Advertisment

ରୋଗକୁ ହରାଇ କମ୍‌ବ୍ୟାକ୍‌ କରିଥିଲେ ହ୍ୟାଣ୍ଡସମ୍‌ ହିରୋ

କିଶୋର ବୟସରେ ବିଏସଏଫ୍ ନିଯୁକ୍ତି, ପୁଣି ଯୁବାବସ୍ଥାରେ ବିଦେଶର ହୋଟେଲ୍ ଶିଳ୍ପ ଚାକିରି ଛାଡ଼ିଥିଲେ। ସବୁ ସୁଯୋଗକୁ ହାତଛଡ଼ା କରିବା ପାଇଁ ବାଧ୍ୟ କରିଥିଲା ପରିସ୍ଥିତି। ସମୟ ଓ ପରିସ୍ଥିତି ସୁଅରେ ଭାସି ଯାଇ ଅଭିନୟ କରିବା ପାଇଁ ମୁହଁରେ ରଙ୍ଗ ମାଖିଲେ। ଅଭିନୟ ମଧ୍ୟ କଲେ। କେତେବେଳେ ରୋମାଣ୍ଟିକ୍‌ ଆନ୍ଦାଜରେ ଆସୁଥିଲେ ତ ଆଉ କେତେବେଳେ ନେଗେଟିଭ୍‌ ଗେଟ୍‌ଅପରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ ଯଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଦେବଦତ୍ତ ମହାନ୍ତି ଓରଫ ଶଙ୍ଖାଳି। ମଞ୍ଚର ଛାଇ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରୋଗକୁ ହରାଇ କମ୍‌ବ୍ୟାକ୍‌ କରିଥିଲେ ହ୍ୟାଣ୍ଡସମ୍‌ ହିରୋ

Sankhali

କିଶୋର ବୟସରେ ବିଏସଏଫ୍ ନିଯୁକ୍ତି, ପୁଣି ଯୁବାବସ୍ଥାରେ ବିଦେଶର ହୋଟେଲ୍ ଶିଳ୍ପ ଚାକିରି ଛାଡ଼ିଥିଲେ। ସବୁ ସୁଯୋଗକୁ ହାତଛଡ଼ା କରିବା ପାଇଁ ବାଧ୍ୟ କରିଥିଲା ପରିସ୍ଥିତି। ସମୟ ଓ ପରିସ୍ଥିତି ସୁଅରେ ଭାସି ଯାଇ ଅଭିନୟ କରିବା ପାଇଁ ମୁହଁରେ ରଙ୍ଗ ମାଖିଲେ। ଅଭିନୟ ମଧ୍ୟ କଲେ। କେତେବେଳେ ରୋମାଣ୍ଟିକ୍‌ ଆନ୍ଦାଜରେ ଆସୁଥିଲେ ତ ଆଉ କେତେବେଳେ ନେଗେଟିଭ୍‌ ଗେଟ୍‌ଅପରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ ଯଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଦେବଦତ୍ତ ମହାନ୍ତି ଓରଫ ଶଙ୍ଖାଳି। ମଞ୍ଚର ଛାଇ ଆଲୁଅ ଖେଳରେ ମଜ୍ଜି ଯାଇଥିବା ବେଳେ ହୃଦଘାତରେ ଶିକାର ହେଲେ। ମଞ୍ଚଠାରୁ ଦୂରେଇ ଗଲେ। ବର୍ଷେ ପରେ ପୁଣି ମଞ୍ଚକୁ ଫେରିଲେ ସତ, କିନ୍ତୁ କରୋନା ଅଭିନୟ କରିବାକୁ ସୁଯୋଗ ଦେଲା ନାହିଁ। ଅଧାରୁ ଯାତ୍ରା ବନ୍ଦ ହେଲା, ଏବେ ଘରେ ସମୟ ଅତିବାହିତ କରୁଛନ୍ତି ଯଲିଉଡ୍‌ର ଏହି ହ୍ୟାଣ୍ଡସମ୍‌ ହିରୋ ଶଙ୍ଖାଳି।

Advertisment

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ନୂଆଗାଁର ଦୁର୍ଗାଚରଣ ମହାନ୍ତିଙ୍କ ପଞ୍ଚମ ସନ୍ତାନ ଦେବଦତ୍ତ ୧୯୯୧ରେ ପ୍ଲସ୍ ଥ୍ରୀ ପ୍ରଥମ ଶ୍ରେଣୀ ପଢ଼ୁଥିବା ବେଳେ ବିଏସଏଫ ଇଣ୍ଟରଭ୍ୟୁ କ୍ଲାଲିଫାଏ କରି ନାଗାଲାଣ୍ଡର ଦିମାପୁର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଥିଲେ। ସେଠାରେ ସେ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହେଲେ। ଆଉ ଜ୍ୱର ଲାଗି ରହିବାରୁ ବାଧ୍ୟ ହେଲେ ଚାକିରି ଛାଡ଼ି ଘରକୁ ଫେରିବା ପାଇଁ। ଘରକୁ ଫେରି +୩ ପାସ୍ କରିବା ପରେ ମୁମ୍ବାଇ ଯାଇ ଖୋଜିଲେ ଚାକିରି।

ହିଲ୍‌ ଷ୍ଟେସନ୍‌ ହୋଟେଲ୍‌ ଗ୍ରୁପ୍‌ରୁ ମିଳିଲା ନିଯୁକ୍ତି ସୁଯୋଗ। ଆଉ ଦୁବାଇରେ ଯିବା ପାଇଁ ଭିସା ବ୍ୟବସ୍ଥା ହେବା ବେଳକୁ ଆସିଲା ଶଙ୍ଖାଳିଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ୍। ମା’ ମନୋରମା ମହାନ୍ତିଙ୍କ ଅକାଳ ବିୟୋଗ ଖବର ପାଇ ଘରକୁ ଫେରିଲେ ଶଙ୍ଖାଳି। ପରିସ୍ଥିତିର ଚାପରେ ପଡ଼ି ବିଦେଶ ଚାକିରିର ସୁଯୋଗ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଉଚ୍ଚଶିକ୍ଷିତ ଯୁବକ ଘରେ ବସି ରହି ଏକପ୍ରକାର ଭାଙ୍ଗି ପଡ଼ୁଥିଲେ ଶଙ୍ଖାଳି। ଏହି ସମୟରେ ସେ ତାରାପୁର ଅପେରାର ମାଲିକଙ୍କ ଅଫର୍ ପାଇ ଯୋଗଦେଲେ ଯାତ୍ରା ପାର୍ଟିରେ।

Advertisment

ଯଲିଉଡ୍ ଡେବ୍ୟୁର ପ୍ରଥମ ନାଟକ ହିଁ ଦେବଦତ୍ତଙ୍କ ପାଇଁ ଭବିଷ୍ୟତର ରାସ୍ତାକୁ ସହଜ ଓ ପ୍ରଶସ୍ତ କରିଥିଲା। କ୍ୟାରିଅରର ପଦାର୍ପଣ ନାଟକ ‘ମନ କଲିକତା ଦେହ ଓଡ଼ିଶା’ର ସ୍ୱଳ୍ପ ଡାଏଲଗ୍‌ ଶଙ୍ଖାଳିଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏହାରି ଭିତରେ ୨୩ ବର୍ଷର କ୍ୟାରିଅରରେ ସଂଖ୍ୟାଧିକ ହିଟ୍‌ ଷ୍ଟୋରୀ ଦେଇ ଓଡ଼ିଆ ଯାତ୍ରାପ୍ରେମୀଙ୍କ ଦିଲରେ ସେ ପକ୍କା କରି ନେଇଛନ୍ତି ଏକ ସଶ୍ରଦ୍ଧ ସ୍ଥାନ।

କେବେ ରୋମାଣ୍ଟିକ୍ ଅନ୍ଦାଜ୍ ତ ଆଉ କେବେ ଟ୍ରାଜେଡି ପୁଣି କେବେ ବଳିଷ୍ଠ କ୍ୟାରେକ୍ଟରର ସ୍ୱାଭିମାନୀ ମୁଦ୍ରାରେ। ନିଜ ଚରିତ୍ରରେ ସେ ଯେମିତି ହଜି ଯାଆନ୍ତି, ଅଭିନୟର ଯାଦୁରେ ଦର୍ଶକଙ୍କୁ ଠିକ୍ ସେମିତି ଭିଜାଇ ବି ଦିଅନ୍ତି। ଏମିତି ମଞ୍ଚରେ ନିଜ ଚରିତ୍ରକୁ ନେଇ ସଂପୂର୍ଣ୍ଣ ମଜ୍ଜି ଯାଇଥିବା ବେଳେ ପ୍ରଥମ ହାର୍ଟ ଷ୍ଟ୍ରୋକର ଶିକାର ହୋଇଥିଲେ ଶଙ୍ଖାଳି।

୨୦୧୯ ସେପ୍ଟେମ୍ୱର ୨୩ରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରାରେ ଖେଳୁଥିଲା ‘ଯାତ୍ରାଶ୍ରୀ ବିଶ୍ୱଦରବାର’। ନାଟକ ଥିଲା ‘ବରଷା ରାତିର ସାଥୀ’। ମେଲୋଡି ଓ ରେକର୍ଡ ଡ୍ୟାନ୍ସ ପରେ ଆରମ୍ଭ ହୋଇଥିଲା ନାଟକ। ଚିରାଚରିତ ଷ୍ଟାଇଲରେ ନିଜ ଚରିତ୍ରକୁ ଧରି ଷ୍ଟେଜ୍ ଉପରକୁ ଆସିଥିଲେ ବହିର ନାୟକ ଶଙ୍ଖାଳି । ଦୁଇଟି ସିନ୍‌ ସରିବା ପରେ ଆରମ୍ଭ ହୋଇଥିଲା ତୃତୀୟ ସିନ୍‌। କେହି କିଛି ବୁଝିବା ପୂର୍ବରୁ ହଠାତ୍ ମଞ୍ଚରେ ପଡ଼ି ଯାଇଥିଲେ ବହିର ହିରୋ ।

ହତବାକ୍ ହୋଇଯାଇଥିଲେ ଷ୍ଟେଜ୍ ଉପରେ ଥିବା ସହ ଅଭିନେତା ଆଉ ଚାରିପାଖର ଦର୍ଶକ। ଗ୍ରୀନ ରୁମକୁ ସେମିତି ଅଚେତ ଅବସ୍ଥାରେ ଆଣି ସଙ୍ଗେସଙ୍ଗେ ତାଙ୍କୁ ଭର୍ତ୍ତି କରାଯାଇଥିଲା କୁତ୍ରା ମେଡିକାଲ୍‌ରେ। ଆଉ ସେଠାରୁ ରିଫର୍ ହେଲେ ଭୁବନେଶ୍ୱର। ଡାକ୍ତର ତାଙ୍କୁ ଅପରେସନ୍ ପାଇଁ ପରାମର୍ଶ ଦେଇଥିଲେ। ଅପରେସନ୍ ସଫଳ ହେଲା। ହେଲେ ସେହି ସିଜିନ୍‌ରେ ଆଉ ଯାତ୍ରାକୁ ଆସି ପାରିନଥିଲେ ଦେବଦତ୍ତ। ତାରାପୁର, ପରେ ତ୍ରିରଙ୍ଗା, ପୃଥିବୀ, ଇଷ୍ଟର୍ଣ୍ଣ, ଓମ୍‌ଶ୍ରୀ, ବିଶ୍ୱଜନନୀ, ତୁଳସୀ ଓ ଭାୟା ବିଶ୍ୱଦରବାର ହୋଇ ଚଳିତବର୍ଷ ଶିବାନୀକୁ ଆସିଛନ୍ତି ଶଙ୍ଖାଳି।

ତାଙ୍କ ଅଭିନୀତ ଚର୍ଚ୍ଚିତ ନାଟକ ମଧ୍ୟରେ ରହିଛି “ତୁମ କଥା ଭାରି ମନେ ପଡ଼େ”, ଦିଅଁ ପୂଜିବାକୁ ଦେଉଳ ମନା, ତମ କଥା ଭାରି ମନେ ପଡୁଛି, “ବରଷା ରାଣୀର ଭିଜା ଓଢ଼ଣୀ”, “ଆକାଶ କଇଁଆ ଚିଲିକା ମାଛ”, “ଗୁପ୍ତ ସମ୍ପର୍କ”, “ଚଉଠି ରାତିର ଚଉଦ କଥା”, “ଭଲ ପାଇବାକୁ ଭୟ ଲାଗୁଛି”, “ବରଷା ରାତିର ସାଥୀ”, ନାଲି ସ୍ୱେଟର ନେପାଳି ଝିଅ, ନବମ ଶ୍ରେଣୀ ଝିଅ, ଲକ୍ଷ୍ମଣ ରେଖା, ବାଇଜି କୋଠୀ, ଭୁବନେଶ୍ୱର ଜିନ୍ଦାବାଦ, ଏଇତ ଓଡ଼ିଆ ଘରର କଥା, ଆକାଶରେ ଆଉ ମେଘ ନାହିଁ, ମୁଁ ତୋର କଣ ହେବି, କୋଟିଏ ଝିଅର ଗୋଟିଏ ତୁ, ସୋନାଗାଛି ଝିଅ ସୋନାଲୀ, ଯେତେ ଗୋରୀ ସେତେ ଷ୍ଟୋରୀ, ଭାରତରେ ପୁଣି ମହାଭାରତ ଓ ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ ପ୍ରମୁଖ।

Jollywood