Advertisment

ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ମେଲୋଡି କୁଇନ୍‌ ପ୍ରିୟା

ନୀଳଗିରି (ବିଶ୍ୱମ୍ଭର ଦାସ): ବହୁତ ଲୋକ ବହୁତ କଥା କହିଛନ୍ତି। ଗାଁ ଲୋକେ କହିଛନ୍ତି, ଝିଅ ବାହାରକୁ ଯାଉଛି କ’ଣ କରୁଛି। ହେଲେ ରୋଗୀଣା ବାପାମା’ଙ୍କ ମୁହଁକୁ ଚାହିଁ ସେସବୁ କଥାକୁ ମୁଁ ଅଣଦେଖା କରିଦେଇଛି। ଦଶମ ଶ୍ରେଣୀରୁ ମୋର ପାଠରେ ଡୋରି ପଡ଼ିଥିଲା। ନାଚ ପ୍ରତି ଥିବା ଦୁର୍ବଳତା ଓ ପରିବାରର କଷ୍ଟକୁ ଦେଖି ପାଠପଢ଼ା ଛାଡ଼ି ମୁଁ ଅର୍କେଷ୍ଟ୍ରାର ଡ୍ୟାନ୍ସର ଭାବରେ ରାସ୍ତା ବାଛି ନେଇଥିଲି। ହେଲେ କରୋନା ଲକଡାଉନରେ ଏବେ କାମ ବନ୍ଦ। […]

ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ମେଲୋଡି କୁଇନ୍‌ ପ୍ରିୟା

priya

Advertisment

ନୀଳଗିରି (ବିଶ୍ୱମ୍ଭର ଦାସ): ବହୁତ ଲୋକ ବହୁତ କଥା କହିଛନ୍ତି। ଗାଁ ଲୋକେ କହିଛନ୍ତି, ଝିଅ ବାହାରକୁ ଯାଉଛି କ’ଣ କରୁଛି। ହେଲେ ରୋଗୀଣା ବାପାମା’ଙ୍କ ମୁହଁକୁ ଚାହିଁ ସେସବୁ କଥାକୁ ମୁଁ ଅଣଦେଖା କରିଦେଇଛି। ଦଶମ ଶ୍ରେଣୀରୁ ମୋର ପାଠରେ ଡୋରି ପଡ଼ିଥିଲା। ନାଚ ପ୍ରତି ଥିବା ଦୁର୍ବଳତା ଓ ପରିବାରର କଷ୍ଟକୁ ଦେଖି ପାଠପଢ଼ା ଛାଡ଼ି ମୁଁ ଅର୍କେଷ୍ଟ୍ରାର ଡ୍ୟାନ୍ସର ଭାବରେ ରାସ୍ତା ବାଛି ନେଇଥିଲି। ହେଲେ କରୋନା ଲକଡାଉନରେ ଏବେ କାମ ବନ୍ଦ। ଏହି ସମୟରେ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ଏ ହେଉଛନ୍ତି ନୀଳଗିରିର ଅର୍କେଷ୍ଟ୍ରାର ଡ୍ୟାନ୍ସର ମେଲୋଡି କୁଇନ୍‌ ପ୍ରିୟା ମହାନ୍ତି।

Advertisment

ମେଲୋଡିରେ ନାଚିଲେ ତାଙ୍କ ପରିବାର ଚଳେ। କିନ୍ତୁ ଲକଡାଉନ ଯୋଗୁ ସବୁ ଯାତ୍ରା ପାର୍ଟି ବନ୍ଦ। ତେଣୁ ନାଚ ବି ବନ୍ଦ। କେବେ ଖୋଲିବ, ତାହା କାହାକୁ ଜଣାନାହିଁ। ପ୍ରିୟାଙ୍କ ଘରେ ଏବେ ବହୁତ ଖରାପ ପରିସ୍ଥିତି। ଘରେ ଗୋଟିଏ ଓଳି ଖାଇଲେ ଆଉ ଗୋଟେ ଓଳି ଉପାସ ରହୁଛନ୍ତି ପ୍ରିୟାଙ୍କ ପରିବାର। ବାପାଙ୍କର ଦିନକୁ ୧୫୦ ଟଙ୍କା ମଜୁରୀରେ ଘର ଚଳାଇବା କଷ୍ଟ ଥିଲା। ତେଣୁ ପ୍ରଥମେ ୩୦୦ ଟଙ୍କାରେ କାମ ଆରମ୍ଭ କରିଥିଲେ ପ୍ରିୟା।

କାମ ବନ୍ଦକୁ ନେଇ ପ୍ରିୟା କହିଛନ୍ତି, ଏବେ ଧାର ଉଧାର କରି ଘର ଚଳାଇବାକୁ ପଡୁଛି। ଘରେ ରୋଗୀଣା ବାପାମା’। ତାଙ୍କର ଔଷଧ ଖର୍ଚ୍ଚ ପାଇଁ ଦିନକୁ ୫୦୦ ଟଙ୍କା ଦରକାର। ସକାଳ ପାଇଲେ ମା’ଙ୍କର ମେଡିସିନ୍‌ କେମିତି ଆସିବ, ସେ କଥା ରାତିରେ ଚିନ୍ତା କରି ନିଦ ହେଉନାହିଁ। ଦୁଃଖ ଲାଗିଲେ ଘର ପାଖ ଷ୍ଟାଡିୟମ୍‌ ପାଖରେ ଆସି ଏକା ବସୁଛି। ଆମ ପରି ଏମିତି ବହୁତ କଳାକାର ଦୁଃଖ କଷ୍ଟରେ ରହୁଛନ୍ତି। କିଏ ପରିବା ବେପାର କରୁଛି ତ ଅନ୍ୟ କିଏ ଆଉ କ’ଣ କରୁଛି। ହେଲେ ମୁଁ ଝିଅପିଲା କୁଆଡ଼େ ଯିବି। ଆମ କଳାକାରଙ୍କ ପାଇଁ ସରକାର କ’ଣ କରିଛନ୍ତି। ସରକାର ଖାଲି ଚାଉଳ ଦେଇଦେଲେ ହେବନାହିଁ। କଳାକାର ବୋଲି କ’ଣ ଆମେ ପାପ କରିଛୁ। ତେଣୁ ସରକାରଙ୍କୁ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି, ଆମକୁ କିଛି ସାହାଯ୍ୟ କରନ୍ତୁ।

Advertisment

ପରିବାରର ଏପରି ଅସୁବିଧା ନେଇ ପ୍ରିୟାଙ୍କ ମା’ କହିଛନ୍ତି, ମୋର ବାତ ରୋଗ, ପାରାଲିସିସ୍‌କୁ ମାଇଗ୍ରେନ୍‌। ତେଣୁ ମୋ ଝିଅ, ଦଶମ ଶ୍ରେଣୀରୁ ଘର ଚଳାଇବା ପାଇଁ ଡ୍ୟାନ୍ସ ଲାଇନ୍‌କୁ ଯାଇଥିଲା। ଆଉ ଆମର କେହି ନାହିଁ। ସେ ହିଁ ଆମର ଝିଅ ଓ ପୁଅ। ଦୁଃଖ କଷ୍ଟରେ ରହି ଆମେ ଝିଅମୁହଁକୁ ଚାହିଁ ଚଳି ନେଇଥିଲୁ। ହେଲେ ଲକଡାଉନରେ ଆମ ଘରେ ଚୁଲି ଜଳୁନାହିଁ।

ସେହିପରି ପ୍ରିୟାଙ୍କ ବାପା କହିଛନ୍ତି, ଅର୍ଥ ଅଭାବରୁ ମୁଁ ଝିଅକୁ ନାଚ ଶିଖାଇ ପାରିନଥିଲି। ଟିଭିରୁ ଦେଖି ସେ ନାଚ ଶିଖିଛି। ମୋ ଝିଅ ହୋଇ ବି ସେ ପ୍ରମାଣ କରି ଦେଇଛି ଯେ ପୁଅଝିଅ ମଧ୍ୟରେ ସାମଞ୍ଜସ୍ୟ କିଛି ନାହିଁ। ଲକଡାଉନରେ କାମ ବନ୍ଦ ଯୋଗୁଁ ୩ ମାସ ଧରି ଆମେ ଘରେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe