Advertisment

ବିମାନବନ୍ଦରରେ ଭିକ ମାଗୁଛନ୍ତି ଯାତ୍ରା ଆଇଟମ୍‌ ଗର୍ଲ ରାନୀ

ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଛି। ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ।

ଅଦ୍ୟତନ ହୋଇଛି
Pintu Nanda

Pintu Nanda

Advertisment

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର କଂକ୍ରିଟ୍‌ ରାସ୍ତରେ ବିଛାଇ ଦେଇଛନ୍ତି ନିଜ ପଣତ। ଆଉ ସମସ୍ତଙ୍କୁ ମାଗୁଛନ୍ତି ଭିକ। ଟଙ୍କାଟିଏ ଦେଇ ମୋ’ ଭାଇର ଜୀବନ ବଞ୍ଚାଇ ଦିଅନ୍ତୁ ବୋଲି ନିବେଦନ କରୁଛନ୍ତି ଯାତ୍ରା ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ। ତାଙ୍କ ଏ ଛଳ ଛଳ ଆଖି ଦେଖି ବିମାନ ବନ୍ଦର ଭିତରକୁ ଯାଉଥିବା ଲୋକମାନେ ନିଜ ସାମର୍ଥ୍ୟ ଅନୁସାରେ ଦାନ ଦେଉଥିବା ଦେଖିବାକୁ ମିଳିଛି। ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କ ପାଇଁ ରାନୀ ଏପରି ଭିକ ମାଗୁଥିବା ଦେଖିବାକୁ ମିଳିଛି।

Advertisment

ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଛି। ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ। ସେଥିପାଇଁ କୋଟିଏରୁ ଅଧିକ ଟଙ୍କା ଦରକାର ହେବ। ଏପରି ସ୍ଥିତିରେ ତାଙ୍କୁ ସହାୟତାରେ ହାତ ବଢ଼ାଇଛନ୍ତି ଚର୍ଚ୍ଚିତ ଡ୍ୟାନ୍ସର ରାନୀ। ସେ ମେଡ଼ିକାଲ୍‌ ଯାଇ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଥିଲେ। ଆଉ ନିଜ ସମ୍ୱଳ ମୁତାବକ ୧୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ତାଙ୍କ(ପିଣ୍ଟୁ) ଛଳ ଛଳ ଆଖି ଦେଖି କାନ୍ଦି ପକାଇଥିଲେ ରାନୀ। ଆଉ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ତା’ପରେ ପିଣ୍ଟୁଙ୍କ ପାଇଁ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି।

ରାନୀ କହିଛନ୍ତି, ରାଜ୍ୟରେ ସାଢ଼େ ୪ କୋଟି ଲୋକ ଅଛନ୍ତି। ମୋର ସାଢ଼େ ୪ କୋଟି ଟଙ୍କା ଦରକାର ନାହିଁ। ମୋର ଗୋଟିଏ ଟଙ୍କା ଦରକାର। ଜଣକା ଗୋଟିଏ ଟଙ୍କା ଦେଲେ ମୋ ଭାଇର ଜୀବନ ବଞ୍ଚିଯିବ। ମୁଁ ଭଉଣୀ ହୋଇଛି। ଭାଇର ହାତରେ ରାକ୍ଷୀ ବାନ୍ଧିଛି। ଭାଇ ପାଇଁ ଆଜି କାନି ପାତିଛି। ଯିଏ ଯାହା ପାରିଲା, ମୋତେ ଦେଇଥିଲେ। ମୋର ବିଶ୍ୱାସ ଲୋକଙ୍କ ଏତେ ପରିମାଣର ଭଲ ପାଇବା ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବଳରେ ମୋ’ ଭାଇଙ୍କର କିଛି ହେବନାହିଁ। ସେ ସୁସ୍ଥ ହୋଇ ଫେରି ଆସିବେ। ସେ ପୁଣି ହସାଇବେ ଓ କନ୍ଦାଇବେ ବୋଲି ରାନୀ କହିଛନ୍ତି।

Advertisment

ଅନ୍ୟପକ୍ଷରେ ପିଣ୍ଟୁ ନନ୍ଦଙ୍କୁ ଆଜି ସକାଳେ ଭୁବନେଶ୍ୱରରେ ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌ରୁ ଦିଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ(ILBS) ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ପିଣ୍ଟୁ ନନ୍ଦଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରାଯିବ।

Ollywood Actor Jollywood Pintu Nanda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe