Advertisment

‘କୁହ ଗୌର ଦାସ କାହାର ଦୋଷ’ ନାଟକକୁ ନେଇ ଧଉଳିରେ ଚହଟୁଛନ୍ତି ଗୌର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧଉଳି ଗଣନାଟ୍ୟର ସୁପରହିଟ୍‌ ନାଟକ ‘ଏ ଗଉରା କାଇଁ କାନ୍ଦୁଚୁ’ରେ ଜଣେ ଗାଉଁଲି ଲୋକର ଚରିତ୍ରରେ ଅଭିନୟ କରିଥିଲେ ଗୌର ଦାସ। ସେହି ସମୟରେ ଏହି ନାଟକ ଯଲିଉଡ୍‌ରେ ଚହଳ ସୃଷ୍ଟି କରିଥିଲା। ଏଥିପାଇଁ ଗୌରଙ୍କୁ ମଳିଥିଲା ସ୍ୱତନ୍ତ୍ର ପରିଚୟ। ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ନିଜ ନାଁରେ ଆଉ ଏକ ନୂଆ ନାଟକକୁ ନେଇ ଧଉଳିକୁ ଫେରିଛନ୍ତି ଗୌର ଦାସ। ନାଟକର ନାଁ ହେଉଛି “କୁହ ଗୌର ଦାସ କାହାର […]

author-image
Sampad Mahapatra
ଅଦ୍ୟତନ ହୋଇଛି
‘କୁହ ଗୌର ଦାସ କାହାର ଦୋଷ’ ନାଟକକୁ ନେଇ ଧଉଳିରେ ଚହଟୁଛନ୍ତି ଗୌର

goura-das

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧଉଳି ଗଣନାଟ୍ୟର ସୁପରହିଟ୍‌ ନାଟକ ‘ଏ ଗଉରା କାଇଁ କାନ୍ଦୁଚୁ’ରେ ଜଣେ ଗାଉଁଲି ଲୋକର ଚରିତ୍ରରେ ଅଭିନୟ କରିଥିଲେ ଗୌର ଦାସ। ସେହି ସମୟରେ ଏହି ନାଟକ ଯଲିଉଡ୍‌ରେ ଚହଳ ସୃଷ୍ଟି କରିଥିଲା। ଏଥିପାଇଁ ଗୌରଙ୍କୁ ମଳିଥିଲା ସ୍ୱତନ୍ତ୍ର ପରିଚୟ।

Advertisment

ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ନିଜ ନାଁରେ ଆଉ ଏକ ନୂଆ ନାଟକକୁ ନେଇ ଧଉଳିକୁ ଫେରିଛନ୍ତି ଗୌର ଦାସ।

ନାଟକର ନାଁ ହେଉଛି “କୁହ ଗୌର ଦାସ କାହାର ଦୋଷ।” ଏହି ନାଟକର ନାଟ୍ୟକାର ଦୀପକ ରାଉତ ଓ ନାଟ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ଦାସ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିହିର ମହାନ୍ତି।

Advertisment

ତାଙ୍କର ଦ୍ୱିତୀୟ ନାଟକ ହେଉଛି “କଳା କାହ୍ନୁ ମୋର କାଳିଆ ସୁନା”। ଏହି ନାଟକର ନାଟ୍ୟକାର ହେଉଛନ୍ତି ନିହାର ମହାନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜନ ବିଶ୍ୱାଳ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏକନ।

ସେହିପରି ଗୌର ଅଭିନୟ କରୁଥିବା ତୃତୀୟ ନାଟକ ହେଉଛି “କିଛି ଲୁହ ପିଇଯାଏ ଓଠ”। ଏହାର ନାଟ୍ୟକାର ହେଉଛନ୍ତି ହରପ୍ରିୟା ଓଝା ଓ ନିର୍ଦ୍ଦେଶନା ଦେଇଛନ୍ତି ଲିଟିଲ୍‌ ମାଷ୍ଟର ବିନୋଦ ରାଉତ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଳା।

ତାଙ୍କର ଆଉ ଏକ ନାଟକ ହେଉଛି “କଳି ଯୋଗ ରାମାୟଣ”। ଏହାର ନାଟ୍ୟକାର ନିହାର ମହାନ୍ତି, ନିର୍ଦ୍ଦେଶକ ରଞ୍ଜନ ବିଶ୍ୱାଳ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏକନ।

ପଞ୍ଚମ ନାଟକ ହେଉଛି “କେମିତି କହିବି ଏମିତି କଥା”।

ପ୍ରତି ନାଟକ ହାଉସ୍‌ ଫୁଲ୍‌ ଚାଲିଛି। ଚଳିତବର୍ଷ ଧଉଳି ନମ୍ବର ୱାନ୍‌ ହେବ ବୋଲି ହ୍ୟାଣ୍ଡସମ୍‌ ହିରୋ ଗୌର ଦାସ ଆଶାବ୍ୟକ୍ତ କରିଛନ୍ତି।