2023ରେ ନିୟମ କରିଥିଲେ ପୂର୍ବତନ ସରକାର। ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଯାଇଥିଲା। ଏବେ ପୁଣି ସମାନ କଥା ଉଠାଇଛନ୍ତି ନୂତନ ସରକାର। ଏହାରି ଭିତରେ ପ୍ରଶ୍ନ ଉଠୁଛି, ଅଶ୍ଳୀଳତାର ସଂଜ୍ଞା ନିର୍ଦ୍ଧାରଣ କରିବ କିଏ ? ଏଥିପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଆବଶ୍ୟକ ନୁହେଁ କି ?