019/10/sina.jpg)
sina
ନୂଆଦିଲ୍ଲୀ : ୱାର୍ଲ୍ଡ ରେସ୍ଲିଂ ଏଣ୍ଟରଟେନ୍ମେଣ୍ଟ (WWE)ର ସୁପର ଫାଇଟର୍ ତଥା ହଲିଉଡ୍ ଅଭିନେତା ଜନ୍ ସିନାଙ୍କ ସୋଶାଲ୍ ମିଡିଆ ଆକ୍ଟିଭିଟିକୁ ୟୁଜର୍ ଖୁବ୍ ପସନ୍ଦ କରିଥା’ନ୍ତି। ନିକଟରେ ଜନ୍ ସିନାଙ୍କ ଇନ୍ଷ୍ଟାଗ୍ରାମ୍ ଟାଇମ୍ଲାଇନ୍ରେ ଜଣେ ବଲିଉଡ୍ ଅଭିନେତା ଡେବ୍ୟୁ କରିଛନ୍ତି। ଏହା ଦେଖିବା ପରେ ସିନାଙ୍କ ଭାରତୀୟ ପ୍ରଶଂସକ ବେଶ୍ ଖୁସି ହୋଇଯାଇଛନ୍ତି। ସେହି ବଲିଉଡ୍ ଷ୍ଟାର୍ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସମସ୍ତଙ୍କର ଅତିପ୍ରିୟ ‘ଗଲି ବୟ୍’ ରଣବୀର୍ ସିଂହ।
ଜନ୍ ସିନା ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ରଣବୀର୍ଙ୍କର ଫଟୋକୁ କୌଣସି କ୍ୟାପସନ୍ ନଦେଇ ପୋଷ୍ଟ୍ କରିଛନ୍ତି। ସେ ପ୍ରାୟ ସବୁ ବେଳେ ସେମିତି କରନ୍ତି। କୌଣସି କ୍ୟାପ୍ସନ୍ ନଦେଇ ଫଟୋ ପୋଷ୍ଟ୍ କରିବାକୁ ସେ ପସନ୍ଦ କରନ୍ତି। ନିଜ ଫଟୋ ଉପରେ ରଣବୀର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି- "Can't see me,"।
https://www.instagram.com/p/B4FF7WfF4ex/?utm_source=ig_web_copy_link
ତେଣୁ ରଣବୀରଙ୍କର ଏହି ପ୍ରତିକ୍ରିୟା ୧୬ଥର WWE ଚାମ୍ପୟନ ହୋଇଥିବା ଜନ୍ ସିନାଙ୍କୁ ଏକ ଆହ୍ୱାନ ବୋଲି କୁହାଯାଉଛି। ଆଗାମୀ WWEରେ ସିନାଙ୍କ ସହିତ ରଣବୀର୍ଙ୍କୁ ଦେଖିବାକୁ ମିଳିପାରେ ବୋଲି କିଛି ଫ୍ୟାନ୍ସ ଆକଳନ କରିଛନ୍ତି।
ଅନ୍ୟପକ୍ଷରେ ହଲିଉଡ୍ରେ ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସିନା ବେଶ୍ କିଛି ମାସ ହେଲା ରେସଲିଂରୁ ଦୂରେଇ ରହିଛନ୍ତି। ଆଗକୁ ରିଲିଜ୍ ହେବାକୁ ଯାଉଥିବା ହଲିଉଡ୍ ଫିଲ୍ମ ‘ଡୁଲିଟିଲ୍’ରେ ସେ ଭଏସ୍ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
